ETV Bharat / state

ନିର୍ବାଚନରେ ଜିତିବା ପରେ ଶ୍ରୀମନ୍ଦିର ମୁହାଁ ନେତା - Winning mla candidates in puri

author img

By ETV Bharat Odisha Team

Published : Jun 7, 2024, 8:25 PM IST

Winning mla candidates in puri: ଚଳିତ ନିର୍ବାଚନର ଫଳାଫଳ ଆସିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ ,ତାଳଚେର ବିଧାୟକ ବ୍ରଜ ପ୍ରଧାନ ଏବଂ ନିମାପଡ଼ ବିଧାୟିକା ପ୍ରଭାତୀ ପରିଡ଼ା । ସେପଟେ ଅରୁଣ କହିଛନ୍ତି ଦଳର ପରାଜୟର କାରଣ ସମୀକ୍ଷା ହେବ । ଅଧିକ ପଢନ୍ତୁ

WINNING MLA CANDIDATES IN PURI
WINNING MLA CANDIDATES IN PURI (ETV Bharat Odisha)

ପୁରୀ: ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶ୍ରୀମନ୍ଦିର ମୁହାଁ ଏବେ ନେତା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ନେତା । ତେବେ ବିଜେଡ଼ି ନେତା ଅରୁଣ ସାହୁ ଓ ବ୍ରଜ କିଶୋର ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଅରୁଣ ସାହୁ କହିଛନ୍ତି,"ବିଜେଡ଼ି ପରାଜୟର ସମୀକ୍ଷା ହେବ । ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ପରାଜୟର କାରଣ କ'ଣ ରହିଛି ଏବଂ ଏଥିପାଇଁ କିଏ ଦାୟୀ ତା'ର ତର୍ଜମା କରାଯାଇ ବିଜେଡ଼ି ସୁପ୍ରିମୋଙ୍କୁ ପ୍ରଦାନ କରାଯିବ । ତେବେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ତାଙ୍କର ଜନମତକୁ ସମ୍ମାନ ଦେବାକୁ ପଡ଼ିବ । ତେବେ ବିରୋଧୀ ଆସନରେ ବସିଲେ ବି କିଭଳି ରାଜ୍ୟର ଉନ୍ନତି ହୋଇ ପାରିବ ସେ ନେଇ ବିଜେଡି କାର୍ଯ୍ୟ କରିବ ।"

ତେବେ ନିର୍ବାଚନ ପରିଚାଳନାରେ ତ୍ରୁଟି, ବରିଷ୍ଠ ନେତାଙ୍କୁ ଅଣଦେଖା, ଭି.କେ ପାଣ୍ଡିଆନ ଏକଚାଟିଆ କାର୍ଯ୍ୟକଳାପ ଯୋଗୁଁ ଦଳ ହାରିଲାକୁ ପ୍ରଶ୍ନର ଉତ୍ତରରେ ଅରୁଣ କହିଛନ୍ତି ଯେ, ଏହି ସବୁ ପ୍ରସଙ୍ଗ କମିଟିରେ ଆଲୋଚୋନା ପରେ ନିଷ୍କର୍ଷ ବାହାରିବ । ପରେ ଯାହା କିଛି ପଦକ୍ଷେପ ନିଆଯିବ ।

ସେପଟେ ତାଳଚେରର ନବ ନିର୍ବାଚିତ ବିଜେଡି ବିଧାୟକ ବ୍ରଜ ପ୍ରଧାନ କହିଛନ୍ତି," ଆମକୁ ଜନତା ଯାହା ଦାୟିତ୍ଵ ଦେଇଛନ୍ତି । ତାହା ଆମେ ପାଳନ କରିବୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅ । ସମସ୍ୟା ସମାଧାନ କର । ଏହାହିଁ ସମସ୍ତେ ପାଳନ କରି ଓଡ଼ିଶାବାସୀଙ୍କ ସେବା କରିବ ବିଜେଡି । ତେବେ ପରାଜୟ କାରଣ ନେଇ କମିଟି ରିପୋର୍ଟ୍ ଆସିବା ପରେ ଦଳକୁ ମଜଭୁତ କରିବା ପାଇଁ ପଦକ୍ଷପ ନିଆଯିବ ।"

ଏହା ମଧ୍ୟ ପଢନ୍ତୁ ......ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶା ରାଜ୍ୟପାଳ, ବିକଶିତ ରାଜ୍ୟ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା - Raghubar Das Visits Puri

ସେପଟେ ବିଜେପିର ନବନିର୍ବାଚିତ ନିମାପଡ଼ା ବିଧାୟିକା ପ୍ରଭାତି ପରିଡା ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ କହିଛନ୍ତି,"ସରକାର ଗଠନ ହେବାର ୬ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ । ସେହିପରି ଖୁବଶୀଘ୍ର ରତ୍ନଭଣ୍ଡାର ମଧ୍ୟ ଖୋଲାଯିବ । ଆଗାମୀ ଦିନରେ ବିଜେପି ସରକାର ନେତୃତ୍ୱରେ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ପରିପ୍ରକାଶ ହେବ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ବିଜେପି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ତେବେ ସେ କୌଣସି ପଦ ପଦବୀ ପାଇଁ କାର୍ଯ୍ୟ କରୁନାହାନ୍ତି । ଲୋକଙ୍କ ସେବା ଆମର ମୁଖ୍ୟ ଲକ୍ଷ୍ୟ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.