ETV Bharat / state

ଉଷ୍ଣ ହେଉଛି ବଲାଙ୍ଗୀର ରାଜନୀତି, ଚିଠିକୁ ନେଇ ଦୁଇ ପରିବାର ମୁହାଁମୁହିଁ - Balangir Politics

author img

By ETV Bharat Odisha Team

Published : May 17, 2024, 7:52 PM IST

BALANGIR ASSEMBLY CONSTITUENCY: ବଲାଙ୍ଗୀର ରାଜନୀତି ଏବେ ରୋଚକ ମୋଡ଼ରେ । ନରସିଂହ ଓ ସିଂହଦେଓ ରାଜ ପରିବାର ମଧ୍ୟରେ ଚାଲିଛି ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ । ସେପଟେ କଂଗ୍ରେସର ଏକ ଚିଠିକୁ ନେଇ ଉଠିଛି ବିବାଦ । ଅଧିକ ପଢନ୍ତୁ

ଚିଠିକୁ ନେଇ ମୁହାଁମୁହିଁ ହେଲେ ଦୁଇ ପରିବାର
ଚିଠିକୁ ନେଇ ମୁହାଁମୁହିଁ ହେଲେ ଦୁଇ ପରିବାର (ETV Bharat Odisha)

ବଲାଙ୍ଗୀର: ରୋଚକ ମୋଡରେ ବଲାଙ୍ଗୀର ରାଜନୀତି । ପ୍ରସଙ୍ଗ ଭିତ୍ତିକ ରାଜନୀତି ଛାଡ଼ି ବ୍ୟକ୍ତିଗତ ସ୍ତରରେ ଲଢେଇ ଦେଖିବାକୁ ମିଳିଛି । ନରସିଂହ ପରିବାର ପାରିବାରିକ କଳିକୁ ଢାଲ କରି ରାଜ ପରିବାରକୁ ଟାର୍ଗେଟ କରୁଥିବା ବେଳେ ଅର୍କେଶ ପାଲଟା ନିଶାନା କରିଛନ୍ତି । ଏପରିକି ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ନେଇ ସୋସିଆଲ ମିଡିଆରେ ଏକ ଚିଠି ପୋଷ୍ଟ କରିଛନ୍ତି ଅର୍କେଶ । ଯାହାକୁ ଆଜି କାଉଣ୍ଟର କରିଛନ୍ତି ନରସିଂହ ପୁଅ ତଥା ବର୍ତ୍ତମାନର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।

ତେବେ ଭାଇରାଲ ହେଉଥିବା ଚିଠିଟି କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ ଲେଟର ପ୍ୟାଡରେ ଲେଖାଯାଇଥିବା ଏହି ଚିଠିଟି ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାରଜୁନ ଖଡଗେଙ୍କ ଉଦ୍ଦେଶ୍ୟରେ ଲେଖା ଯାଇଛି । ଯେଉଁଥିରେ ବଲାଙ୍ଗୀର କଂଗ୍ରେସର ସର୍ଭେ ରିପୋର୍ଟ ସହ ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ସମ୍ପର୍କରେ ଲେଖା ଯାଇଛି । ବିଧାୟକ ନରସିଂହ ମିଶ୍ର ଗୁଣ୍ଡାଗର୍ଦ୍ଦି, ଦୁର୍ନୀତି ଓ ଜମି ମାଫିଆଗିରିରେ ଲିପ୍ତ ଥିବା ସହ ଏଥର ଜଣେ ଭୁଲ ବିଧାୟକ ପ୍ରାର୍ଥୀ ଚୟନ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ବାପା ବିଧାୟକ ନରସିଂହ ମିଶ୍ରଙ୍କ କଳା କାରନାମା ଯୋଗୁଁ ନିର୍ବାଚନ ମଣ୍ଡଳୀରେ ଆଉ ଗ୍ରହଣୀୟ ହୋଇ ପାରୁ ନାହାନ୍ତି ।

ନିଜ ଅଞ୍ଚଳରେ ଅରାଜକତା, ଅପରାଧ, ଗୁଣ୍ଡାଗର୍ଦି ବୃଦ୍ଧି ସହ ଜମି ମାଫିଆଗିରିରେ ପରିବାର ସଦସ୍ୟ ଲିପ୍ତ ରହିଛନ୍ତି । କେବଳ ଏତିକି ନୁହେଁ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ନରସିଂହ ମହିଳାଙ୍କୁ ଭଡାଟିଆ ବୋଲି କହିଥିଲେ । ତାସହ ସହରରେ ମିଥ୍ୟା ବିକାଶ ପ୍ରକଳ୍ପ ନାଁରେ ଗରିବ ଲୋକଙ୍କ ବସ୍ତି ଭାଙ୍ଗି ଥିଲେ । ଯେଉଁଥି ପାଇଁ ଲୋକେ କଂଗ୍ରେସ ଦଳ ବିରୋଧରେ ଥିବା କୁହାଯାଇଛି । ଅର୍କେଶ ଛାଡିଥିବା ଚିଠିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜଣେ ଅନଭିଜ୍ଞ ସହ ଲୋକପ୍ରିୟତା ନଥିବା ଲେଖା ଯାଇଛି ।

ସେପଟେ ଅର୍କେସ ଛାଡ଼ିଥିବା ଚିଠିକୁ ନେଇ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଚିଠି ମିଥ୍ୟା ଓ ଏନେଇ ଆଇନଗତ ଆଶ୍ରୟ ନେବେ ବୋଲି କହିଛନ୍ତି । ବିଜେଡି ତାଙ୍କ ନାଁରେ ଅପପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି । ସେହିପରି ବିଜେଡି ନେତା ଅର୍କେସ ସିଂଦେଓ ଉକ୍ତ ଚିଠି ଉପରେ କୋର୍ଟରେ ନିଜର ମତ ରଖିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁୁ......ବଲାଙ୍ଗୀର ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ଜେପି ନଡ୍ଡାଙ୍କୁ କଲେ କାଉଣ୍ଟର - VK Pandian Campaign In Balangir

ଅର୍କେଶ ଆହୁରି କହିଛନ୍ତି,"ନରସିଂହ ମିଶ୍ରଙ୍କ ପରିବାର କ'ଣ ସାରା ଓଡ଼ିଶାବାସୀ ଜଣାଛନ୍ତି । ମିଛ କେସ କରିବାରେ ସେମାନେ ଧୁରନ୍ଦର୍ । ଲୋକଙ୍କ ବିକାଶ ନୁହେଁ ନିଜ ପରିବାର ଲୋକଙ୍କ ବିକାଶ କରିଛନ୍ତି । ଯେଉଁ ପରିବାରର ଲୋକ ଦିନେ ସ୍କୁଟରରେ ଯାଉଥିଲେ ଏବେ କୋଟି କୋଟି ଟଙ୍କାର ଗାଡ଼ି ଚଢ଼ୁଛନ୍ତି । ବଲାଙ୍ଗୀର ଇତିହାସକୁ ଦେଖିଲେ ଆମ ପରିବାର ଜମି ଦାନ କରି କଲେଜ, କଳା ମଣ୍ଡଳ, ରାଜେନ୍ଦ୍ର ପାର୍କ ଏବଂ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା କରିଛନ୍ତି । କିନ୍ତୁ ଅନ୍ୟପଟେ ନରସିଂହ ପରିବାର ଲକ୍ଷ୍ମୀ ନାରାୟଣ ବିଦ୍ୟାଳୟ, ମନ୍ଦିର ଜମି ହଡ଼ପ କରି ବ୍ୟବସାୟୀକ ପ୍ରତିଷ୍ଠାନ କରିବା ସହ ସମ୍ପତି ବୃଦ୍ଧି କରିଛନ୍ତି । ପରିବାର ଓ ପୁତ୍ର ମୋହରେ ଥିବା ନେତା ଏବେ ତାଙ୍କ ପୁଅ ହାରିବା ଭୟରେ ଚିଠି ବାହାନାରେ ମିଛ କେସ କରିଛନ୍ତି । ଚିଠି ବାବଦରେ ଯାହା କହିବାର ଅଛି, ତାହା କୋର୍ଟରେ ସବୁ ତଥ୍ୟ ରଖିବି । "

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.