ETV Bharat / state

ଯନ୍ତ୍ରଣା ବଢ଼ାଉଛି ଅଘୋଷିତ ବିଜୁଳି କାଟ, ବଢ଼ୁଛି ଜନ ଅସନ୍ତୋଷ - Power cut in Jagatsinghpur - POWER CUT IN JAGATSINGHPUR

Power Cut in Jagatsinghpur: ପ୍ରବଳ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ । ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଜଗତସିଂହପୁରବାସୀଙ୍କ ଜୀବନକୁ ଦୁର୍ବିଶହ କରିପକାଇଛି । ଅଧିକ ପଢ଼ନ୍ତୁ

Power Cut in Jagatsinghpur
Power Cut in Jagatsinghpur (ETV Bhart Odisha)
author img

By ETV Bharat Odisha Team

Published : Jun 9, 2024, 10:53 PM IST

ଜଗତସିଂହପୁର: କଲବଲ କରୁଛି ଅଘୋଷିତ ବିଜୁଳି କାଟ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଘୋଷିତ ବିଜୁଳି କାଟକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଜଗତସିଂହପୁର ସହର ଠାରୁ ଆରମ୍ଭ କରି ଶିଳ୍ପ ନଗରୀ ପାରାଦ୍ୱୀପ ପର୍ଯ୍ୟନ୍ତ ସବୁଠାରେ ଅଘୋଷିତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ କରିଛନ୍ତି ବାସିନ୍ଦା । ଯାହାକୁ ନେଇ ଲୋକେ ଗରମରେ ଅସ୍ତବ୍ୟସ୍ତ ହେଉଛି । ଗତ ସପ୍ତାହ ହେବ ଜଗତସିଂହପୁର ସହରରେ ପାରଦ 35 ଡିଗ୍ରୀ ଉପରେ ରହୁଥିବା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ସକାଳ 9 ପରେ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି ।

Power Cut in Jagatsinghpur (ETV Bhart Odisha)

ଗରମକୁ ନଜରରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ହେଲେ ଅଘୋଷିତ ବିଦ୍ୟୁତ କାଟ ଫଳରେ ଲୋକେ ଘର ଭିତରେ ରହିବା କଷ୍ଟକର ହୋଇପଡୁଛି । ସହରାଞ୍ଚଳରେ ଦିନକୁ 4ରୁ 5ଘଣ୍ଟା ବିଦ୍ୟୁତ କାଟ ହେଉଥିବା ବେଳେ ଗ୍ରାମାଞ୍ଚଳରେ ବିଦ୍ୟୁତ କାଟ କଥା ନକହିବା ଭଲ । ଗ୍ରାମାଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜଗତସିଂହପୁରର ବରିଷ୍ଠ ଆଇନଜୀବୀ ଦୋଳ ଗୋବିନ୍ଦ ଦାଶ ଓ ଆଡଭୋକେଟ ବାସୁଦେବ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ସହିତ ଯଦି ଏହି ସମସ୍ୟାକୁ ଦୂର ନକରାଯାଏ ତେବେ ଉପଭୋକ୍ତା ମାନେ ଆନ୍ଦୋଳନ କରିବାକୁ ଧମକ ମଧ୍ୟ ଦେଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ.. ଖରାର ରାଜୁତି ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ବଲାଙ୍ଗୀରବାସୀ - Power Cut

ଅଘୋଷିତ ବିଦ୍ୟୁତ କାଟ ଫଳରେ ପିଲାମାନେ ସନ୍ଧ୍ୟାରେ ପାଠ ବଢିବାରୁ ବଞ୍ଚିତ ହେଉଛନ୍ତି । ସେହିପରି ରୋଗୀ, ବୟସ୍କ ମାନେ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱରେ ଥିବା ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପୂର୍ବରୁ ଟାଟା ପାୱାର କର୍ତ୍ତୃପକ୍ଷ ଏହିଭଳି କାର୍ଯ୍ୟ ଯୋଗୁ ଜନ ଅସନ୍ତୋଷ ଦେଖା ଦେଇଥିଲା । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ଅଫିସ ଘେରାଉ ହେବାରୁ ବିଜୁଳି କାଟ ବନ୍ଦ ହୋଇଥିଲା । ଏବେ ପୁଣି ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ପ୍ରକାଶ କଲେଣି ଲୋକେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.