ETV Bharat / state

କାଲି ବିଜେପିର ବଡ଼ କାର୍ଯ୍ୟକ୍ରମ, ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା - BJP FELICITATION CEREMONY

author img

By ETV Bharat Odisha Team

Published : Jun 29, 2024, 6:02 PM IST

BJP FELICITATION CEREMONY: ଆସନ୍ତାକାଲି ସମ୍ବର୍ଦ୍ଧିତ ହେବେ ନବନିର୍ବାଚିତ ବିଧାୟକ ଓ ସାଂସଦ । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ ବଡ଼ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

BJP FELICITATION CEREMONY
BJP FELICITATION CEREMONY (ETV Bharat Odisha)

ଭୁବନେଶ୍ବର: ବିଜେପିର ଶପଥ ଗ୍ରହଣ ପରେ ଆସନ୍ତାକାଲି ଆଉ ଏକ ବଡ଼ ଜନସମାବେଶ ଯୋଜନା ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି । ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା ନାଁରେ ଦଳ ପାଳିବ ବିଜୟ ଉତ୍ସବ । ବିଜେପି ନିର୍ବାଚନ ଇସ୍ତାହାରରେ ଯାହା କହିଥିଲା, ତାକୁ ପୂରଣ ପାଇଁ ରାଜ୍ୟବାସୀଙ୍କ ଆଗରେ ଦୋହାରାଇବାକୁ ଦଳ ପ୍ରସ୍ତୁତ ହେଉଛି ।

କାଲି ବିଜେପିର ବଡ଼ କାର୍ଯ୍ୟକ୍ରମ, ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା (BJP FELICITATION CEREMONY)

ନୂଆ ସରକାର, ନୂଆ ଉତ୍ସାହ । ନବ ନିର୍ବାଚିତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି । ରବିବାର ଓଡ଼ିଶା ବିଜେପିର ସମ୍ବର୍ଦ୍ଧନା ଉତ୍ସବ । ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କରିବ । ଆସନ୍ତା 30 ତାରିଖ ରବିବାର 10.30ଟାରେ ବିଜେପି ପକ୍ଷରୁ ସମସ୍ତ ନବନିର୍ବାଚିତ ସାଂସଦ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ, ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହେବ । ବିଜେପିର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ, ରାଷ୍ଟ୍ରୀୟ ଓ ରାଜ୍ୟ ସଦସ୍ୟ, ଜିଲ୍ଲାର , ରାଜ୍ୟ ଓ କେନ୍ଦ୍ରର ମୋର୍ଚ୍ଚା ଦାୟିତ୍ବ ନେଇଥିବା ଓଡ଼ିଶାର ସଦସ୍ୟ ଉପସ୍ଥିତ ରହିବେ ।

ଏହା ବି ପଢନ୍ତୁ- ନବ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିବ ବିଜେପି, ୧୦ ହଜାର କାର୍ଯ୍ୟକର୍ତ୍ତା ଶୁଣିବେ ମନ କି ବାତ୍

ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ରହିବେ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ । ଓଡ଼ିଶାବାସୀଙ୍କ ଆର୍ଶୀବାଦରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏଥି ସହ ଦେଶବାସୀଙ୍କ ଆର୍ଶୀବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି । ରାଜ୍ୟବାସୀ ଏଥର ୭୮ଜଣ ବିଧାୟକ ଏବଂ ୨୦ଜଣ ସାଂସଦଙ୍କୁ ନିର୍ବାଚିତ କରି ବିଧାନସଭା ଏବଂ ଲୋକସଭାକୁ ପ୍ରତିନିଧି ଭାବେ ପଠାଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ବ ନେଇଥିବା ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଓଡିଶାର ୩ ଜଣ ସ୍ଥାନ ପାଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ “ମନ୍ କି ବାତ୍‌” କାର୍ଯ୍ୟକ୍ରମକୁ ପ୍ରଦର୍ଶନୀ ପଡିଆଠାରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ଶୁଣିବେ । ଏହା ସହିତ ବିଜେପି କଲ୍ଚରାଲ୍ ପ୍ରକୋଷ୍ଠ ତରଫରୁ ବହୁ କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.