ETV Bharat / state

ସରିଲା ନିର୍ବାଚନ; ସଫଳ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଲେ ସିଇଓ - CEO Press Conference

author img

By ETV Bharat Odisha Team

Published : Jun 4, 2024, 10:37 PM IST

Lok Sabha And Assembly Election Result 2024: ନିର୍ବାଚନ ସରିବା ସହ ସଫଳତାର ସହ ଫଳାଫଳ ପ୍ରକାଶ ପାଇବା ପରେ ରାଜନୈତିକ ଦଳ, ପ୍ରାର୍ଥୀ, ଜନସାଧାରଣ, ବିଭିନ୍ନ ବିଭାଗ ଓ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସିଇଓ । ଅଧିକ ପଢ଼ନ୍ତୁ

ସରିଲା ନିର୍ବାଚନ; ସଫଳ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଲେ ସିଇଓ
ସରିଲା ନିର୍ବାଚନ; ସଫଳ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଲେ ସିଇଓ (ETV Bharat Odisha)

ଭୁବନେଶ୍ବର: ସବୁ ପ୍ରତୀକ୍ଷାର ଅନ୍ତ ଘଟି ବିଧିବଦ୍ଧ ଭାବେ ଘୋଷଣା ହୋଇଛି ସାଧାରଣ ନିର୍ବାଚନ 2024 ଫଳାଫଳ । ରାଜ୍ୟରେ ବିଜେପି ଏକକ ସରକାର ଗଠନ କରିବାକୁ ଯାଉଛି । 24 ବର୍ଷ କ୍ଷମତାରେ ରହିବା ପରେ ବିରୋଧୀ ଆସନକୁ ଯାଇଛି ବିଜେଡି । ସେପଟେ ନିର୍ବାଚନର ସଫଳ ପରିଚାଳନା ପାଇଁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ବିଜୟ ଓ ଲିଡ୍‌କୁ ମିଶାଇଲେ ବିଜେପିକୁ 78, ବିଜେଡି 51, କଂଗ୍ରେସ 14, ସିପିଆଇଏମ 1 ଓ ସ୍ୱାଧୀନ ପ୍ରାର୍ଥୀ 3 ଜଣ ବିଜୟ ଲାଭ କରିଛନ୍ତି । ଚଳିତ ନିର୍ବାଚନରେ ବିଜେପିର ଭୋଟ ହାର ହେଉଛି 40.01 ପ୍ରତିଶତ । ବିଜେଡିର ଭୋଟ ହାର ହେଉଛି 40.19 ପ୍ରତିଶତ । ସେହିପରି କଂଗ୍ରେସର ଭୋଟ ହାର 13.31 ପ୍ରତିଶତ ରହିଛି । ଏହା ହେଉଛି ଚଳିତ ବିଧାନସଭା ନିର୍ବାଚନ ଭୋଟ ହାର । ସେହିପରି ସଂସଦୀୟ କ୍ଷେତ୍ରରେ ମୋଟ 21ଟି ଆସନରୁ ବିଜେପି 20ଟି ଆସନରେ ବିଜୟ ହାସଲ କରିଛି । ସେହିପରି କଂଗ୍ରେସ ଖାତାକୁ ଗୋଟିଏ ଆସନ ଯାଇଥିବା ବେଳେ ବିଜେଡିକୁ ଗୋଟିଏ ହେଲେ ଆସନ ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଅନ୍ତ, 24 ବର୍ଷ ପରେ ରାଜ୍ୟ ଦେଖିଲା କ୍ଷମତା ପରିବର୍ତ୍ତନ: କିଏ ନେବ ନବୀନଙ୍କ ଗାଦି - Odisha Assembly Election Results 2024

ତେବେ ଲୋକସଭାରେ ବିଜେପିର ଭୋଟ ହାର ହେଉଛି 45.42 ପ୍ରତିଶତ । ବିଜେଡି ଓ କଂଗ୍ରେସର ଯଥାକ୍ରମେ 37.50 ଏବଂ 12.42 ପ୍ରତିଶତ ଭୋଟ ହାର ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳଙ୍କ ଠାରୁ ସମୟ ମଗାଯାଇଛି । ଆସନ୍ତା 6 ତାରିଖରେ ତାଙ୍କୁ ଭେଟିବାକୁ ଅନୁରୋଧ କରିଛୁ । ଗାଜେଟ ବିଜ୍ଞପ୍ତି ରାଜ୍ୟପାଳଙ୍କୁ ସମର୍ପଣ କରିବୁ । ସେହିପରି ସଫଳ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ, ଜନସାଧାରଣ, ବିଭିନ୍ନ ବିଭାଗ ଓ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.