ETV Bharat / state

ରାଜଧାନୀରେ ମାତାଲଙ୍କ ଚିନ୍ତା, ପୂଜାରେ ବିଳମ୍ବିତ ରାତି ଓ ଭସାଣି ଦିନ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ

ରାଜଧାନୀର ଛବି ଖରାପ କରୁଛନ୍ତି ମାତାଲ । ଦୁଇ ନିଶାସକ୍ତ ମହିଳାଙ୍କ ଉନ୍ମୋତ୍ତ କାଣ୍ଡ ପରେ ଜାରି ହେଲା ମଦ ବିକ୍ରି କଟଣା ।

author img

By ETV Bharat Odisha Team

Published : 3 hours ago

ରାଜଧାନୀରେ ମାତାଲଙ୍କ ଚିନ୍ତା, ପୂଜା ଓ ଭସାଣି ଦିନ ବିଳମ୍ବିତ ରାତିରେ ମଦ ବିକ୍ରି ବନ୍ଦ
ରାଜଧାନୀରେ ମାତାଲଙ୍କ ଚିନ୍ତା, ପୂଜା ଓ ଭସାଣି ଦିନ ବିଳମ୍ବିତ ରାତିରେ ମଦ ବିକ୍ରି ବନ୍ଦ (ETV Bharat Odisha)

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଅଶୋଭନୀୟ ଚିତ୍ର । ବିଳମ୍ବିତ ରାତ୍ରିରେ ମଦ ପିଇ ମାତାଲ୍ ହୋଇ ବୁଲୁଛନ୍ତି ମହିଳା । ପୂଜା ସମୟରେ ଦୁଇଟି ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏବେ ଅବକାରୀ ବିଭାଗ ଲଗାଇଛି ମଦ ବିକ୍ରି ଉପରେ କଟକଣା । ବିଳମ୍ବିତ ରାତ୍ରି ଯାଏଁ ମଦ ବିକ୍ରି ହେବନି । ଏନେଇ ଅନୁମତି ପାଇଥିବା ବାର ଓ ପବଗୁଡିକୁ କଡ଼ା ସତର୍କବାଣୀ ଶୁଣାଇଛି ଅବକାରୀ ବିଭାଗ ।

ମଞ୍ଚେଶ୍ବର ଥାନା କଳାରାହାଙ୍ଗରୁ ଅଞ୍ଚଳରୁ ନିଶାସକ୍ତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହେବା ଘଟଣା ଓ ପରେ ଅନ୍ୟ ଜଣେ ମହିଳା ଖଣ୍ଡଗିରି ଥାନାକୁ ଆସି ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଅଶୋଭନୀୟ ଆଚରଣ କରିବା ଘଟଣା ପରେ ପୋଲିସ ଓ ପ୍ରଶାସନର ଚିନ୍ତା ବଢିଛି । ଏପରି ଘଟଣା ପାର୍ବଣ ସମୟରେ ରାଜଧାନୀର ଛବି ଖରାପ କରୁଛି । ଏନେଇ ପୂଜା ସମୟରେ ଏଭଳି ଘଟଣାକୁ ଏଡାଇବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ଅବକାରୀ ଅଧିକ୍ଷକ । 13 ତାରିଖ ପର୍ଯ୍ୟନ୍ତ ରାତି 12ଟା ପରେ ମଦ ବିକ୍ରୟ ନ କରିବା ସହ 14 ତାରିଖ ଅର୍ଥାତ ଭସାଣି ଦିନ ସମ୍ପୂର୍ଣ୍ଣ ମଦ ବିକ୍ରି ବନ୍ଦ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ନିଷ୍ପତ୍ତି ନେଇଛି ।

  • ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ରାତ୍ରିକାଳୀନ କଟକଣା:-

ଏନେଇ ଗତ ୯ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛି ଅବକାରୀ ବିଭାଗ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଦ ବିକ୍ରି ପାଇଁ ପୁର୍ବରୁ ଅନୁମତି ନେଇଥିବା ବାର ଓ ପବଗୁଡିକର ନାମ ଉଲ୍ଲେଖ କରି ୯ ଅକ୍ଟୋବରରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ରାତି 12 ଟା ପରେ ମଦ ବିକ୍ରି ନକରିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ଭସାଣି ଓ ରୋସଣି ସମୟରେ ମଦ ପିଇ ହଙ୍ଗାମା ସହ ଗଣ୍ଡଗୋଳକୁ ଆଶଙ୍କା ମଧ୍ୟ ରହିଛି । ତେଣୁ ଭସାଣି ଦିନ ଅର୍ଥାତ୍ ୧୪ ତାରିଖରେ ମଧ୍ୟ ମଦ ବିକ୍ରି ହୋଇପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏନେଇ ଭୁବନେଶ୍ୱରର ସମସ୍ତ ମଦ ବିକ୍ରୟ ଅନୁମତିପ୍ରାପ୍ତ ମଦ ଦୋକାନ, ବାର ଓ ପବ, ରୋସ୍ତୋରାଁ, ହୋଟେଲ ଓ କ୍ଲବ ସମେତ ମିଲିଟାରୀ କ୍ୟାଣ୍ଟିନ, ବିୟର ପାର୍ଲର, ଭାଙ୍ଗ ଦୋକାନ ମଧ୍ୟ ବନ୍ଦ ରଖିବାକୁ ଅବକାରୀ ଭୁବନେଶ୍ୱର ଅଧିକ୍ଷକଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି । କୋୖଣସି ମଦ ଦୋକାନ ବା ଏପରି ଅନୁମତିପ୍ରାପ୍ତ ବିକ୍ରେତା ଏହି ନିୟମ ଉଲ୍ଲଂଘନ କଲେ କାର୍ଯାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

  • କଣ୍ଟ୍ରୋଲ ରୁମ ସହ ଗଠନ ହେଲା ଏନଫୋର୍ସମେଣ୍ଟ ସ୍କ୍ବାଡ:-

ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି,‘‘ ଅବକାରୀ ଆୟୁକ୍ତ ନରସିଂହ ଭୋଳ ଓ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବରରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ । କଣ୍ଟ୍ରୋଲ ରୁମ୍ ସହ ତିନୋଟି ଏନଫୋର୍ସମେଣ୍ଟ ସ୍କ୍ବାଡ ଗଠନ କରାଯାଇଛି । ଦୁଇଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ଥିତି ଉପରେ ୨୪ଘଣ୍ଟିଆ ନଜର ରଖିଛନ୍ତି । ଯେଉଁଠି ବି ଏସମ୍ପର୍କିତ ଗତିବିଧି ଉପରେ ଆମେ ଖବର‌ ପାଉଛୁ, ଚଢ଼ାଉ ହେଉଛି । ଏଥିସହ ପ୍ରଥମତଃ ଯେଉଁମାନେ ବିଳମ୍ବିତ ରାତ୍ରି ପର୍ଯନ୍ତ ମଦ ବିକ୍ରି ପାଇଁ ଅନୁମତି ଥିଲା, ସେସବୁ ସ୍ଥାନରେ ରାତି ୧୨ ଯାଏଁ ବିକ୍ରି ପାଇଁ ଅନୁମତି ରହିଛି । ରାତି ୧୨ଟା ପରେ ବିକ୍ରି ନକରିବାକୁ ନିର୍ଦେଶନାମାରେ କୁହାଯାଇଛି । ସେହିପରି ୧୪ ତାରିଖ ଅର୍ଥାତ ଭସାଣି ଦିନ ମଧ୍ୟ ମଦ ବିକ୍ରି ବନ୍ଦ ରହିବ ।’’

ଏହା ମଧ୍ୟ ପଢନ୍ତୁ :- ରାଜଧାନୀରେ ପୋଲିସକୁ ମଦ୍ୟପ ମହିଳାଙ୍କ ଚିନ୍ତା, ଦୁଇଦିନରେ ସାମ୍ନାକୁ ଆସିଲାଣି ଦୁଇଟି ଘଟଣା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

  • ରାଜଧାନୀର ଛବି ଖରାପ ନକରିବାକୁ ପ୍ରୟାସ :-

ଗତ କିଛି ଦିନ ମଧ୍ୟରେ ଏହିପରି ଏକାଧିକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀର ଛବି ସୁଧାରିବା ପାଇଁ ଏଭଳି କଠୋର ପଦକ୍ଷେପ ନେଇଛି ଅବକାରୀ ବିଭାଗ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମଦ ବିକ୍ରି ହେଉଥିବାରୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏଣେତେଣେ ବୁଲିବାକୁ ସୁଯୋଗ ମିଳୁଛି । ସେହିପରି ଭସାଣି ଆଳରେ ମଦ୍ୟପାନ କରିବା କରିବା ଦ୍ବାରା ଗଣ୍ଡଗୋଳ ଘଟଣା ଓ ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ଉପୁଜୁଛି । ଅନ୍ତତଃ ପୂଜା ସମୟରେ ବିଳମ୍ବିତ ରାତିରେ ମଦ ବିକ୍ରି ଉପରେ କଟକଣା ଜାରି କରାଗଲେ, ଏହାକୁ ରୋକାଯାଇ ପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.