ETV Bharat / state

କ୍ୟାପିଟାଲ ହସ୍ପିଟାଲକୁ NQAS କ୍ୱାଲିଟି ସାର୍ଟିଫିକେଟ, ଦେଶର ଶ୍ରେଷ୍ଠ ହସ୍ପିଟାଲ ମଧ୍ୟରେ ହେଲା ସାମିଲ

Capital Hospital honoured with NQAS certificate: କ୍ୟାପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (NQAS) କାର୍ଯ୍ୟକ୍ରମ ଅଧୀନରେ ମିଳିଲା କ୍ୱାଲିଟି ସାର୍ଟିଫିକେଟ୍‌ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 17, 2024, 10:45 PM IST

Capital Hospital honoured with NQAS certificate

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (NQAS) କାର୍ଯ୍ୟକ୍ରମ ଅଧୀନରେ ମିଳିଲା କ୍ୱାଲିଟି ସାର୍ଟିଫିକେଟ୍‌ । ଦେଶର ବଛା ବଛା ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରେ ସାମିଲ ହେଲା କ୍ୟାପିଟାଲ ହସ୍ପିଟାଲ । ଏହି କ୍ୱାଲିଟି ସାର୍ଟିଫିକେଟ୍‌ ପାଇବା ପରେ ଓଡିଶାର ନମ୍ବର ୱାନ ହସ୍ପିଟାଲ ହୋଇଛି କ୍ୟାପିଟାଲ ହସ୍ପିଟାଲ । NQAS ପକ୍ଷରୁ ହସ୍ପିଟାଲକୁ ସାମଗ୍ରିକ ଭାବେ ୯୦ ପ୍ରତିଶତ ମାର୍କ ମିଳିଛି । ତେବେ ଚଳିତ ବର୍ଷ ଜୁଲାଇ ମାସ ୭ ତାରିଖରେ NQASର ଏକ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲର ୧୮ଟି ବିଭାଗକୁ ଯାଞ୍ଚ କରିଥିଲେ । ବିଭିନ୍ନ ବିଭାଗରେ ଜୀବାଣୁ ମୁକ୍ତ ପରିବେଶ, ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗଙ୍କ ସୁରକ୍ଷା, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁବିଧା, ମାନବ ସମ୍ବଳ ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ । ଭାରତର ପ୍ରଥମ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲର ୧୮ ଟି ବିଭାଗ ଯାଞ୍ଚ କରି ଏହି ସାର୍ଟିଫିକେଟ ଦିଆଯାଇଛି ।

ତେବେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା ମୁତାବକ, "ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଏହି ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (NQAS) କାର୍ଯ୍ୟକ୍ରମ ଅଧୀନରେ କ୍ୱାଲିଟି ସାର୍ଟିଫିକେଟ ମିଳିଛି । ୧୮ ଟି ବିଭାଗକୁ ନେଇ ଯାଞ୍ଚ କରାଯାଇଥିଲା । ଏହି କ୍ୱାଲିଟି ସାର୍ଟିଫିକେଟ ଦ୍ଵାରା ହସ୍ପିଟାଲର ଗୋଟିଏ ବେଡ଼ ପିଛା ୧୦ ହଜାର ଟଙ୍କା ମିଳିବ । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୭୫୦ ବେଡ଼ ରହିଛି । ଏହାରି ମଧ୍ୟରେ ମିଳିବା ଅର୍ଥ ୮୦ ପ୍ରତିଶତ ଆରକେଏସକୁ ଯିବ । ୧୦ ପ୍ରତିଶତ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ । ବାକି ୧୦ ପ୍ରତିଶତ ରୋଗୀଙ୍କ କାର୍ଯ୍ୟରେ ଲାଗିବ ।"

ଏହାମଧ୍ୟ ପଢନ୍ତୁ.. ଶିଶୁଭବନରୁ ହଟିବ ପୋଷଣ ପୁନର୍ବାସ କେନ୍ଦ୍ର, ଶିଶୁଙ୍କ ପାଇଁ ନିର୍ମାଣ ହେବ ହସ୍ପିଟାଲ

ସେ ଆହୁରି କହିଛନ୍ତି, "କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରାବଧାନ ରହିଛି ଯେ କିଭଳି ଭାବରେ ହସ୍ପିଟାଲରେ ରୋଗୀ ମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯାଉଛି ସେ ନେଇ ତଦାରଖ କରିବା । ଏହି କ୍ରାଇଟରିଆକୁ ନେଇ କ୍ୟାପିଟାଲ ହସ୍ପିଟାଲ ଅନେକ ଉଚ୍ଚକୁ ଯାଇଛି । ଏହାଦ୍ବାରା ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଥାଏ । କର୍ମୀଙ୍କ ମନୋବଳ ବଢାଇବା ପାଇଁ ବିଭିନ୍ନ ସମୟରେ ଭୋଜି କରିବା, କର୍ମୀ ମାନଙ୍କୁ ଆୱାର୍ଡ଼ ଦେବା ଭଳି କାର୍ଯ୍ୟକ୍ରମ କରାଯାଇଛି । ବିଶେଷ ଭାବରେ ପ୍ରତ୍ୟେକ ହସ୍ପିଟାଲ ଅତିକମରେ ୭୦-୮୦ ପ୍ରତିଶତ ପଏଣ୍ଟ ରହିବା ଆବଶ୍ୟକ । କିନ୍ତୁ କ୍ୟାପିଟାଲ ହସ୍ପିଟାଲ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛି । ଏହା ଦ୍ବାରା ଭବିଷ୍ୟତରେ ରୋଗୀମାନଙ୍କୁ ଉଚ୍ଚ ଗୁଣାତ୍ମକ ମାନର ଚିକିତ୍ସା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।"
ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.