ETV Bharat / state

ପୁଣି ପଦ୍ମପୁର ଗଡ଼ ହାତେଇଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ, ଜନତାଙ୍କୁ ଦେଲେ ବିଜୟ ଶ୍ରେୟ - BARSHA SINGH BARIHA WINS

author img

By ETV Bharat Odisha Team

Published : Jun 7, 2024, 4:31 PM IST

Barsha Singh Bariha Wins In Padmapur: ବରଗଡ ଜିଲ୍ଲାର ୫ ଗୋଟି ବିଧାନସଭା ଆସନରୁ ଏକ ମାତ୍ର ଆସନରେ ବିଜୟୀ ହୋଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ସିଂ ବରିହା । ବିଜୟ ପରେ ସେ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଦର୍ଶନ କରି ଆଶୀର୍ବାଦ କାମନା କରିବା ସହ ଲୋକଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ,

ପୁଣି ପଦ୍ମପୁର ଗଡ଼ ହାତେଇଲେ ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ, ଜନତାଙ୍କୁ ଦେଲେ ବିଜୟ ଶ୍ରେୟ
ପୁଣି ପଦ୍ମପୁର ଗଡ଼ ହାତେଇଲେ ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ, ଜନତାଙ୍କୁ ଦେଲେ ବିଜୟ ଶ୍ରେୟ (ETV Bharat Odisha)

ବରଗଡ: ଜିଲ୍ଲାର ୫ ଗୋଟି ବିଧାନସଭା ଆସନରୁ ବିଜେଡି ଦଳର ସମସ୍ତ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଥିବାବେଳେ କେବଳ ପଦ୍ମପୁର ଆସନରେ ବିଜେଡି ଦଳ ବିଜୟୀ ହୋଇଛି । ଭଟଲି, ଅତାବିରା, ବିଜେପୁର ଆଦି ଆସନରେ ପୂର୍ବରୁ ମନ୍ତ୍ରୀ ହୋଇଥିବା ନେତା ମାନେ ମଧ୍ୟ ଚଳିତ ନିର୍ବାଚନରେ ହାରିଯାଇଥିବା ବେଳେ ବରଗଡ ଆସନକୁ ନିଜ କବଜାରେ ରଖିଥିବା ଆଚାର୍ଯ୍ୟ ପରିବାରକୁ ମଧ୍ୟ ଏଥର ହାର ସ୍ଵୀକାର କରିବାକୁ ପଡିଛି । ମାତ୍ର ବରଗଡ ଜିଲ୍ଲାରେ କେବଳ ପଦ୍ମପୁର ଆସନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପୁଣି ନିଜ ଗଡ଼ ହାସଲ କରିଛନ୍ତି ।

ପୁଣି ପଦ୍ମପୁର ଗଡ଼ ହାତେଇଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ (ETV Bharat Odisha)

ପୁଣି ପଦ୍ମପୁରରେ ବିଜୟୀ ହେଲେ ବର୍ଷା ସିଂ
ଚଳିତ ନିର୍ବାଚନରେ ପଦ୍ମପୁର ବିଧାନସଭା ଆସନରେ ସମୁଦାୟ ୭ ଜଣ ପ୍ରାର୍ଥୀ ଛିଡା ହୋଇଥିବା ବେଳେ ମୁଖ୍ୟତଃ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରି-ସ୍ତରୀୟ ମୁକାବିଲା ରହିଥିଲା । ବିଜେଡି ଦଳରୁ ବର୍ଷା ସିଂ ବରିହା, ବିଜେପି ଦଳରୁ ଗୋବର୍ଦ୍ଧନ ଭୁଏ ଓ କଂଗ୍ରେସ ଦଳରୁ ଟଙ୍କଧର ସାହୁ ପ୍ରାର୍ଥୀ ହୋଇଥିବାବେଳେ ଗତ ଉପନିର୍ବାଚନରେ ବିଜୟୀ ହୋଇ ବିଧାୟିକା ହୋଇଥିବା ବିଜେଡି ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଏଥର ଲୋକେ ପୁଣି ବିଜୟୀ କରିଛନ୍ତି । ବିଜେଡି ଦଳର ବର୍ଷା ସିଂ ବରିହାଙ୍କୁ ୯୧ହଜାର ୯୯୫ ଭୋଟ ମିଳିଥିବାବେଳେ, ବିଜେପି ଦଳରୁ ଗୋବର୍ଦ୍ଧନ ଭୁଏଙ୍କୁ ୮୧ହଜାର ୨ ଖଣ୍ଡ ଭୋଟ ଏବଂ କଂଗ୍ରେସ ଦଳରୁ ଟଙ୍କଧର ସାହୁଙ୍କୁ ୩୦ହଜାର ୪୫୩ଖଣ୍ଡ ଭୋଟ ମିଳିଛି । ତେବେ ବର୍ଷା ସିଂ ବରିହା ୧୦ହଜାର ୯୯୩ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ପଦ୍ମପୁରବାସୀଙ୍କୁ ଜଣାଇଲେ କୃତଜ୍ଞତା

ତେବେ ସାଧାରଣ ନିର୍ବାଚନର ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀନୀ ବର୍ଷା ସିଂ ବରିହା ନିଜର ଶ୍ୱଶୁର ତଥା ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂଙ୍କ ସହ ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଥିଲେ । ସନ୍ଧ୍ୟା ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଶୋଭାଯାତ୍ରା ରେ ବାହାରି ପାଇକମାଲର ବିଭିନ୍ନ ପଡ଼ାକୁ ଯାଇ, ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସମସ୍ତ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ ବିଧାନସଭା ଆସନ: ବିଜେପି ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବିଜୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.