ETV Bharat / state

Nuakhai Festival 2024: ସମଲେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୁଆଁ ଧାନ, ନୁଆଁଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କଠାରେ ହେବ ନବାନ୍ନ ଅର୍ପଣ - new crop reached samaleswari temple

author img

By ETV Bharat Odisha Team

Published : Sep 3, 2024, 9:58 PM IST

New-paddy-reached-samaleswari-temple: ନୁଆଁଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କଠାରେ ହେବ ନବାନ୍ନ ଅର୍ପଣ । ଏଥିପାଇଁ ପ୍ରସ୍ତୁତି ଜୋରଦାର । ଆଜି ଚାଷୀ ନିଜ କ୍ଷେତରେ ଅମଳ ହୋଇଥିବା ସରିଆ ଧାନ ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ନୂଆଖାଇ ଦିନ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ, ମା' ସମଲେଇଙ୍କଠାରେ ନବାନ୍ନ ଅର୍ପଣ କରାଯାଏ । ପରେ ଅନ୍ୟମାନେ ଘରେ ଯାଇ ନୂଆ ଖାଇଥାନ୍ତି । ଅଧିକ ପଢନ୍ତୁ

Nuakhai Festival 2024
Nuakhai Festival 2024 (ETV Bharat Odisha)

ସମ୍ବଲପୁର: ଆସନ୍ତା 8 ତାରିଖରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ମନ୍ଦିରରେ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ମନ୍ଦିରରେ ରଙ୍ଗ ବୋଲା ସରିଯାଇଛି । ଏହି କ୍ରମରେ ଆଜି ମା’ ସମଲେଶ୍ୱରୀଙ୍କ ପାଖକୁ ପହଁଚିଛି ନୁଆଁ ଧାନ । ପରମ୍ପରା ମୁତାବକ ଏହି ଧାନକୁ ବଲବସପୁରର ସୁବାଷ ବେହେରା ପ୍ରତ୍ୟେକ ବର୍ଷ ଆଣିଥାନ୍ତି ।

ଏହା ବି ପଢନ୍ତୁ- ଦୁଲୁକିବ ବଲାଙ୍ଗୀର; ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ - Nuakhai festival 2024

ମା’ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁ ଧାନ-

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ ବା ସରିଆ ଧାନ । ନୂଆଁଖାଇ ଦିନ ମାଙ୍କ ଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି l ଏହି ନୂଆଁ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାର ଚାଉଳ ବାହାର କରିବେ l ପରେ ଗୁଡ ଓ ଘିଅ ଦେଇ ନବାନ୍ନ ଭୋଗ ପ୍ରସ୍ତୁତ କରିବେ l ତେବେ ମାତ୍ର 60 ଦିନରେ ଅମଳ ହେଉଥିବା ଏହି ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗି ପଡିଥାନ୍ତି l

ଏହା ବି ପଢନ୍ତୁ- ସେପ୍ଟେମ୍ବର 9କୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ- Nuakhai Holiday

ବାହାରିଲା ନୂଆଁଖାଇ ଲଗ୍ନ-

ନୂଆଁଖାଇ ପାଇଁ ସ୍ଥିର ହୋଇସାରିଛି ଶୁଭଲଗ୍ନ । ପଶ୍ଚିମ ଓଡ଼ିଶାର କୃଷି ଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଥିଲା । ଆସନ୍ତା 8 ତାରିଖ ରବିବାର ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସକାଳ ସମୟ 9ଟା 12 ମିନିଟରୁ 9ଟା 27 ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ବା ନୂଆ ଚାଉଳର ଭୋଗ ଅର୍ପଣ ହେବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି । ଏହି ଶୁଭଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମା' ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଚଢାଯିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଏହି ଶୁଭ ଲଗ୍ନ ଅନୁସାରେ ନୂଆଁଖାଇ ପର୍ବ ପାଳନ ହୋଇଥାଏ । ପରେ ଘରେ ଘରେ ଲୋକେ ନୂଆ ଚାଉଳ ର ଭୋଗ ଖାଇ ନୂଆଖାଇ ପର୍ବ ପାଳନ କରିବେ ।

ଆଷାଢ଼ ମାସରୁ ଏହି ଚାଷ ଆରମ୍ଭ ହୋଇଥାଏ-
ଏହି ଧାନକୁ ଅପେକ୍ଷାକୃତ ଶୁଷ୍କ ଭୂମିରେ ଚାଷ କରାଯାଇଥାଏ l ଏହା ସହ ଅମଳ ହୋଇଥିବା ଧାନକୁ ଯେପରି ପଶୁ ପକ୍ଷୀ ସ୍ପର୍ଶ ନ କରିବେ ତାହା ଦେଖିବାକୁ ପଡିଥାଏ । 6 ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି । ଆଜି ଏହି ଧାନ ଆଣି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ପ୍ରଦାନ କରିଛନ୍ତି । ଧାନ ଯୋଗାଉ ଥିବା ଚାଷୀ ସୁବାଷ ବେହେରା କହିଛନ୍ତି, "ଅମଳ ହେବା ପୂର୍ବରୁ ଆମେ ମା’ଙ୍କୁ ଏହି ଧାନ ପ୍ରଦାନ କରୁଛି । ଚଢେଇ ଖାଇବା ପୂର୍ବରୁ ଆମେ ମା’ଙ୍କୁ ପ୍ରଦାନ କରିଥାଉ ।"

ଏହା ବି ପଢନ୍ତୁ- ବାହାରିଲା ନୂଆଖାଇ ଶୁଭଲଗ୍ନ, ଏହି ଦିନ ମା' ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ - Nuakhai Lagna Finalised

ଏହା ବି ପଢନ୍ତୁ- New Railway Projects In Odisha: ପଶ୍ଚିମ ଓଡିଶାବାସୀଙ୍କୁ ମୋଦି ସରକାରଙ୍କ ନୂଆଖାଇ ଭେଟି, ୨ ନୂଆ ରେଳ ଲାଇନ ପାଇଁ ମଞ୍ଜୁରୀ - New Railway Projects In Odisha

ନୂଆଖାଇ ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ-

ନୂଆଖାଇ ପାଇଁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆସନ୍ତା 9 ତାରିଖକୁ ଛୁଟି ଘୋଷଣା କରାଯାଇଛି । ସେପ୍ଟେମ୍ବର 8ରେ ପଡୁଛି ନୂଆଖାଇ । ହେଲେ ସେଦିନ ରବିବାର ପଡୁଥିବାରୁ ତା ପରଦିନ ଅର୍ଥାତ 9 ତାରିଖରୁ ଛୁଟି ଘୋଷଣା କରାଯାଇଛି । ସେଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେପଟେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଥିବା ବେଳେ ଉତ୍ସବ ମୁଖର ପୂରା ପଶ୍ଚିମ ଓଡିଶା । ନୂଆଖାଇ ପାଳିବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆ ଖାଇବେ ସମସ୍ତେ, ଆଉ ପରସ୍ପରକୁ କହିବେ ନୂଆଖାଇ ଜୁହାର ।

କିପରି ପାଳନ ହୁଏ ନୂଆଖାଇ:

ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ ନନ୍ଦଉତ୍ସବ ଦିନ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ, ନନ୍ଦୋତ୍ସବରେ ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ମହାସଭା । ପଶ୍ଚିମ ଓଡ଼ିଶାର ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ । ଏହି ପର୍ବରେ ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ଅର୍ପଣ କରାଯାଇଥାଏ । ଏହାପରେ ତାହାକୁ ପ୍ରସାଦ ଭାବେ ନିଜେ ଗ୍ରହଣ କରିଥାନ୍ତି । ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ହୋଇଥିଲେ ମଧ୍ୟ ଚାଷୀଠୁ ନେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ପର୍ବରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.