ETV Bharat / state

ଭାରି ପଡ଼ିଲା ଦଳବଦଳ: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରବ୍ଦ କଲେ ବାଚସ୍ପତି - TWO MLA DISQUALIFIED

author img

By ETV Bharat Odisha Team

Published : Apr 11, 2024, 11:29 AM IST

Updated : Apr 11, 2024, 12:23 PM IST

Two MLAs Disqualified for Defection: ଦୁଇ ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରବ୍ଦ । ଦଳବଦଳ ଯୋଗୁଁ ଦୁହିଁଙ୍କ ସଭ୍ୟପଦ ରବ୍ଦ କଲେ ଓଡ଼ିଶା ବିଧାନସଭାର ବାଚସ୍ପତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଧିକ ପଢନ୍ତୁ,

ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରବ୍ଦ

ଭୁବନେଶ୍ବର: ଦଳବଦଳ ପାଇଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରବ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରବ୍ଦ ହୋଇଛି । ଅରବିନ୍ଦ ଢାଲି ଜୟଦେବ ବିଧାୟକ ଥିବାବେଳେ ପ୍ରେମାନନ୍ଦ ତେଲକୋଇର ବିଧାୟକ । ନିକଟରେ ଦୁହେଁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ଉଭୟଙ୍କର ବିଧାୟକ ପଦ ରବ୍ଦ ହୋଇଛି । ଦଳବଦଳ କାରଣରୁ ଏହି କାର୍ଯ୍ଯାନୁଷ୍ଠାନ ହୋଇଛି । ଦୁହିଁଙ୍କ ବିଧାୟକ ପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦଳବଦଳ ନିୟମ ଅନୁସାରେ ଉଭୟଙ୍କର ବିଧାୟକ ପଦ ରବ୍ଦ ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । ଏହି ପିଟିସନକୁ ଗ୍ରହଣ କରି ବାଚସ୍ପତି ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେବେ ସଭ୍ୟ ପଦ ରଦ୍ଦ ନେଇ ଅରବିନ୍ଦ ଢାଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସଦସ୍ୟ ପଦ ରଦ୍ଦକୁ ନେଇ ଅରବିନ୍ଦ ଢାଲିଙ୍କ ପ୍ରତିକ୍ରିୟା ' ସଭ୍ୟ ପଦ ରବ୍ଦ କରିବା ସ୍ବାଭାବିକ । ମୋ ପାଇଁ ଯାହା ଅନ୍ୟମାନଙ୍କ ପାଇଁ ବି ସମାନ ନିୟମ ଲାଗୁ ହେବା ଦରକାର । ସଭ୍ୟ ପଦ ରବ୍ଦ ପୂର୍ବରୁ ମୋତେ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା । ହେଲେ ଉଦ୍ଦେଶ୍ୟମୂଳକ ଭାବେ ମୋ ମତାମତ ନନେଇ ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର । ପକ୍ଷ ରଖିବାକୁ ଆଉଥରେ ସୁଯୋଗ ଦିଅନ୍ତୁ ।' ତେବେ ସଭ୍ୟ ପଦ ରବ୍ଦର ନିର୍ବାଚନ ଉପରେ କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ଢାଲି ।

ଏହା ମଧ୍ୟ ପଢନ୍ତୁ: ବିଜେଡିରୁ ଆସି ଜୟଦେବ ଟିକଟ ନେଇଗଲେ ଅରବିନ୍ଦ ଢାଲି: ଆଶାୟୀ ନିରାଶ, ବିଜେପିରେ ଫାଟ ଜଳ ଜଳ - Jayadev Assembly Constituency

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅରବିନ୍ଦ ଢାଲି ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଟିକଟରେ ଭୁବନେଶ୍ବରର ଜୟଦେବ ଆସନରୁ ନିର୍ବାଚିତ ହୋଇଥିଲେ । କିଛି ଦିନ ତଳେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଜୟଦେବରୁ ପ୍ରାର୍ଥୀ କରିଛି । ସେହିପରି ୨୦୧୯ରେ ପ୍ରେମାନନ୍ଦ ନାୟକ ବିଜେଡି ଟିକଟରେ କେନ୍ଦୁଝର ଜିଲ୍ଲାର ତେଲକୋଇ ବିଧାନସଭ ଆସନରୁ ବିଧାୟକ ହୋଇଥିଲେ । ହେଲେ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ଏ ଯାଏଁ ବିଜେପି ପକ୍ଷରୁ ପ୍ରେମାନନ୍ଦଙ୍କୁ ଟିକଟ ମିଳିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 11, 2024, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.