ETV Bharat / state

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ, ପେଟପାଟଣା ଚିନ୍ତାରେ ପରିବାର - ଓଡ଼ିଆ ଶ୍ରମିକ ମୃତ

Odia Migrant Worker Dies In Hyderabad: ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିକୁ ତାଙ୍କ ମୃତଦେହ ଫେରିଥିବାବେଳେ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Odia Worker Dies
Odia Worker Dies
author img

By ETV Bharat Odisha Team

Published : Feb 15, 2024, 7:32 AM IST

Odia Worker Dies

ଭବାନୀପାଟଣା: ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକ ମୃତ । କାମ ପାଇଁ ହାଇଦ୍ରାବାଦ ଯାଇଥିବା କଳାହାଣ୍ଡିର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଉଛନ୍ତି ଜୟପାଟଣା ଥାନା ଗାନ୍ଧୀଗ୍ରାମ ପଡ଼ାର ଜଗନ୍ନାଥ ପଟେଲ । ଜଗନ୍ନାଥଙ୍କ ବୟସ 30 ବର୍ଷ ହୋଇଥିବା ଜଣାପଡ଼ିଛି । ହାଇଦ୍ରାବାଦରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି । ତାଙ୍କର ମୃତ୍ୟୁ ପରେ ଏବେ ପେଟପାଟଣା ଚିନ୍ତାରେ ପଡିଛନ୍ତି ପରିବାର ଲୋକେ ।

ସୂଚନା ଅନୁସାରେ, ଜଗନ୍ନାଥ ପରିବାର ପ୍ରତିପୋଷଣ ପାଇଁ ଦୁଇ ମାସ ତଳେ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ । ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ରବିବାର ଦିନ ରାସ୍ତାରେ ଯାଉଥିବାବେଳେ ହଠାତ୍ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଜଣେ ଠିକାଦାର ତାଙ୍କୁ ଉଦ୍ଧାର କରି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡିବାରୁ ସେମାନେ ଜଗନ୍ନାଥଙ୍କୁ ଛାଡ଼ି ଚାଲି ଯାଇଥିଲେ ।

ଜଗନ୍ନାଥଙ୍କ ସମ୍ପର୍କୀୟ ତାଙ୍କୁ ନିକଟରେ ଥିବା ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଜାରି ରଖିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା । ଏହାପରେ ବୁଧବାର ଦିନ ଗାଁରେ ପହଞ୍ଚିଛି ମୃତଦେହ । ସେପଟେ ଜଗନ୍ନାଥଙ୍କ ମୃତଦେହ ଫେରିବା ପରେ ପରିବାରରୁ ଆରମ୍ଭ କରି ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଜଗନ୍ନାଥଙ୍କ ଗୋଟିଏ 6 ବର୍ଷର ପୁଅ ରାଜ ପଟେଲ ଓ 2 ଝିଅ ରହିଛନ୍ତି । ଜଗନ୍ନାଥଙ୍କ ସ୍ତ୍ରୀ ଦମୟନ୍ତୀ ପଟେଲଙ୍କ ବୟସ ମାତ୍ର 25 ବର୍ଷ ହୋଇଥିବାବେଳେ ସେ ବର୍ତ୍ତମାନ ଟିବି ରୋଗରେ ପୀଡିତ ।

ଏହା ବି ପଢନ୍ତୁ...ଦାଦନ ଖଟିବାକୁ କେରଳ ଯାଇଥିଲେ, ଫେରିଲା ମୃତଦେହ

ସେ ରୋଗାଗ୍ରସ୍ତ ଥିବାରୁ ଠିକ ଭାବେ କାମ କରିପାରନ୍ତି ନାହିଁ । ବର୍ତ୍ତମାନ ପୁଅ ଓ ଝିଅଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତାରେ ପଡ଼ିଯାଇଛନ୍ତି । ପରିବାର ପ୍ରତିପୋଷଣ କରିବାକୁ ବାହାର ରାଜ୍ୟକୁ ଯାଇଥିବା ଜଗନ୍ନାଥ ପଟେଲଙ୍କର ଅକାଳରେ ଜୀବନ ଯାଇଛି । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଘାରିଛି ପରିବାର ପ୍ରତିପୋଷଣ ଚିନ୍ତା । ତେଣୁ ପ୍ରଶାସନ ଏ ପରିବାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ତେବେ ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହେଉଛନ୍ତି ବହୁ ଓଡ଼ିଆ ଶ୍ରମିକ। ନିକଟରେ କନ୍ଧମାଳରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ଦାର୍ଘ ୮ ବର୍ଷ ହେବ କେରଳର ଏକ ପ୍ଲାଏ କମ୍ପାନୀରେ କାମ କରୁଥିବା କନ୍ଧମାଳର ଜଣେ ଶ୍ରମିକ ମଧ୍ୟ ପ୍ରାଣ ହରାଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.