ETV Bharat / state

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; 'ଯାହା କହିଛି କରିବି, ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି' - 78th independence day

author img

By ETV Bharat Odisha Team

Published : Aug 15, 2024, 11:05 AM IST

Updated : Aug 15, 2024, 12:55 PM IST

78th Independence Day: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ । ପ୍ରଥମ ଥର ପାଇଁ ବିଜେପି ସରକାରରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ବରପୁତ୍ରଙ୍କ ବଳିଦାନକୁ ମନେ ପକାଇଲେ । ଅଧିକ ପଢନ୍ତୁ

78th Independence Day
78th Independence Day (Etv Bharat)

ଭୁବନେଶ୍ୱର: ଗାନ୍ଧୀମାର୍ଗରେ ଫରଫର ହୋଇ ଉଡିଲା ତ୍ରିରଙ୍ଗା । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସ୍ବାଧୀନତା ସଂଗ୍ରାମରେ ଓଡ଼ିଆ ବରପୁତ୍ରଙ୍କ ବଳିଦାନ ଅନନ୍ୟ । ଓଡ଼ିଆ ସଂଗ୍ରାମୀଙ୍କ ପାଇଁ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା ବୋଲି କହିଛନ୍ତି ସିଏମ । ଏଥିସହ ସମ୍ବୋଧନ ସମୟରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଆଉ ଏକ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଛନ୍ତି ।

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-78ତମ ସ୍ୱାଧୀନତା ଦିବସ: ଦିଲ୍ଲୀରୁ ପଲ୍ଲୀ ଉତ୍ସବମୁଖର, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - India Independence Day 2024

ସମ୍ବୋଧନରେ କଣ କହିଲେ ମୁଖ୍ୟମନ୍ତ୍ରୀ: ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି । ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢୁଛି । ଖୁବ୍‌ଶୀଘ୍ର ଭାରତର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ । 2027 ସୁଦ୍ଧା ଭାରତ ବିଶ୍ବଗୁରୁ ହେବ । ଓଡ଼ିଶାବାସୀ ସ୍ବାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ୱପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ । ଆଗାମୀ 5 ବର୍ଷରେ 500 ଆଦିବାସୀ ଗ୍ରାମ ବିକଶିତ କରିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

78th Independence Day
78th Independence Day (ETV BHARAT)

କ୍ରୀଡା ପାଇଁ ବଡ ଘୋଷଣା: ସମ୍ବୋଧନ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଆମେ ଆଉ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛି । ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିୟମ ନିର୍ମାଣ ହେବ । ଭାରତର ହକି ଦଳକୁ ଓଡ଼ିଶାର ସ୍ପନସରସିପକୁ 2036 ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି । କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳରତ୍ନ ଧ୍ବଜା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।

'ଚାରିଦ୍ବାର ଖୋଲିଲୁ':

INDEPENDENCE DAY
INDEPENDENCE DAY (ETV BHARAT)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ''ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଆଦି ଅନେକ ପ୍ରତିଶ୍ରୁତି ଆମେ ପ୍ରଥମ ୬୦ ଦିନରେ ପାଳନ କରିସାରିଛୁ ।''

କୃଷକ ମହିଳାଙ୍କୁ ଗୁରୁତ୍ବ‌:

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ଆମର ମୁଖ୍ୟ ସଂକଳ୍ପ । ଶାସନର ୧୦୦ ଦିନ ମଧ୍ୟରେ ସେ ଦୁଇଟି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି । ବଜେଟରେ ଏଥିପାଇଁ ବିଧିବଦ୍ଧ ଭାବେ ଅର୍ଥ ବରାଦ କରାଯାଇଛି । ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ସାରା ଦେଶରେ ସର୍ବାଧିକ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ଅର୍ଥ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିବସ ଅବସରରେ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବା ପାଇଁ କାର୍ଯ୍ୟକ୍ରମ ରଖାଯାଇଛି ।

INDEPENDENCE DAY
INDEPENDENCE DAY (ETV BHARAT)

ଗ୍ରାମାଞ୍ଚଳ ବିକାଶ ପାଇଁ ରୋଡମ୍ୟାପ:

ଆମର ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓଡ଼ିଶାର ଗ୍ରାମାଞ୍ଚଳର ଅର୍ଥନୀତିକୁ ଚଳଚଞ୍ଚଳ କରିବ ଏବଂ ଆମକୁ ବିକାଶ ପଥରେ ଆଗେଇ ନେବ । ଗ୍ରାମାଞ୍ଚଳର ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡିଶା ସମୃଦ୍ଧ ହେବ । ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଛୁ । ‘ପିଏମ ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତିମାନଙ୍କର ସାମଗ୍ରିକ ବିକାଶ କରାଯିବ । ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ । ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ ।''

INDEPENDENCE DAY
INDEPENDENCE DAY (ETV BHARAT)

PESA ଆଇନ ଲାଗୁ ଯୋଜନା:

କେବଳ କୃଷକ ଓ ମହିଳା ନୁହେଁ, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ଆମର ଲକ୍ଷ୍ୟ ବୋଲି ସମ୍ବୋଧନରେ କହିଥିଲେ ମୁଖ୍ୟମନ୍ତ୍ରୀ ।'' ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବା ପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶ ପାଇଁ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସର ଗୁରୁ ମନ୍ତ୍ର ଦେଇଛନ୍ତି । ସେଇ ମନ୍ତ୍ରରେ ଦୀକ୍ଷିତ ହୋଇ ସମସ୍ତଙ୍କୁ ସାମିଲ କରି, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଅନୁସୂଚିତ ଜାତି ଓ ଜନଜାତି ହେଉଛନ୍ତି ଆମ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସେମାନଙ୍କ ବିକାଶ ନିତାନ୍ତ ଆବଶ୍ୟକ । ସେଥିପାଇଁ ଆମେ ଅନେକ ଯୋଜନା ଆରମ୍ଭ କରିଛୁ ।''

INDEPENDENCE DAY
INDEPENDENCE DAY (ETV BHARAT)

ନିଯୁକ୍ତି ସୁଯୋଗ:

''ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ- ଏସବୁ ଲକ୍ଷ୍ୟ ପୂରଣ ପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତତ୍‌ସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ । ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ । ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଉପଯୁକ୍ତ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ । ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆମେ ଗ୍ରହଣ କରିଛୁ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆମେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଛୁ ।''

ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ:

''ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଖରେ ସହଜ ଭାବରେ ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି, ଯେଉଁଥିରେ କୌଣସି ଯୋଗ୍ୟ ବ୍ୟକ୍ତି ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ ନାହିଁ ।''

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ତିଆରି ହେବ ନୂଆ ହକି ଷ୍ଟାଡିୟମ୍‌ - Big announcement for hockey

ବିକାଶର ଡବଲ ଇଞ୍ଜିନ ମଡେଲ:

ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଆମର ବିକାଶର ରାସ୍ତାରେ ଆମେ ୩ଟି ବଡ ମାଇଲଖୁଣ୍ଟ ଧାର୍ଯ୍ୟ କରିଛୁ । ୨୦୨୯, ୨୦୩୬ ଓ ୨୦୪୭ । ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ବିକଶିତ ଭାରତର ବିସ୍ତୃତ ସ୍ୱରୂପ ମଧ୍ୟରେ ଆମକୁ ଓଡିଶାର ବିକାଶକୁ ଆଗେଇ ନେଇ ୨୦୩୬ ମଧ୍ୟରେ ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବାକୁ ପଡିବ । ଏଥିପାଇଁ ଆମେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ପୂର୍ବୋଦୟ’ ଉପରେ ଅନେକ ଗୁରୁତ୍ବାରୋପ କରି ଆସୁଛନ୍ତି । ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ ।''

ବନ୍ଦର ଓ ରେଳ ପ୍ରକଳ୍ପକୁ ଗୁରୁତ୍ବ ନୀଳ ଅର୍ଥନୀତି ଲକ୍ଷ୍ୟ:

ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଓଡ଼ିଶାକୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦ୍ୱାରଦେଶ ରୂପେ ବିକଶିତ କରିବା ଆମର ଲକ୍ଷ୍ୟ । ସେଥିପାଇଁ ୪୮୦ କିଲୋମିଟର ସୁଦୀର୍ଘ ବେଳାଭୂମିର ସୁବିନିଯୋଗ କରି ବନ୍ଦର ଓ ବନ୍ଦର ଭିତ୍ତିକ ଶିଳ୍ପର ବିକାଶ ପାଇଁ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ । ଏଥିପାଇଁ ସଡ଼କ ପଥ, ରେଳପଥ, ଶିଳ୍ପାଞ୍ଚଳ, ବିଦ୍ୟୁତ୍ ଗ୍ରୀଡ ଆଦି ଭିତ୍ତିଭୂମିର ବ୍ୟାପକ ବିକାଶ କରାଯିବ । ନିକଟରେ ରେଳ ମନ୍ତ୍ରାଳୟ, ଓଡ଼ିଶା ପାଇଁ ୬ଟି ଗୁରୁତ୍ଵପୂର୍ଣ୍ଣ ରେଳପଥ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ୬ ଗୋଟି ପ୍ରକଳ୍ପ ଦକ୍ଷିଣ ତଥା ଉତ୍ତର ଓଡିଶାର ଅନେକ ଆଦିବାସୀ ବହୁଳ ଜିଲ୍ଲାମାନଙ୍କୁ ରେଳପଥରେ ସଂଯୋଗ କରି, ବିକାଶ ପଥରେ ସାମିଲ ହେବାର ପଥ ଉନ୍ମୁକ୍ତ କରିବ ।

ଏହାସହିତ ଓଡିଶାରେ ନୂତନ ଜାତୀୟ ରାଜପଥର ନିର୍ମାଣ ତଥା ଉନ୍ନତିକରଣ ପାଇଁ ୨୧,୬୫୦ କୋଟି ଟଙ୍କାର ବହୁବିଧ ପ୍ରକଳ୍ପ ଭାରତ ସରକାର ଅନୁମୋଦନ କରିଛନ୍ତି । ଏହାବ୍ୟତୀତ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି । ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି (Blue Economy)ର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ ।''

ଜନ ମତାମତ ପାଇଁ ଆହ୍ବାନ:

ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଜନ ମତାମତ ପାଇଁ ଆମେ ଏକ ୱେବ ପୋର୍ଟାଲ ପ୍ରସ୍ତୁତ କରୁଛୁ । ଓଡ଼ିଶାର ଜନ ସାଧାରଣ, ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନଙ୍କୁ ମତାମତ ପ୍ରଦାନ କରିବା ପାଇଁ ମୁଁ ଆହ୍ୱାନ କରୁଛି । ବିକଶିତ ଓଡ଼ିଶାର ରୂପରେଖ ଆପଣମାନେ ହିଁ ପ୍ରସ୍ତୁତ କରିବେ । ଆଉ ଆପଣମାନେ ହିଁ ନିଜର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ଦ୍ବାରା ଏହି ଲକ୍ଷ୍ୟ ହାସଲ କରିପାରିବେ । ସେହି ସ୍ଵର୍ଣ୍ଣିମ ଅଧ୍ୟାୟର ଉପକ୍ରମ ଏହି ୫ ବର୍ଷ ମଧ୍ୟରେ ଲେଖିବାକୁ ହେବ । ଆମ ପାଖରେ ସମୟ ବହୁତ କମ୍‌ । ରାଜ୍ୟବାସୀ ଆମକୁ ଯେଉଁ ସୁଯୋଗ ଦେଇଛନ୍ତି, ତା’ର ପ୍ରତି ମିନିଟ୍, ପ୍ରତି ସେକେଣ୍ଡର ସଦୁପଯୋଗ କରିବା ପାଇଁ ଆମେ ସଂକଳ୍ପବଦ୍ଧ ।''

ସ୍ବାଧିୀନତା ସଗ୍ରାମୀଙ୍କୁ ସମ୍ମାନ:

ସମ୍ବୋଧନ ସମୟରେ ମୋହନ ମାଝୀ କହିଥିଲେ, ''ଆପଣମାନେ ଜାଣନ୍ତି, ୧୯୭୫ର ଏମର୍ଜେନ୍ସି, ସ୍ୱାଧୀନତ୍ତୋର ଭାରତ ଇତିହାସର ଏକ କଳଙ୍କିତ ଅଧ୍ୟାୟ । ‘ମିସା’ ଆଇନ ବଳରେ ଯେଉଁ ଦେଶପ୍ରେମୀମାନଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିଥିଲା, ସେମାନଙ୍କୁ ଆମର ସମ୍ମାନ ଜଣାଇବା ପାଇଁ, ଆମ ସରକାର ପେନ୍‌ସନ୍‌, ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଫ୍ରି ବସ୍‌ ପାସ୍‌ ସୁବିଧା କରିବେ । ସ୍ୱାଧୀନତାର ପରିଭାଷା ବ୍ୟାପକ । ରାଜନୈତିକ ସ୍ୱାଧୀନତା ସହିତ ଆର୍ଥିକ ସ୍ୱାଧୀନତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହାବ୍ୟତୀତ ଆମର ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାତ୍ମିକ ସ୍ୱାଧୀନତାର ମଧ୍ୟ ଗୁରୁତ୍ୱ ରହିଛି ।''

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 15, 2024, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.