ETV Bharat / state

ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି ମନା, ନିୟମ ନମାନିଲେ ଲାଇସେନ୍ସ ହେବ ରଦ୍ଦ - No antibiotics without prescription

No Antibiotics Without Prescription: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରିବା ମନା । ନିୟମ ନମାନିଲେ 'ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ' ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅଧିକ ପଢନ୍ତୁ

No Antibiotics Without Prescription
ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା
author img

By ETV Bharat Odisha Team

Published : Jan 20, 2024, 5:42 PM IST

ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା

ଭୁବନେଶ୍ବର: ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ବିକ୍ରି କରିବା ମନା । ଆବଶ୍ୟକ ପଡିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସ୍ବାସ୍ଥ୍ୟ ବିଭାଗ । ବିକ୍ରି କରୁଥିବାବେଳେ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଚେତାବନୀ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର । ପ୍ରଥମେ କାରଣ ଦର୍ଶାଅ ନୋଟିସ ଓ ପରବର୍ତ୍ତୀ ସମୟରେ ଦରକାର ପଡ଼ିଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ଡିସି ।

'ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ' ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ରଦ୍ଦ କରାଯିବ । ଏହାସହ ଡାକ୍ତରମାନେ ଆଣ୍ଟିବାୟୋଟିକ ପାଇଁ କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ଅନୁଚ୍ଛେଦ Hରେ ଅଛି । ଏଥିରେ 551 ଡ୍ରଗ୍ସ ରହିଛି । H1ରେ 47 ଡ୍ରଗ୍ସ ରହିଛି ଯାହାକି ହାଇଅର ଆଣ୍ଟିବାୟୋଟିକ୍।

"ଦୋକାନୀମାନେ ସଠିକ ଭାବରେ ରେଜିଷ୍ଟର ପରିଚାଳନା କରିବାର ନିୟମ ରହିଛି । ସେମାନେ ଏପରି ନ କଲେ, କାରଣ ଦର୍ଶାଅ ନୋଟିସ ଜାରି ହେଉଛି । ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି । ଆବଶ୍ୟକ ପଡିଲେ ମଧ୍ୟ ଲାଇସେନ୍ସ ବାତିଲ ହୋଇପାରିବ। କିଛି ଔଷଧ ବିନା ପ୍ରେସକ୍ରିପସନରେ ଦେଇ ହେବ । ଡ୍ରଗ୍ସ ଇନ୍ସପେକ୍ଟର ଏସବୁ ତଦାରଖ କରୁଛନ୍ତି । ଆଣ୍ଟିବାୟୋଟିକର ପ୍ରତିକୂଳ ପ୍ରଭାବ ବି ରହିଛି । ବହୁଳ ଭାବରେ କ୍ଲାଭମା, ସିକୋପେଶାଜନ ଭଳି କମନ ଆଣ୍ଟିବାୟୋଟିକର ନାମ ଲେଖାଯାଉଛି । ଯଦି ସେମିତି କିଛି ଖବର ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି କହିଛନ୍ତି ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, "ଏନେଇ ପୂର୍ବରୁ ମଧ୍ୟ ନିୟମ ରହିଛି । ଆଣ୍ଟିବାୟୋଟିକ୍ସର ରେଜିଷ୍ଟାନ୍ସ କେବଳ ଭାରତ ନୁହେଁ, ବିଶ୍ୱସ୍ତରରେ ବଢୁଛି । ଅପବ୍ୟବହାର ଯୋଗୁ ଏହା ଉପରେ କଟକଣା ଲାଗୁ କରିବାକୁ ବାହାରିଛନ୍ତି କେନ୍ଦ୍ର ସରକାର । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଯେଉଁଠି ଆଣ୍ଟିବାୟୋଟିକ୍ସ ଆବଶ୍ୟକ, ସେଠାରେ ଦିଆଯିବ । ଡାଇଗ୍ନୋସିସ ପରି ଆଣ୍ଟିବାୟୋଟିକ୍ ପାଇଁ କାରଣ ଜଣାଇଲେ ମୌଳିକ ବ୍ୟବହାର ସହ ଡକ୍ୟୁମେଣ୍ଟେସନ ହୋଇପାରିବ ।"

ଏହା ମଧ୍ୟ ପଢନ୍ତୁ...ଆଣ୍ଟିବାୟୋଟିକ ଲେଖିବା ସମୟରେ ଦର୍ଶାଇବେ ପ୍ରକୃତ କାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

"ଡ୍ରଗ୍ସ କଣ୍ଟ୍ରୋଲ ଆଇନରେ ମଧ୍ୟ ଏହା ଉଲ୍ଲେଖ ଅଛି । ପ୍ରେସକ୍ରିପସନ ନ ଦେଖି ଔଷଧ ଦେବା କଥା ନୁହେଁ । କିଛି ଡ୍ରଗ୍ସ ବିନା ପ୍ରେସକ୍ରିପସନରେ ବିକ୍ରି ହୋଇପାରିବ ନାହିଁ । ନନ୍- କମ୍ୟୁନେବଲ ଜୁନୋଟିକ ରୋଗ ପରି ଆଣ୍ଟି ମାଇକ୍ରୋବାଲ ରେଜିଷ୍ଟାନ୍ସ ବଡ଼ ବିପଦ ଆଣିପାରେ । ରୋଗର ସମ୍ବେଦନଶୀଳତା ବୁଝିବାକୁ ପଡ଼ିବ । ଡାକ୍ତର ଆଣ୍ଟିବାୟୋଟିକ୍‌ର କାରଣ ଲେଖନ୍ତୁ" ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.