ETV Bharat / state

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ଉତ୍ପାଦର ଚାହିଦା - INDIA INTERNATIONAL TRADE FAIR

ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ପରିସରରେ ଓଡ଼ିଶା ମଣ୍ଡପ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ ।

India International Trade Fair
India International Trade Fair (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 7:22 PM IST

ଭୁବନେଶ୍ୱର: ନୂଆଦିଲ୍ଲୀର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଉତ୍ପାଦର ଚାହିଦା । ଆକର୍ଷଣ ସାଜିଛି ମିଶନ ଶକ୍ତି’ ମହିଳାଙ୍କ ହାତ ତିଆରି ସାମଗ୍ରୀ । ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଛି ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୨୪ ।

India International Trade Fair
India International Trade Fair (ETV Bharat Odisha)

ଏହି ମେଳାରେ ଓଡ଼ିଶାର ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ବିଭିନ୍ନ ଉତ୍ପାଦର ବିଶେଷ ଚାହିଦା ଦେଖିବାକୁ ମିଳିଛି । କନ୍ଧମାଳ ହଳଦୀ ସହିତ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ‘ଓଡ଼ିଶା ମଣ୍ତପ’ରେ ଲୋକଙ୍କର ଭିଡ଼ ଜମୁଛି । ନଭେମ୍ବର ୧୪ ତାରିଖରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହୋଇଛି ।

ଓଡ଼ିଶା ମଣ୍ଡପରେ ୨୫ଟି ଷ୍ଟଲ:- ଓଡ଼ିଶା ମଣ୍ଡପ’ରେ ଚଳିତ ଥର ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ମୋଟ ୨୫ ଟି ଷ୍ଟଲ ସ୍ଥାନ ପାଇଛି।

ଏହା ବି ପଢନ୍ତୁ- ଦିଲ୍ଲୀର ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ ଉଦଘାଟିତ

ଏହା ବି ପଢନ୍ତୁ- ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇଲା ଡିଏମ୍ଏଫ୍ କେନ୍ଦୁଝର ଷ୍ଟଲ

ଏହାରି ମଧ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ୫ଟି ଷ୍ଟଲ ରହିଛି । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର (ଏସଏଚଜି) ସଦସ୍ୟାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଆକର୍ଷଣ ସାଜିଛି । ଯାଜପୁର ଜିଲ୍ଲାର ଜୟ ମା’ ମଙ୍ଗଳା ଏସଏଚଜି, କେନ୍ଦ୍ରାପଡ଼ା ଜିଲ୍ଲାର ସତ୍ୟସାଇ ଉତ୍ପାଦକ ଗୋଷ୍ଠୀ, ବାଲେଶ୍ୱରର ମା’ ସୁଭଦ୍ରା ଏସଏଚଜି, କନ୍ଧମାଳର ଶ୍ରୀୟା ଏସଏଚଜି ଏବଂ ଖୋର୍ଦ୍ଧାର ରାଧାରାଣୀ ଏସଏଚଜି ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଉତ୍ପାଦ ଓଡ଼ିଶା ମଣ୍ଡପରେ ପ୍ରଦର୍ଶନ ଓ ବିକ୍ରି କରାଯାଉଛି ।

କଣ କୁହନ୍ତି ଏସଏଚଜି ସଦସ୍ୟ:- ‘‘ପ୍ରଥମ ଥର ପାଇଁ ଆମେ ଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାକୁ ଆସିଛୁ । ଆମ ଷ୍ଟଲରେ ଜଉ କଣ୍ଢେଇ ଓ ଲାଖ ଚୁଡ଼ି ଭଲ ବିକ୍ରି ହେଉଛି । ଲୋକମାନେ ଆସି ଏହାକୁ ଆଗ୍ରହର ସହିତ କିଣିବା ସହ ଏସବୁ କେମିତି ତିଆରି ହେଉଛି ତାହା ପଚାରି ବୁଝୁଛନ୍ତି,’’ ବୋଲି କହିଛନ୍ତି ଏସଏଚଜି ସଦସ୍ୟା ଫୁଲମଣି ସୋରେନ୍ ।

‘‘ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ଆମେ ଦିଲ୍ଲୀ ଆସିଛୁ । ମାଣ୍ଡିଆ ଛତୁଆ, କୁରୁମା, ବିସ୍କୁଟ ଆଦି କିଣିବାକୁ ଲୋକେ ପସନ୍ଦ କରୁଛନ୍ତି । ଆମେ ଭଲ ଦି’ ପଇସା ବ୍ୟବସାୟ ମଧ୍ୟ କରିପାରୁଛୁ,’’ ବୋଲି କହିଛନ୍ତି ଏସଏଚଜି ସଦସ୍ୟା ପୂର୍ଣ୍ଣିମା ବେହେରା ।

ଆକୃଷ୍ଟ କରୁଛି ମିଶନ ଶକ୍ତି ଷ୍ଟଲ:- ‘ଓଡ଼ିଶା ମଣ୍ଡପ’ରେ ଥିବା ମିଶନ ଶକ୍ତି ଷ୍ଟଲରେ କନ୍ଧମାଳ ହଳଦୀ ସହିତ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ନୁଡୁଲ୍ସ, ମିକ୍ସଚର, କୁରୁମା, ନିମିକି, ସେଉ ଏବଂ ଲଡୁ ଆଦି ରହିଛି । ସେହିପରି ଟସରରୁ ତିଆରି ଆକର୍ଷଣୀୟ ଶାଢ଼ି ଓ ଆଧୁନିକ ପୋଷାକ, ଜଉ କଣ୍ଢେଇ ଓ ଲାଖ ଚୁଡ଼ି, କାଇଁଚ ଓ ସବାଇ ଘାସରୁ ପ୍ରସ୍ତୁତ ଘର ସାଜସଜ୍ଜା ଜିନିଷ ଏବଂ ବିଭିନ୍ନ ମସଲା ଆଦି ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.