ETV Bharat / state

ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, କେଉଁଥିରେ ସାମିଲ ହେବେ BSKY ହିତାଧିକାରୀ ? ‘କର୍କଟ’କୁ ଚେକ୍ ପାଇଁ ବଡ ବ୍ୟବସ୍ଥା - Odisha Budget 2024

author img

By ETV Bharat Odisha Team

Published : Jul 26, 2024, 9:11 AM IST

Odisha Budget 2024: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ ସ୍ୱାସ୍ଥ୍ୟସେବା ପାଇଁ ମୋଟ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟବବରାଦ ରହିଛି । ତେବେ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ନୂଆ ଯୋଜନା ଆରମ୍ଭ ହୋଇଛି । କିଛିର ନାମ ପରିବର୍ତ୍ତନ କରାଯାଇଛି । ଅନ୍ୟପଟେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି । ଜାଣନ୍ତୁ ନୂଆ ସରକାର କେଉଁ ନୂଆ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ଓ ଏଥିରେ କେଉଁମାନେ ଲାଭବାନ ହେବେ...

Odisha Budget 2024
Odisha Budget 2024 (ETV Bharat Odisha)

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ସ୍ୱାସ୍ଥ୍ୟସେବା ପାଇଁ ଚଳିତ ବଜେଟର ମୋଟ ୨୧ ହଜାର ୨ ଶହ କୋଟି ଟଙ୍କାର ବ୍ୟବବରାଦ ରହିଛି । ବିଗତ ବର୍ଷର ବଜେଟକୁ ଆକଳନ କଲେ ପ୍ରାୟ ୩୨ ପ୍ରତିଶତ ଅଧିକ ଓ ସମୁଦାୟ ବଜେଟର ୮ ପ୍ରତିଶତ । ତେବେ ନଜର ପକାନ୍ତୁ ନୂଆ ସରକାର କେଉଁ ନୂଆ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ଓ ଏଥିରେ କେଉଁମାନେ ଲାଭବାନ ହେବେ ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଯୋଜନା ଜନ ଆରୋଗ୍ୟ ଯୋଜନା: ରାଜ୍ୟରେ ଲାଗୁ ହେବ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(PM-JAY) ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ପାଣ୍ଠି ପ୍ରଦାନ କରିବେ । ରାଜ୍ୟ ତଥା ରାଜ୍ୟ ବାହାରେ ରହିଥିବା ଲୋକମାନେ ଦେଶର ସମସ୍ତ ରାଜ୍ୟର ୨୭ ହଜାରରୁ ଅଧିକ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ । ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ବଜେଟରେ ଏହି ଯୋଜନା ପାଇଁ ୫ ଶହ କୋଟି ଟଙ୍କା ବ୍ୟୟବରାଦ ରହିଛି ।

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା: ରାଜ୍ୟ ସ୍ୱାସ୍ଥ୍ୟ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଆରମ୍ଭ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ଯୋଜନା ଅଧିନରେ ଥିବା ଯୋଗ୍ୟ ହିତାଧିକାରୀମାନେ ଏହି ଯୋଜନାରେ ଲାଭବାନ ହୋଇପାରିବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଦନା ପାଇଁ ୩ ହଜାର ୫୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବଦଳିବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନାମ: ଲୋକମାନଙ୍କୁ ସହଜରେ ମାଗଣା ଔଷଧ, ବ୍ୟାପକ ନିଦାନ ସେବା ଏବଂ ବିଶେଷଜ୍ଞ ଓ ସୁପର ସ୍ପେସାଲିଟି ସେବା ତଥା ବ୍ୟାପକ ପ୍ରାଥମିକ ଚିକିତ୍ସା ସୁବିଧା ପାଇଁ ରାଜ୍ୟର ସମସ୍ତ ଉପସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମକରଣ କରାଯିବ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ଇ-ସଞ୍ଜିବନୀ ନେଟଓ୍ବାର୍କ(Tele- medicine) ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ହସ୍ପିଟାଲ ଓବଂ AIIMS ସମେତ ଅନ୍ୟ ସୁପର ସ୍ପେସାଲିଟି ହସ୍ପିଟାଲର ବିଶେଷଜ୍ଞ ଓ ସୁପର ସ୍ପେସାଲିଟି ଡାକ୍ତରମାନଙ୍କ ସହିତ ସଂଯୁକ୍ତ କରାଯିବ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟ ବଜେଟ୍: ଫୋକସରେ ଚାଷ, କୃଷି ପାଇଁ ୩୩,୯୧୯ କୋଟି ବ୍ୟୟବରାଦ, ୮୦୦ ଟଙ୍କା ବଢିଲା ଧାନ MSP - Odisha Budget 2024

ମେଡିକାଲ କଲେଜକୁ କର୍ପସ ପାଣ୍ଠି : ମେଡିକାଲ କଲେଜ ଓ ହସ୍ପିଟାଲରଗୁଡିକ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ । ଏସସିବିକୁ ୫୦ କୋଟି, MKCGକୁ ୩୦କୋଟି, VIMSARକୁ ୨୦କୋଟି ଓ ଅନ୍ୟ ନୂତନ ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୦କୋଟି ଲେଖାଁଏ ଦିଆଯିବା ନେଇ ବ୍ୟୟବରାଦ ହୋଇଛି ।

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ: ମାଗଣାରେ ଚକ୍ଷୁ ସେବା ପ୍ରଦାନ ପାଇଁ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ଶୁଭାରମ୍ଭ ହୋଇଛି । ମୋତିଆ ବିନ୍ଦୁ, ଗ୍ଲକୋମା ଓ କର୍ଣ୍ଣିଆ ଯଦି ହୋଇଥାଏ ତେବେ ମାଗଣା ଅସ୍ତ୍ରୋପଚାର ଓ ମାଗଣା ଚଷମା ଦିଆଯିବ । ଏହି ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟର ସମ୍ପ୍ରସାରଣ: ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟକୁ ସମ୍ପ୍ରସାରଣ କରାଯାଇଛି । ଅପହଞ୍ଚ ତଥା ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବର୍ତ୍ତମାନ ୧୭୭ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ କାର୍ଯ୍ୟ କରୁଥିବା ବେଳେ ଆଉ ୧୫୫ଟି ବୃଦ୍ଧି କରାଯିବ । ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଓ ବେସରକାରୀ ସହଭାଗିତାରେ ୫୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ଯ ସେବା ୟୁନିଟ କାର୍ଯ୍ୟକ୍ଷମ କରାଯିବ । ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଯୋଜନା: 'ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଯୋଜନା' ଅଧିନରେ ବଜେଟରେ ୨ ହଜାର ୪ ଶହ ୬୨ କୋଟି ବ୍ୟୟ ବରାଦ ହୋଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ 'ଆମ ହସ୍ପିଟାଲ' ଅଧୀନରେ ୧ ହଜାର ୩ ଶହ ୧୪ କୋଟି ଟଙ୍କା ଓ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ନିରାପତ୍ତା ଓ ଲଣ୍ଡ୍ରି ଓ ରକ୍ଷଣାବେକ୍ଷଣ ପାଇଁ ଆଉଟସୋର୍ସିଙ୍ଗ ବାବାଦରେ ୮ଶହ ୮୪ କୋଟି ଟଙ୍କା ଓ Diet ବାବଦରେ ୮୪ କୋଟି ଟଙ୍କା 'ନିର୍ମଳ' ଯୋଜନା ଅଧିନରେ ବ୍ୟବବରାଦ କରାଯାଇଛି ।

ନୂତନ କର୍କଟ ରୋଗ ସେବା କେନ୍ଦ୍ର ପ୍ରତିଷ୍ଠା: ଜନସାଧାରଣଙ୍କୁ କେମୋଥେରାପି, ଅନ୍‌କୋ ସର୍ଜରୀ, ରେଡିଓ- ଥେରାପି ଏବଂ ପାଲିଏଟିଭ କେୟାର କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧୧ଟି କର୍କଟ ରୋଗ ସେବା କେନ୍ଦ୍ର ପ୍ରତିଷ୍ଠା ହେବାର ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର ।

୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି: ଆଗାମୀ ୫ ବର୍ଷ ମଧ୍ୟରେ ୭ଟି ନୂତନ ନର୍ସିଂ କଲେଜ ପ୍ରତିଷ୍ଠା ଲକ୍ଷ୍ୟ ରହିଛି । ସେହିଭଳି ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ୨୦୨୪- ୨୫ ବର୍ଷରେ ୩ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯିବ ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ୨ ହଜାର ୯୫ କୋଟି ଟଙ୍କା ଓ PM-ABHIM 3ଶହ ୩୮କୋଟି ଓ ଆୟୁଷ ମିଶନ ପାଇଁ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.