ETV Bharat / state

ଆତ୍ମନିଭରଶୀଳ ସୁନୀତା; କମାର କାମ କରି ଉଠାଇଛନ୍ତି ପରିବାର ଭାର, ସମାଜ ପାଇଁ ସାଜିଛନ୍ତି ଉଦାହରଣ - Sunita Ojha Inspiration Story

author img

By ETV Bharat Odisha Team

Published : Aug 7, 2024, 6:17 PM IST

Nimapada Sunita Ojha Inspiration Story: ଆକାଶରେ ପ୍ଲେନ ଚଲାଇବା ହେଉ ବା ମାଟିରେ ଚାଷ କରିବା ସବୁଠି ମହିଳା ଦେଖାଇଛନ୍ତି ନିଜର ପାରଦର୍ଶିତା । ଆଉ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ ସହ ସାଜିଛନ୍ତି ପ୍ରେରଣାର ଉତ୍ସ । ସେମିତି ଆଉ ଜଣେ ଆତ୍ମନିଭରଶୀଳ ମହିଳା ହେଉଛନ୍ତି ନିମାପଡାର ସୁନୀତା ଓଝା । ଦୀର୍ଘ ୧୩ ବର୍ଷ ହେବ କମାର କାମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି ସୁନୀତା । ଅଧିକ ପଢନ୍ତୁ

ଆତ୍ମନିଭରଶୀଳ ସୁନୀତା; କମାର କାମ କରି ଉଠାଇଛନ୍ତି ପରିବାର ଭାର, ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ
ଆତ୍ମନିଭରଶୀଳ ସୁନୀତା; କମାର କାମ କରି ଉଠାଇଛନ୍ତି ପରିବାର ଭାର, ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ (ETV Bharat Odisha)

ନିମାପଡ଼ା: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ସମାଜ । ପରିବର୍ତ୍ତନ ସ୍ରୋତରେ ଏବେ ବଦଳିଛି ମଣିଷର ମାନସିକତା । ମହିଳା ଆଉ ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନୁହେଁ । ପୁରୁଷ ସହ ତାଳଦେଇ ଆଗକୁ ବଢୁଛନ୍ତି । ସେମାନେ ଯେ କୌଣସି ଗୁଣରେ କମ୍ ନୁହନ୍ତି ତାହା ପ୍ରମାଣ କରି ଦେଖାଉଛନ୍ତି । ମହିଳା ଆତ୍ମନିଭରଶୀଳ ହେବାର ସଫଳ କାହାଣୀରେ ଯୋଡି ଯାଇଛି ନିମାପଡାର ସୁନୀତା ଓଝାଙ୍କ ନାଁ । ବର୍ତ୍ତମାନର ସମୟରେ କୌଳିକ ବୃତ୍ତି କମାର ଶାଳରୁ ପୁରୁଷମାନେ ମୁହଁ ଫେରାଉଥିବା ବେଳେ କିନ୍ତୁ ଏହି କାମ କରି ପରିବାର ଭରଣ ପୋଷଣ କରୁଛନ୍ତି ସୁନୀତା । ଏହିପରି କଷ୍ଟଦାୟକ କାମ କରି ସେ ଆଜି ଆତ୍ମନିଭରଶୀଳ ହେବା ସହ ଅନ୍ୟଙ୍କ ପାଇଁ ସାଜିଛନ୍ତି ଏକ ବଡ଼ ଉଦାହରଣ ।

ପରିବାର ଭାର ଉଠାଇଛନ୍ତି ସୁନୀତା

ଆଖିରେ ଆଖିଏ ସ୍ବପ୍ନ । ହେଲେ ନିଜ ପାଇଁ ନୁହେଁ ପରିବାର ପାଇଁ ବାପାଙ୍କ ଠାରୁ ପ୍ରେରଣା ପାଇ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ସୁନୀତା । ଘରେ ପୁଅ ନଥିବାରୁ ତାଙ୍କ ଯୋଗୁଁ ହିଁ ଆଜି ପରିବାର ଭଲରେ ଚଳିପାରୁଛି । ଶ୍ରୀଧର ଓଝା ଓ ତାଙ୍କ ପତ୍ନୀ ବିଳାଶୁଣୀ ବାର୍ଦ୍ଧକ୍ୟ ଅବସ୍ଥାରେ ଝିଅ ସୁନିତା ସେମାନଙ୍କ ଏକମାତ୍ର ସାହା ହୋଇଥିବାରୁ ଏଭଳି କାର୍ଯ୍ୟକୁ ଆଗ୍ରହର ସହ ଆଦରି ନେଇଛି ସୁନିତା । ପରିବାର ଭରଣ ପୋଷଣ କରିବା ପାଇଁ ଦୀର୍ଘ ୧୩ ବର୍ଷ ହେବ କମାର ଶାଳ ଚଳାଇ ଆସୁଛନ୍ତି ସୁନୀତା ଓଝା । ପୁରୀ ଜିଲ୍ଲା ନିମାପଡା ଗୋଲେଇ ଛକ ନିକଟରେ ରହିଛି ତାଙ୍କର କମାର ଶାଳ । ବିପଦ ଜନକ କାର୍ଯ୍ୟ କମାରଶାଳରୁ ଯାହା ଆୟ ହୁଏ ପରିବାରର ଗୁଜୁରାଣ ଦୁଃଖ କଷ୍ଟରେ ଚଳିଯାଏ ।

'କୌଳିକ ବୃତ୍ତିକୁ ବଞ୍ଚାଇ ରଖିବ ଆମ ଝିଅ'

ବାପାଙ୍କ କହିବା ଅନୁସାରେ, ''ଘରେ ପୁଅଟିଏ ନାହିଁ ଆମେ କେମିତି ଚଳିବୁ । ଏଣୁ ଝିଅ ଆମର ଏକମାତ୍ର ସାହା ଭରସା । ଝିଅ ଯେଉଁ ବିଦ୍ୟା ହାସଲ କରିଛି ପରବର୍ତ୍ତୀ ସମୟରେ ସେହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବ ବୋଲି ଆମର ଭରସା ରହିଛି । କଷ୍ଟ ଲାଗିଲେ ମଧ୍ୟ ପରିସ୍ଥିତି ବାଧ୍ୟ କରୁଛି ଏପରି କାର୍ଯ୍ୟ କରିବା ପାଇଁ ।'' ସେପଟେ ଶ୍ରୀଧର ଓଝାଙ୍କ ଝିଅ ସୁନିତାର କାର୍ଯ୍ୟକୁ ଖୁବ ପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ନୂତନ ସରକାର ଏହି କୌଳିକ ବୃତ୍ତି ପ୍ରତି କିଛି ଅନୁଦାନ ଅର୍ଥ ଦିଅନ୍ତି ତେବେ ଏହି କୌଳିକ ବୃତ୍ତି ବଞ୍ଚିବ ନଚେତ ଏହା ବଞ୍ଚାଇ ରଖିବା ଅନେକ କଷ୍ଟଦାୟକ ବୋଲି ମତ ରଖିଛନ୍ତି ।

ପୁରୁଷ ଏବଂ ନାରୀ ସମାଜ ପାଇଁ ପ୍ରେରଣା ସାଜିଛନ୍ତି ସୁନୀତା

ସାଧାରଣତଃ ପୁରୁଷ ମାନେ କମାର ଶାଳ ପରିଚାଳନା କରିଥାନ୍ତି l ବହୁ କଷ୍ଟ ସାଧ୍ୟ କାର୍ଯ୍ୟ ଅଟେ l ହେଲେ ଆଜିର ପୁରୁଷ ମାନେ ଏହି କୌଳିକ ବୃତ୍ତି ପ୍ରତି ମୁହଁ ଫେରାଇ ନେଉଥିବା ବେଳେ ଜଣେ ଝିଅ ସାମାଜିକ ନିନ୍ଦା ଅପବାଦରୁ ଊର୍ଦ୍ଧ୍ୱରେ ରହି ଅତି ଆଗ୍ରହର ସହ କୌଳିକ ବୃତ୍ତିକୁ ଆଦରି ନେଇଛନ୍ତି ସୁନୀତା । ଯାହା ଫଳରେ ସୁନିତା ଆଜି ପାଲଟିଛି ଉଭୟ ପୁରୁଷ ଏବଂ ନାରୀ ସମାଜ ପାଇଁ ଉଦାହରଣ ।

ଏହା ମଧ୍ୟ ପଢନ୍ତୁ: ଗୃହିଣୀରୁ ଗୋପାଳକ, ଗୋସେବା କରି ରାଜ୍ୟସ୍ତରରେ ପୁରସ୍କୃତ କଳ୍ପଲତା

ନିମାପଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.