ETV Bharat / state

Ration card: ବିଧାନସଭାରେ ମୋହନ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ - New Ration card By September

author img

By ETV Bharat Odisha Team

Published : Sep 4, 2024, 1:17 PM IST

Updated : Sep 4, 2024, 1:26 PM IST

New Ration Card By September: ଚଳିତ ସେପ୍ଟେମ୍ବର ମାସ ସୁଦ୍ଧା ବଣ୍ଟାଯିବ ନୂଆ ରସନ କାର୍ଡ । ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ଏବେ ସୁଦ୍ଧା 10 ଲକ୍ଷ ଆବେଦନ କରିଛନ୍ତି । ବିଧାନସଭାରେ ଏହି ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । ଅଧିକ ପଢ଼ନ୍ତୁ,

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ସେପ୍ଟେମ୍ବର ସୁଦ୍ଧା ରାଜ୍ଯରେ ନୂଆ ରାସନ କାର୍ଡ ଦିଆଯିବ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ବିଧାନସଭାରେ ଏହି ବଡ଼ ସୂଚନା ଦେଇଛନ୍ତି । ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଥିବା ବେଳେ, ବର୍ତ୍ତମାନ ସୁଦ୍ଧା 10 ଲକ୍ଷ ଆବେଦନ କରି ସାରିଛନ୍ତି ବୋଲି ଗୃହକୁ ଜଣାଇଛନ୍ତି ମନ୍ତ୍ରୀ ।

New Ration Cards To Be Distributed in The State By September (ETV Bharat Odisha)

ସେପ୍ଟେମ୍ବରରେ ରାସନ କାର୍ଡ:

ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର କ୍ଷମତାକୁ ଆସିବା ପରେ ଭୂତ ହିତାଧିକାରୀଙ୍କୁ ନେଇ ଆଲୋଚନା ଜୋର ଧରିଥିଲା । ଭୂତ ହିତାଧିକାରୀ ମାଳ ମାଳ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅନେକ ଥର କହିଥିଲେ। ତେବେ ଏନେଇ ବିଭାଗ ପକ୍ଷରୁ ଅନୁଧ୍ୟାନ ଚାଲିଛି ବୋଲି କହିଥିଲେ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ଗୃହରେ ସୂଚନା ଦେଇଛନ୍ତି ସେପ୍ଟେମ୍ବର ମାସରେ ନୂଆ ରସନ କାର୍ଡ ଦିଆଯିବ ।

ସିଂହଭାଗଙ୍କୁ ମାଗଣା ଚାଉଳ:

ରାଜ୍ୟରେ 78 ପ୍ରତିଶତ ଲୋକ ମାଗଣା ଚାଉଳ ପାଉଛନ୍ତି । ଗୃହରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3 କୋଟି 25 ଲକ୍ଷ 93 ହଜାର 875 ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 10 ଲକ୍ଷ ୨ ହଜାର 144 ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ: Odisha Assembly: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ - Naveen Attack On BJP GOVT

ବଢ଼ିବ କି ବିଧାୟକଙ୍କ ଦରମା ଓ ପେନସନ ?

ଆଜି ଶୂନ୍ୟକାଳରେ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ସହ ବିଧାୟକମାନଙ୍କ ଦରମା ବଢିବା ପ୍ରସଙ୍ଗ ଉଠିଥିଲା । ପୂର୍ବତନ ବିଧାୟକମାନଙ୍କ ଜୀବନ ଜୀବିକା ଦୁର୍ବିସହ ହେଉଛି ଏବଂ ବହୁତ କମ ପେନସନ ପାଉଥିବା ଦର୍ଶାଇ ସେମାନଙ୍କ ପେନସନ ବଢାଇବା ପାଇଁ ଦାବି କରିଥିଲେ ବିଧାୟକ । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ ଦର୍ଶାଇଥିଲେ ଯେ ' ବାଚସ୍ପତି ଦିନେ ପୂର୍ବତନ ବିଧାୟକ ଥିଲେ । ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥିବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ କମ । ନେତା ଦିନ ରାତି କାମ କରନ୍ତି ଏବଂ ଅସୁବିଧା ଭୋଗୁଛନ୍ତି । ଜଣେ ପୂର୍ବତନ ବିଧାୟକଙ୍କୁ 4 ରୁ 5 ରୋଗରେ ପୀଡ଼ିତ ଥାଇପାରନ୍ତି । ବହୁ ପୂର୍ବତନ ବିଧାୟକ ଅଛନ୍ତି, ଯେଉଁମାନେ ମାତ୍ର 30 ହଜାର ପେନସନ ପାଉଛନ୍ତି । ଜଣେ ବିଧାୟକଙ୍କର ନିର୍ବାଚନ ମଣ୍ଡଳୀ ପାଇଁ 2 ରୁ 3 ଲକ୍ଷ ଦରକାର । ଥରେ ନିର୍ବାଚନ ମଣ୍ଡଳୀ ଗଲେ ଅତିକମରେ 15 ହଜାର ଟଙ୍କାର ତେଲ ପୋଡୁଛି । ' ଗୃହରେ ବିଧାୟକମାନଙ୍କ ଭତ୍ତା ବୃଦ୍ଧି ଆଲୋଚନା ନେଇ ଉଦବେଗଜନକ ଆବେଗ ଉପରେ ଗୃହରେ ଆଲୋଚନା ହେବ ବୋଲି ବାଚସ୍ପତି ସୁରମା ପାଢ଼ି ।

ଏହାମଧ୍ୟ ପଢ଼ନ୍ତୁ: Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

ଫୁଡ୍ କମିଶନଙ୍କ ବିରୋଧରେ ହେବ ଆକ୍ସନ :

ଫୁଡ କମିଶନଙ୍କ ବିରୋଧରେ ଆକ୍ସନ ନେବେ ମନ୍ତ୍ରୀ । ଜ୍ଞାନ ନଥିବା ବ୍ୟକ୍ତିକୁ କମିଶନ ଭାବେ ବସାଇଥିଲେ ବିଜେଡି ସରକାର । ଅଣ ଓଡ଼ିଆ ଅଫିସରଙ୍କୁ ଯିଏ ଖୁସି କରି ପାରୁଥିଲା ସେ ବ୍ୟକ୍ତିଙ୍କୁ ବସାଇଛନ୍ତି, ଯିଏ ଚୋରା କୋଇଲା ବ୍ୟବସାୟ କରୁଛି, ପାଉଁଶ ଉଠାଣରେ ଲିପ୍ତ ଓ ଏହି ପଦବୀର ଅପବ୍ୟବହାର କରି ଲୁଟିଛନ୍ତି । କମିଶନ ଜଣେ ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ଅଧିକାରୀ ହୋଇଥାନ୍ତି କିନ୍ତୁ ବିଜେଡି ସରକାର ଏହି ପଦରେ ଜଣେ ଅପରିପକ୍ବ ବ୍ୟକ୍ତିଙ୍କୁ କିପରି ବସାଇଛନ୍ତି । ' ଆଜି ଗୃହରେ ଏହି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେପଟେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି, ' ମନ୍ତ୍ରୀ ହେଉଛନ୍ତି ମାଲିକ । ଚାହିଁଲେ, ଆଜି ସନ୍ଧ୍ୟା ସୁଦ୍ଧା ବାହାର କରିପାରିବେ ।'

ଏହାମଧ୍ୟ ପଢ଼ନ୍ତୁ: Odisha Assembly: ବିଧାନସଭାରେ ସୁଭଦ୍ରା ତାତି, ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ହତ୍ୟା - Assembly Adjourned

ଢେଙ୍କାନାଳ ଆମ୍ବ ଏବେ ଦୁବାଇରେ:

' ଜୈବିକ ପ୍ରଣାଳୀରେ ଚାଷ କରାଯାଉଥିବା ଢେଙ୍କାନାଳ ଆମ୍ବ ଏବେ ଦୁବାଇ ପଠାଯାଉଛି । ବଲାଙ୍ଗିରରୁ ପୋଟଳ ବାହାରକୁ ପଠାଯାଇଛି । ପଟଣାଗଡ଼ର ଦ୍ରାଗନ ଫ୍ରୁଟ ଦୁବାଇ ଯାଉଛି । ବଲାଙ୍ଗୀର ଜିଲ୍ଲାରେ 1000 ହେକ୍ଟର ଜମିରେ ଜୈବିକ ପ୍ରକ୍ରିୟାରେ ଚାଷ ହେଉଛି । 1,462 ଚାଷୀ ଜୈବିକ ଚାଷ କରୁଛନ୍ତି ।' ପ୍ରଶ୍ନକାଳରେ ଗୃହରେ ଏହି ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ 5 ଟି କ୍ଲଷ୍ଟରରେ 1000 ହେକ୍ଟରରେ 1,015 ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ମାଟିର ଅଂଶ ଗୁଣାତ୍ମଜ ରୁହେ। ଜୈବିକ ଚାଷକୁ ଅଧିକ ବୃଦ୍ଧି କରିବା ପାଇଁ ସରକାର ଚାହୁଁଛନ୍ତି । ଅଧିକାଂଶ ଆଦିବାସୀ ଜିଲ୍ଲା ଗୁଡିକରେ ଜୈବିକ ପ୍ରଣାଳୀରେ ଚାଷ କରାଯାଉଛି । ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର ଓ କଳାହାଣ୍ଡି ଭଳି ଆଦିବାସୀ ଜିଲ୍ଲାରେ ଜୈବିକ ଚାଷ ହେଉଛି ।

ଏହାମଧ୍ୟ ପଢ଼ନ୍ତୁ: High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.