ETV Bharat / state

ଓଡ଼ିଶାର ନୂଆ ଉପମୁଖ୍ୟମନ୍ତ୍ରୀ; 6 ଥରର ବିଧାୟକ କେଭି, ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ - New Deputy CM of Odisha

author img

By ETV Bharat Odisha Team

Published : Jun 11, 2024, 9:23 PM IST

New Deputy CM of Odisha: ଓଡ଼ିଶାକୁ ମିଳିବାକୁ ଯାଉଛି 2 ଉପମୁଖ୍ୟମନ୍ତ୍ରୀ । ଜଣେ 6 ଥରର ବିଧାୟକ ଓ ଆଉ ଜଣେ ପ୍ରଥମ ଥର ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

New Deputy CM of Odisha
New Deputy CM of Odisha (ETV Bharat Odisha)

ବଲାଙ୍ଗୀର/ନିମାପଡ଼ା: ଓଡ଼ିଶାକୁ ମିଳିଛି ନୂଆ ମୁଖିଆ । ବିଜେପି ବିଧାୟକ ଦଳ ବୈଠକ ଶେଷ ହେବା ପରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଆଦିବାସୀ ନେତା ମୋହନ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ 2ଜଣଙ୍କ ନାଁ ଘୋଷଣା ହୋଇଛି । ନିମାପଡ଼ାରୁ ନିର୍ବାଚନ ଲଢି ପ୍ରଥମ ଥର ପାଇଁ ବିଧାୟିକା ହୋଇଥିବା ପ୍ରଭାତୀ ପରିଡ଼ା ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ରେସ୍‌ରୁ ଆଉଟ୍‌ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ପାଟଣାଗଡ଼ର 6ଥରର ବିଧାୟକ କନକ ବର୍ଦ୍ଧନ ସିଂହଦେଓ ।

କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ:

  • ପାଟଣାଗଡ଼ରୁ 6ଥରର ବିଧାୟକ:- ବଲାଙ୍ଗୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ତଥା ପାଟଣା ମହାରାଜା କନକ ବର୍ଦ୍ଧନ ସିଂହଦେଓ ହେବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ । ପାଟଣାଗଡ ଆସନରୁ ଲଗାତାର ଭାବେ ଜିତି ଆସୁଥିବା କେଭି ସିଂହଦେଓ ୧୯୯୫ ସହିତ ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ୧୯୯୫ ମସିହାରେ ସେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏହାପରେ ଲଗାତାର ଭାବେ ସେ ପାଟଣାଗଡ ଆସନରୁ ଜିତି ଆସୁଛନ୍ତି । ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି କେଭିଙ୍କ ଗଡ଼ ହୋଇ ରହିଛି ପାଟଣାଗଡ ବିଧାନସଭା ଆସନ ।
  • 2019ରେ ପରାଜିତ:- 1995ରୁ 2014ରୁ ପାଟଣାଗଡ଼ରୁ ଜିତିଆସୁଥିବା କେଭି ୨୦୧୯ରେ ପରାଜିତ ହୋଇଥିଲେ । ବିଜେଡି ନେତା ସରୋଜ ମେହେର ତାଙ୍କୁ ପ୍ରଥମ ଥର ପରାଜୟ ଦେଖାଇଥିଲେ । ୨୦୧୯ରେ ହାରିବା ପରେ ବି ୨୦୨୪ରେ ପୁଣି ସେହି ଆସନରୁ ବିଜୟ ହାସଲ କରିଥିଲେ କେଭି ସିଂହଦେଓ । ଆଉ ଏଥର ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । ଯାହା ପରେ ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି ।
  • ପାଟଣା ମହାରାଜ ନାତି କେଭି ସିଂହଦେଓ:- ଓଡ଼ିଶାର ନୂଆ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କନକ ବର୍ଦ୍ଧନ ସିଂହଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାଟଣା ମହାରାଜ ଆର.ଏନ ସିଂହଦେଓଙ୍କ ନାତି । ସେହିପରି ତାଙ୍କ ବାପା ସ୍ବର୍ଗତ ମହାରାଜ ଆର.ଆର ସିଂହଦେଓଙ୍କ ପରେ ପୁରୁଣା ରାଜା ମହାରାଜାଙ୍କ ନୀତି ନିୟମ ଅନୁସାରେ ସେ ଏଠିକାର ମହାରାଜା ଭାବରେ ପରିଚିତ । ତେବେ ଆଜି ବି ଏଠି ରାଜା ମହାରାଜା ପରମ୍ପରା ଅଛି । ଲୋକେ ତାଙ୍କୁ ଆଜି ବି ନିଜର ମହାରାଜା ଭାବରେ ମାନି ଆସୁଛନ୍ତି ।

କନକ ବର୍ଦ୍ଧନ ସିଂହ ଦେଓ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହିତ ମିଳାମିଶା କରନ୍ତି । ଲୋକଙ୍କ ସୁଖ ଦୁଃଖରେ ସବୁ ବେଳେ ଛିଡା ହୁଅନ୍ତି । ତେବେ ସେ କ୍ଷମତା ଥିଲେ କିମ୍ବା ନ ଥିଲେ ମଧ୍ୟ ଲୋକଙ୍କ ସମସ୍ୟା ଓ ଅଧିକାର ପାଇଁ ଲଢେଇ କରି ଆସିଛନ୍ତି । ଏପରିକି ଦିନ ରାତି ଅହରହ ଧାରଣା ଅନଶନ କରିବା ବର୍ଷାରେ ଭିଜି ଭିଜି ଲୋକଙ୍କ ପାଇଁ ଲଢେଇ କରିବା ଭଳି ଅନେକ ଘଟଣା ଏଠି ତାଙ୍କୁ ଲୋକପ୍ରିୟତା ପ୍ରଦାନ କରିଛି। ସେହିପରି ତାଙ୍କ ସ୍ତ୍ରୀ ମହାରାଣୀ ସଙ୍ଗୀତା କୁମାରୀ ସିଂହଦେଓ ମଧ୍ୟ ବଲାଙ୍ଗୀରରୁ 5ଥର ସାଂସଦ ହୋଇଛନ୍ତି ।

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା:

  • ପ୍ରଥମ ଥର ବିଧାୟିକାରୁ ଉପମୁଖ୍ୟମନ୍ତ୍ରୀ:- ପ୍ରଭାତୀ ପରିଡ଼ା ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ପ୍ରଥମେ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ମହିଳା ମୋର୍ଚ୍ଚାରୁ ରାଜନୀତିରେ ପାଦ ଦେଇଥିଲେ ପ୍ରଭାତୀ । 2009ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ 2014 ଓ 2019ରେ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇ ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାସଙ୍କଠୁ ପରାଜିତ ହୋଇଥିଲେ । 2014ରେ ପ୍ରଭାତୀଙ୍କ ଭାଗ୍ୟ ଫିଟିଥିଲା । 2024ରେ ବିଜେଡି ଦିଲ୍ଲୀପ କୁମାର ନାଏକଙ୍କୁ ଟିକଟ ଦେଇଥିବା ବେଳେ ତାଙ୍କୁ ହରାଇ ପ୍ରଥମ ଥର ବିଧାୟିକା ହୋଇଛନ୍ତି ପ୍ରଭାତୀ । ପ୍ରଥମ ଥର ବିଧାୟିକାରୁ ଏବେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପ୍ରଭାତୀ ।
  • ବ୍ୟକ୍ତିଗତ ଜୀବନ:- ପ୍ରଭାତୀ ବୃତ୍ତିରେ ଜଣେ ଓକିଲ । ସେ 1995 ମସିହାରେ ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟିରେ ଏଲଏଲବି ଅଧ୍ୟୟନ କରିଥିଲେ । ଏହାପରେ 2005ରେ ସେ ପବ୍ଲିକ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ହାସଲ କରିଥିଲେ । ଏହାପରେ ଓଡ଼ିଶା ସରକାରଙ୍କ ଜଣେ କର୍ମଚାରୀ ଶ୍ୟାମ ସୁନ୍ଦର ନାୟକଙ୍କୁ ବିବାହ କରିଛନ୍ତି । ସେ ସମାଜସେବୀ ଭାବେ ମଧ୍ୟ ପରିଚିତ ।

ପଢନ୍ତୁ ଅନ୍ୟ କିଛି ଖବର

ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା

ମୋହନ ଚରଣ ମାଝୀ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ; କେଭି ସିଂହ ଦେଓ, ପ୍ରଭାତୀ ପରିଡା ଉପମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ବଲାଙ୍ଗୀର/ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.