ETV Bharat / state

ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା; ମୋଟ ପରୀକ୍ଷାର୍ଥୀ 5 ଲକ୍ଷ 60 ହଜାର, ଶୃଙ୍ଖଳିତ ପରିଚାଳନା ପାଇଁ AI ବ୍ୟବସ୍ଥା - 10th Board Exam

Matric Exam 2024: ଆଜିଠୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି । ଏଥର ପରୀକ୍ଷା ଦେଉଛନ୍ତି 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନିମନ୍ତେ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ । ଅଧିକ ପଢନ୍ତୁ

Matric Exam
ଆଜିଠୁ ମାଟ୍ରିକ ପରୀକ୍ଷା
author img

By ETV Bharat Odisha Team

Published : Feb 20, 2024, 7:18 AM IST

Updated : Feb 20, 2024, 1:24 PM IST

କେନ୍ଦ୍ରାପଡା: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠୁ (ଫେବୃଆରୀ 20) ଆରମ୍ଭ ହୋଇଛି । ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ପାଇଁ ସକାଳ 7.30ରେ ପରୀକ୍ଷା କେନ୍ଦ୍ର ଖୋଲିଥିଲା । ପରୀକ୍ଷାର୍ଥୀଙ୍କୁ 8.30ରେ OMR ଫର୍ଦ୍ଦ ପ୍ରଦାନ କରାଯାଇଥିଲା । ସକାଳ 8.45ରେ ପ୍ରଶ୍ନପତ୍ର ଦିଆଯାଇ ଓ 9ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ 11ଟାରେ ଶେଷ ହୋଇଥିଲା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ହୋଇଛି । ଅନ୍ୟପଟେ ପରୀକ୍ଷାକୁ ନେଇ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କପି ମୁକ୍ତ ପରୀକ୍ଷା କରିବା ପାଇଁ କେନ୍ଦ୍ରଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଆଜିଠୁ (ମଙ୍ଗଳବାର) ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ, ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରିଛି ବୋର୍ଡ । ଏହି ସବୁ କ୍ୟାମେରା ଉପରେ ବୋର୍ଡ ମୁଖ୍ୟାଳୟରୁ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ନଜର ରଖାଯିବ ।

ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ 20 ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କପି କରନ୍ତି, ମୋବାଇଲ ବ୍ୟବହାର ହୁଏ, ପରୀକ୍ଷାର୍ଥୀ କଥାବାର୍ତ୍ତା ହୁଅନ୍ତି କିମ୍ବା ଅନ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ସିଧା ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରେ ପହଞ୍ଚିବ । ଏହାପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 47ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ଓଏମଆର ସିଟ ଓ ପ୍ରଶ୍ନପତ୍ର ପଠା ସରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ... କାହିଁକି ମାଟ୍ରିକ ପରୀକ୍ଷାର୍ଥୀ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ; ସ୍ପଷ୍ଟ କଲେ ବୋର୍ଡ କର୍ତ୍ତୃପକ୍ଷ

ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ 105ଟି ସେଣ୍ଟରରେ 19 ହଜାର 952 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ 19 ହଜାର 334 ଜଣ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ 308 ଜଣ ମଧ୍ୟମା ଓ 303 ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ (NIOS)ର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । 344ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମୋଟ 105ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ସେହିପରି ମଧ୍ୟମା ଓ ସଂସ୍କୃତ ଟୋଲ ପାଇଁ 15ଟିରୁ 4ଟି ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଶ୍ନପତ୍ର ଏବଂ ପରୀକ୍ଷା ସମ୍ପର୍କିତ ସମସ୍ତ ଦସ୍ତାବିଜ ରଖିବା ପାଇଁ ଜିଲ୍ଲାରେ 9ଟି ନୋଡାଲ ସେଣ୍ଟର କରାଯାଇଛି ।

ପରୀକ୍ଷାର ସୁପରିଚାଳନା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି । କପି ରୋକିବା ପାଇଁ 3ଟି ସ୍କ୍ବାର୍ଡ ଗଠନ କରାଯାଇଛି । ଜିଲ୍ଲାସ୍ତରରେ 2ଟି ଓ ବୋର୍ଡ ପକ୍ଷରୁ ଗୋଟିଏ ସ୍କ୍ବାର୍ଡ ଗଠନ କରାଯାଇଥିବା ବେଳେ ସମସ୍ତ ପରୀକ୍ଷା ସେଣ୍ଟରରେ ସିସିଟିଭି ଲଗାଯାଇଛି । ପ୍ରଥମ ଦିନର ପରୀକ୍ଷା ସମ୍ବନ୍ଧୀୟ ବୈଠକ ଆଜି ସକାଳ 10ରୁ ପୂର୍ବାହ୍ନ 1ଟା ପର୍ଯ୍ୟନ୍ତ କରାଯିବାକୁ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆଣିବା ପାଇଁ 27ଟି ଟିମରେ 54 ଜଣ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଶ୍ନପତ୍ରଗୁଡିକୁ ସୁରକ୍ଷା ଦେବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Feb 20, 2024, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.