ETV Bharat / state

ଜେଲରୁ ବାହାରି ନବୀନ-ପାଣ୍ଡିଆନଙ୍କ ଉପରେ ବର୍ଷିଲେ ଜଗଦ୍ଦେବ - prashant jagdev released from jail - PRASHANT JAGDEV RELEASED FROM JAIL

Prashant Jagdev released from jail: ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ପ୍ରଶାନ୍ତ ଜଗଦ୍ଦେବ । କହିଲେ ତାଙ୍କ ଗିରଫଦାରୀ ଏକ ଷଡଯନ୍ତ୍ର ଥିଲା । ନବୀନ-ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିଲେ । ଅଧିକ ପଢନ୍ତୁ

ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ଜଗଦ୍ଦେବ, ନବୀନ-ପାଣ୍ଡିଆନଙ୍କୁ କହିଲେ ଏମିତି
ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ଜଗଦ୍ଦେବ, ନବୀନ-ପାଣ୍ଡିଆନଙ୍କୁ କହିଲେ ଏମିତି (ETV Bharat Odisha)
author img

By ETV Bharat Odisha Team

Published : Jun 9, 2024, 12:02 PM IST

ଖୋର୍ଦ୍ଧା: ‘‘ଆଜି ମଧ୍ୟ ନବୀନଙ୍କ ମନରୁ ପାଣ୍ଡିଆନଙ୍କ ପ୍ରେମ ତୁଟିନି । ଦଳ ଏତେ ବଡ ବିପର୍ଯ୍ୟୟର ସାମ୍ନା କରିବା ପରେ ମଧ୍ୟ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାପାଇଁ ନବୀନ ଆଗଭର । ସାଢେ ଚାରି କୋଟି ଓଡ଼ିଆଙ୍କ ମଧ୍ୟରୁ କେହି ଜଣେ ବି ନବୀନଙ୍କ ଆସ୍ଥାଭାଜନ ହେଲେନି । ମାତ୍ର ଜଣେ ଅଣଓଡ଼ିଆ ତାମିଲ ହାତରେ ଓଡିଶାକୁ ଟେକି ଦେବାର ଚକ୍ରାନ୍ତକୁ ଓଡିଶାବାସୀ ପଣ୍ଡ କରିଛନ୍ତି ।’’ କିଛି ଏଭଳି ଢଙ୍ଗରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଜେଲରୁ ଅନ୍ତରୀଣ ଜାମିନରେ ମୁକ୍ତ ହୋଇଥିବା ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପୂର୍ବାହ୍ନରେ ଜେଲରୁ ବାହାରିବା ପରେ ସମର୍ଥକଙ୍କ ଏକ ବିଶାଳ ରାଲିରେ ଖୋଲା ଗାଡିରେ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ଉପରେ ବର୍ଷିଛନ୍ତି ପ୍ରଶାନ୍ତ ।

ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ଜଗଦ୍ଦେବ (ETV Bharat Odisha)

ମତଦାନ ଦିନ ବୋଲଗଡ଼ ବ୍ଲକ କାଉଁରିପାଟଣା 114-ନଂ ବୁଥରେ ଇଭିଏମ ଭଙ୍ଗା ଘଟଣାରେ ଗିରଫ ହୋଇ ଜେଲରେ ଯାଇଥିବା ପ୍ରଶାନ୍ତଙ୍କୁ ତିନିଦିନିଆ ଅନ୍ତରୀଣ ଜାମିନ ମିଳିବା ପରେ ଆଜି ସେ ଖୋର୍ଦ୍ଧା ଜେଲରୁ ବାହାରିଛନ୍ତି । ଖୋର୍ଦ୍ଧାବାସୀ ତାଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ପ୍ରଶାନ୍ତଙ୍କର ହଜାର ହଜାର ସମର୍ଥକ ଖୋର୍ଦ୍ଧା ଜେଲ ଆଗରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିବା ସହ ସହର ପରିକ୍ରମା କରାଇଥିଲେ । ଏହି ଅବସରରେ ତାଙ୍କ ଗିରଫଦାରୀ ଏକ ଚକ୍ରାନ୍ତ କହିବା ସହ ନ୍ୟାୟାଳୟ ଉପରେ ତାଙ୍କର ଭରଷା ଅଛି ବୋଲି କହିଛନ୍ତି । ଏଥିସହ ଖୋର୍ଦ୍ଧା ମାନଚିତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରି ଖୋର୍ଦ୍ଧାର ବିକାଶ ଶିଖର ଛୁଇଁବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ, ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ - interim bail to prashant jagaddev

ସୂଚନା ଅନୁସାରେ, ଗତ ୨୫ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ଏକ ବୋଲଗଡ ବ୍ଲକ କାଉଁରୀପାଟଣା ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଇଭିଏମ ଭଙ୍ଗାରୁଜା କରିବା ନେଇ ଅଭିଯୋଗ ହୋଇଥିଲା । ସେହିଦିନ ତାଙ୍କୁ ଗିରଫ କରାଯାଇ ବିଳମ୍ବିତ ରାତିରୁ ଖୋର୍ଦ୍ଧା ସବ-ଜେଲକୁ ପଠାଯାଇଥିଲା । ଗତ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଜଗଦ୍ଦେବ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜେଲରୁ କଟକ ଏସସିବି ମେଡିକାଲରେ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଗତ ମାସ 31 ତାରିଖରେ ପ୍ରଶାନ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ କହିଛନ୍ତି, "ଆମେ ବିଭିନ୍ନ କାରଣ ଦର୍ଶାଇ ଏକ ମାସ ପାଇଁ ବେଲ୍ ଆବେଦନ କରିଥିଲୁ । କିନ୍ତୁ କୋର୍ଟ ବିଭିନ୍ନ ବିଷୟକୁ ନେଇ ତର୍ଜମା କରି 3ଦିନ ପାଇଁ ଅନ୍ତରୀଣ ବେଲ୍ ପ୍ରଦାନ କରିଛନ୍ତି । 2ଟି ସର୍ତ୍ତ ଦର୍ଶାଇ ପ୍ରଶାନ୍ତ ଜଗଦେଦେଙ୍କୁ ବେଲ୍ ଦେଇଛନ୍ତି କୋର୍ଟ ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.