ETV Bharat / state

ନିର୍ବାଚନ ପୂର୍ବରୁ ଅଶାନ୍ତ ଖଣ୍ଡପଡା, ଏକାଧିକ ବିଜେପି କର୍ମୀ ଆହତ - KHANDAPADA PRE POLL VIOLENCE - KHANDAPADA PRE POLL VIOLENCE

Pre Poll Violence in khandapada: ନିର୍ବାଚନ ପୂର୍ବରୁ ଖଣ୍ଡପଡାରେ ବୁଲିଲା ଖଣ୍ଡା । ମରଣାନ୍ତକ ଆକ୍ରମଣରେ ଏକାଧିକ ବିଜେପି କର୍ମୀ ଆହତ । ଅଧିକ ପଢନ୍ତୁ

Pre Poll Violence in khandapada
Pre Poll Violence in khandapada (ETV Bharat Odisha)
author img

By ETV Bharat Odisha Team

Published : May 24, 2024, 3:52 PM IST

ନୟାଗଡ: ଆସନ୍ତାକାଲି(ଶନିବାର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅଶାନ୍ତ ହୋଇପଡିଛି ଖଣ୍ଡପଡା ନିର୍ବାଚନ ମଣ୍ଡଳୀ । ଖଣ୍ଡପଡାରେ ବୁଲିଲା ଖଣ୍ଡା । ଭାପୁରରେ ବିଜେଡ଼ି କର୍ମୀମାନେ ଖଣ୍ଡା ବୁଲାଇବା ସହିତ ମାରଣାସ୍ତ୍ର ଧରି ଆତଙ୍କ କରିଥିବା ଦେଖାଯାଇଛି । ବିଜେଡ଼ିକୁ ଭୋଟ ନ ଦେଲେ ହତ୍ୟା ଉଦ୍ୟମ ସହ ଧମକ ଦିଆଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ରକ୍ତମୁଖା ବିଜେଡ଼ି କର୍ମୀଙ୍କ ମରଣାନ୍ତକ ଆକ୍ରମଣରେ 3 ବିଜେପି କର୍ମୀ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକଙ୍କୁ ଧମକ ଦେଉଥିବା ବିଜେପି ଅଭିଯୋଗ କରିଛି । ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

Pre Poll Violence in khandapada (ETV Bharat Odisha)

ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୨ଟି ସ୍ଥାନରେ ନିର୍ବାଚନ ହିଂସା ଦେଖିବାକୁ ମିଳିଛି । ତେବେ ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କବାଦର ଦୃଶ୍ୟ ସ୍ପଷ୍ଟ ଭାବେ ଭିଡିଓରେ ଦେଖାଯାଇଛି । ଅନ୍ୟ ଏକ ଭାଇରାଲ ହେଉଥିବା ଭିଡିଓରେ ମଧ୍ୟ ଘର ବାହାରେ ମାରଣାସ୍ତ୍ର ଧରି ଆତଙ୍କରାଜ ସୃଷ୍ଟି କରୁଥିବା ଦେଖାଯାଇଛି । ବିଜେଡ଼ିକୁ ଭୋଟ ନ ଦେଲେ ସଙ୍ଘବଦ୍ଧ ହତ୍ୟା ଉଦ୍ୟମ ସହ ଧମକ ଦିଆଯାଉଥିବା କହିଛନ୍ତି ଖଣ୍ଡପଡା ବିଜେପି କର୍ମୀ । ଖୋଦ ରାଣିପଡା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଏବଂ ପୁଅ ମାରଣାସ୍ତ୍ର ଧରି ହତ୍ୟା ଧମକ ସହ ସାଙ୍ଘାତିକ ଭୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଖଣ୍ଡପଡାରେ ବିଜେଡିର ପାୱାର ସୋ'; ୧୦ ହଜାର କର୍ମୀଙ୍କୁ ନେଇ ଶକ୍ତି ଦେଖାଇଲେ ସାବିତ୍ରୀ ପ୍ରଧାନ - BJD Power Show In Khandapada

ସେହିପରି ଭାପୁର ବ୍ଲକ ଭଗବାନପୁର ଗାଁରେ ମଧ୍ୟ ବିଜେଡ଼ିକୁ କାହିଁକି ଭୋଟ ଦେବ ନାହିଁ କହି ଆତଙ୍କରାଜ ସୃଷ୍ଟି କରାଯାଉଛି । ଖଣ୍ଡା, ଠେଙ୍ଗା ଧରି ଆତଙ୍କରାଜ ପରିବେଶ ସୃଷ୍ଟି କରାଯାଉଛି । ବିଜେଡ଼ି କର୍ମୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦିକୁ ନେଇ ବିଜେପି କହିଛି ଖଣ୍ଡପଡାରେ ମାଫିଆରାଜ ଆରମ୍ଭ ହୋଇଛି । ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଲ ଆଣ୍ଡ ଅଡର ପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଖଣ୍ଡପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ କହିଛନ୍ତି । ପୂର୍ବରୁ ବିଜେଡ଼ି ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକଟ ଦେଇଥିବା ଅଭିଯୋଗ ଆଣିଥିଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ଏବେ ଖଣ୍ଡପଡାରେ ବିଜେଡ଼ିକର୍ମୀଙ୍କ ଏଭଳି ଆତଙ୍କରାଜକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.