ETV Bharat / state

22ରୁ ବିଧାନସଭା; 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ - ODISHA BUDGET SESSION

Odisha Assembly session: 22ରୁ ଅଧିବେଶନ ଆରମ୍ଭ । ରାଜ୍ୟପାଳ ରଖିବେ ଅଭିଭାଷଣ । 25ରେ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:39 AM IST

ଜୁଲାଇ 22ରୁ ବିଧାନସଭା ଅଧିବେଶନ, 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ
ଜୁଲାଇ 22ରୁ ବିଧାନସଭା ଅଧିବେଶନ, 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ (ETV bharat Odisha)

ଭୁବନେଶ୍ବର: ଚଳିତମାସ 22 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‌ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ 27ଟି କାର୍ଯ୍ୟ ଦିବସ ରହିଛି । ରାଜ୍ୟପାଳଙ୍କ ସମ୍ବୋଧନରୁ ଆରମ୍ଭ ହେବାକୁ ଥବା ଏହି ଅଧିବେଶନରେ 25 ତାରିଖରେ 2024-25 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ମଧ୍ୟ ଉପସ୍ଥାପନ ହେବ । ମୋହନ ସରକାରର ପ୍ରଥମ ବିଧାନସଭା ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ସେପ୍ଟେମ୍ବର 13 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୂଦାୟ 27ଟି କାର୍ଯ୍ୟ ଦିବସ ରହିଛି । ଏ ନେଇ ବିଧାନସଭା ସଚିବ ଦାଶରଥି ଶତପଥୀ ବିଧାନସଭା ସଦସ୍ୟ, ସଦସ୍ୟା, ସମସ୍ତ ବିଭାଗର ସଚିବଙ୍କୁ ସୂଚନା ଦେଇଛନ୍ତି ।

ଜୁଲାଇ 22ରୁ ବିଧାନସଭା ଅଧିବେଶନ, 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ
ଜୁଲାଇ 22ରୁ ବିଧାନସଭା ଅଧିବେଶନ, 25ରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ (ETV Bhart Odisha)

ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ସାମ୍ବିଧାନିକ ପରିମ୍ପରା ଅନୁସାରେ, ଜୁଲାଇ 22 ତାରିଖରେ ରାଜ୍ୟପାଳ ରଘୁବର ଦାସ ଗୃହରେ ଅଭିଭାଷଣ ରଖିବେ । ନୂଆ ସରକାରଙ୍କ ଆଭିମୁଖ୍ୟ, ଯୋଜନା ବାବଦରେ ରାଜ୍ୟପାଳଙ୍କ ଅଭିଭାଷଣରୁ ସ୍ପଷ୍ଟ ସୂଚନା ମିଳିବ । 23 ତାରିଖରେ ଉପବାଚସ୍ପତି ନିର୍ବାଚନ ଘୋଷଣା ହେବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ 23 ଓ 24 ତାରିଖ ଦୁଇଦିନ ଚର୍ଚ୍ଚା ହେବ ।

24 ତାରିଖରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । 25 ତାରିଖରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2024/25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । 26 ତାରିଖରେ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟକ୍ରମ ଥିବା ବେଳେ 27 ଓ 28 ତାରିଖ ଶନିବାର ଓ ରବିବାର ପଡୁଥିବାରୁ ଛୁଟି ରହିବ ବିଧାନସଭା । ସେହିପରି ଜୁଲାଇ 29ରୁ 31 ତାରିଖ ଯାଏଁ ବଜେଟ ଉପରେ ସାଧାରଣ ଆଲୋଚନା ହେବ ।

ଅଗଷ୍ଟ 1ରୁ 19 ତାରିଖ ପର୍ଯ୍ୟନ୍ତ ବିଧାନସଭା ଅଧିବେଶନ ବନ୍ଦ ରହିବ । ଅଗଷ୍ଟ 20 ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ସେହିଦିନ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ । 21 ତାରିଖରୁ ବିଭାଗୀୟ ବଜେଟ ଅନୁଦାନ ଉପରେ ଆଲୋଚନା ହୋଇ ପାରିତ ହେବ । ଅଗଷ୍ଟ 24 ଓ 25 ଯଥାକ୍ରମେ ଶନିବାର ଓ ରବିବାର ଥିବାରୁ ବିଧାନସଭା ଛୁଟି ରହିବ । ସେହିପରି 26 ତାରିଖ ଜନ୍ମାଷ୍ଟମୀ ଲାଗି ଛୁଟି ରହିବ । ଅଗଷ୍ଟ 31 ତାରିଖ ଶନିବାରକୁ ଛାଡିଦେଲେ ଅନ୍ୟ ଶନିବାର ଓ ରବିବାର ବିଧାନସଭା ଛୁଟି ରହିବ । ସେପ୍ଟେମ୍ବର 9 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରୀ ରହିବ ।

ଏହା ମଧ୍ୟ ପଢନ୍ତୁ :-ଗାଲାଣ୍ଟ୍ରି ଆୱାର୍ଡ 2024: ବୀର ଯବାନଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କଲେ ରାଷ୍ଟ୍ରପତି - Gallantry Awards 2024

ସେପ୍ଟେମ୍ବର 10 ତାରିଖରେ ଚଳିତ ଆର୍ଥିକବର୍ଷର ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପିତ ହେବ । ସେପ୍ଟେମ୍ବର 12 ଓ 13 ତାରିଖରେ ପ୍ରାଇଭେଟ ମେମ୍ବର୍ସ ବିଲ୍‌ ପାଇଁ ଉଦ୍ଦିଷ୍ଟ ରହିଛି । ସେହିପରି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଲାଗି ଗ୍ରୁପ, ତାରିଖ ଓ ବିଭାଗ ଧାର୍ଯ୍ୟ ମଧ୍ୟ ହୋଇଛି । ଏହା ପୂର୍ବରୁ ତିନିଦିନିଆ ସ୍ବତନ୍ତ୍ର ଅଧିବେଶନରେ ନବନିର୍ବାଚିତ ସଦସ୍ୟମାନେ ଶପଥ ପାଠ କରିସାରିଛନ୍ତି । ଚଳିତଥର ବିଜେପିକୁ ଶାସକ ଭୂମିକାରେ ଓ ଦୀର୍ଘ ଅଢେଇ ଦଶନ୍ଧି ଧରି କ୍ଷମତା ଭୋଗ କରିଥିବା ବିଜେଡିକୁ ବିରୋଧୀ ଆସନରେ ଦେଖିବାକୁ ମିଳିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭୂମିକାରେ ନଜର ଆସିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.