ETV Bharat / state

ଦାୟିତ୍ବ ଗ୍ରହଣ କଲେ ନବନିଯୁକ୍ତ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ - ଦାୟିତ୍ବ ଗ୍ରହଣ କଲେ ବିଏମ୍‌ସି କମିଶନର

Newly appointed BMC Commissioner took charge: ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କଲେ ନବନିଯୁକ୍ତ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ । ଆଜି ଅପରାହ୍ନରେ ବିଏମ୍‌ସି ଅଫିସରେ ପହଞ୍ଚି ନୂତନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିବା ସହ ବିଏମ୍‌ସି ଅଧିକାରୀ ଓ କର୍ମଚାରୀଙ୍କ ସହ କରିଛନ୍ତି ଆଲୋଚନା । ଅଧିକ ପଢ଼ନ୍ତୁ

ଦାୟିତ୍ବ ଗ୍ରହଣ କଲେ ନବନିଯୁକ୍ତ ବିଏମ୍‌ସି କମିଶନର

author img

By ETV Bharat Odisha Team

Published : Feb 24, 2024, 9:04 PM IST

ଭୁବନେଶ୍ବର: ନବନିଯୁକ୍ତ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜେଶ ପ୍ରଭାକର ଆଜି (ଶନିବାର) ଅପରାହ୍ନରେ ବିଏମ୍‌ସି ଅଫିସରେ ପହଞ୍ଚି ନୂତନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ସହିତ ବିଏମ୍‌ସିର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତାଙ୍କୁ ବିଏମ୍‌ସିର ଅଧିକାରୀମାନେ ସ୍ବାଗତ ସମ୍ବର୍ଦ୍ଧନା କରିଥିବା ବେଳେ ପ୍ରଥମ ଦିନରେ ହିଁ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଦାୟିତ୍ବ ଗ୍ରହଣ କରିବା ମାତ୍ରେ ହିଁ କାର୍ଯ୍ୟ ଆରମ୍ଭ କରିଛନ୍ତି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ । ଆଜି ନବନିଯୁକ୍ତ ବିଏମ୍‌ସି କମିଶନରଙ୍କ ଅଧକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ବିଏମ୍‌ସିର ବିଭିନ୍ନ କାର୍ଯ୍ୟକ୍ରମ ପ୍ରକଳ୍ପ ଓ ଯୋଜନା ସମ୍ବନ୍ଧରେ କଥା ହୋଇଛନ୍ତି । ସେ ଦାୟିତ୍ବ ନେବା ପରେ ୧ ମାସର ଦାୟତ୍ବକୁ ସୁଚାରୁରୂପେ ପାଳନ କରିବାକୁ ପ୍ରଥମ ଦିନରୁ ହିଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପ୍ରକାଶ ଥାଉ, ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ହସ୍ତାକ୍ଷର ଯୁକ୍ତ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ୧ ମାସ ଛୁଟିରେ ଯିବା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ । ୨୩ ତାରିଖ ଅର୍ଥାତ ଶୁକ୍ରବାର ଠାରୁ ସେ ଛୁଟିରେ ଯିବାକୁ ଅନୁମତି ମାଗିଥିଲେ । ସରକାରଙ୍କ ପକ୍ଷରୁ ୨୦୧୩ ବ୍ୟାଚର ଏହି ଅଫିସରଙ୍କୁ ଛୁଟିରେ ଯିବାକୁ ସରକାର ଅନୁମତି ଦେଇଛନ୍ତି । ବିଜୟଙ୍କ ଛୁଟି ଅନୁମୋଦନ ହେବା ପରେ ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ରାଜେଶ ପ୍ରଭାକର ପାଟିଲ । ୨୦୦୫ ବ୍ୟାଚର ରାଜେଶ ବର୍ତ୍ତମାନ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି । ନିଜ ମୂଳ ଦାୟିତ୍ବ ସହ ରାଜେଶ ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ...ଛୁଟିରେ ଗଲେ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଦାୟିତ୍ୱରେ ରହିବେ ରାଜେଶ

ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ମେୟର, ଡେପୁଟି ମେୟର ଓ କର୍ପୋରେଟର ମାନଙ୍କ ସିଟିଂ ଫି ବୃଦ୍ଧି ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମରେ କହିଥିଲେ କମିଶନର ବିଜୟ ଅମୃତ କୁଲାଙ୍ଗେ । ଏପରିକି ବର୍ଦ୍ଧିତ ସିଟିଂ ଫି ବାବଦରେ ଘୋଷଣା ମଧ୍ୟ କରିଦେଇଥିଲେ । ସିଟିଂ ଫି ବାବଦରେ ୭ ଶହ ଟଙ୍କା ପାଉଥିବା କର୍ପୋରେଟରମାନେ ୧୦ ହଜାର, ମେୟରଙ୍କୁ ୫୦ ହଜାର ଓ ଡେପୁଟି ମେୟରଙ୍କୁ ୨୫ ହଜାର ଟଙ୍କା ମିଳିବ ବୋଲି କର୍ପୋରେସନ ବୈଠକରେ ବିଏମସି କମିଶନର କହିଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲା । ଉଭୟ ଭୁବନେଶ୍ୱର କମିଶନର ଓ ମେୟରଙ୍କୁ ଲୋକସେବା ଭବନକୁ ଡକରା ହୋଇଥିଲା । ରାଜ୍ୟ ସରକାର ସ୍ପଷ୍ଟୀକରଣରେ କୁହାଯାଇଥିଲା ଯେ, ମେୟର, ଡେପୁଟି ମେୟର ଓ କର୍ପୋରେଟମାନଙ୍କ ସିଟିଂ ଫି ବା ପାରିଶ୍ରମିକ ବାବଦରେ ବିଏମ୍‌ସି କମିଶନର ଦେଇଥିବା ବିବୃତ୍ତି ତ୍ରୁଟିଯୁକ୍ତ ।ବିଏମସି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ବିବୃତିକୁ ପ୍ରତ୍ୟାହାର କରିନିଆଯାଉଛି । ତେବେ ଜଣେ କମିଶନର ଏହି ଘୋଷଣା କରିବା ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା । ଏହାକୁ ଘଉଡ଼ାଇବା ପାଇଁ କମିଶନରଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.