ETV Bharat / state

ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲେ ମୋହନ ସରକାର, ବିଜେଡି କହିଲା କପି-ପେଷ୍ଟ - NEW MUNICIPALITIES AND NAC

ନୂଆ ମ୍ୟୁନିସିପାଲିଟି ଓ ‘ଏନଏସି’ ଗଠନ ପାଇଁ ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଲା ନଗର ଉନ୍ନୟନ ବିଭାଗ । ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ନବୀନ । ବିଜେଡି କହିଲା କପି-ପେଷ୍ଟ ।

ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲା ନଗର ଉନ୍ନୟନ ବିଭାଗ, ବିଜେଡି କହିଲା କପି ପେଷ୍ଟ ସରକାର
ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲା ନଗର ଉନ୍ନୟନ ବିଭାଗ, ବିଜେଡି କହିଲା କପି ପେଷ୍ଟ ସରକାର (ETV Bharat odisha)
author img

By ETV Bharat Odisha Team

Published : Nov 7, 2024, 7:25 AM IST

Updated : Nov 7, 2024, 8:03 AM IST

ଭୁବନେଶ୍ୱର: ରାଜ୍ୟରେ ୫୭ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ‘ଏନଏସି’ ଗଠନ ପାଇଁ ପୂର୍ବରୁ ନବୀନ ସରକାର ଘୋଷଣା କରିଥିଲେ । ସରକାର ତଲବ କରିଥିବା ତଥ୍ୟ ଜିଲ୍ଲାପାଳଙ୍କ ପାଖରୁ ଆସିନଥିବାରୁ ପ୍ରସ୍ତାବ ବାସ୍ତବ ରୂପ ନେବାରେ ବିଳମ୍ବ ହେଉଛି । ତଥ୍ୟ ତୁରନ୍ତ ପ୍ରଦାନ କରିବାକୁ ୨୩ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ସେହିପରି ୫ଟି ‘ଏନଏସି’କୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରିବା ସମ୍ବନ୍ଧୀୟ ତଥ୍ୟ ଦେବାକୁ ସମ୍ପୃକ୍ତ ୫ ଜିଲ୍ଲାପାଳଙ୍କୁ ମଧ୍ୟ ବିଭାଗ ଚିଠି ଲେଖିଛି । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ମୋହନ ସରକାର କପି-ପେଷ୍ଟ ସରକାର ବୋଲି ବିରୋଧୀ ଦଳ ‘ବିଜେଡି’ ଅଭିଯୋଗ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

  • ୨୩ ଜିଲ୍ଲାରେ ୫୭ଟି ନୂଆ ‘ଏନଏସି’ ଗଠନ ଘୋଷଣା କରିଥିଲା ନବୀନ ସରକାର:-

ଲୋକଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ବିଜେଡି ସରକାର ନୂଆ ମ୍ୟୁନିସିପାଲିଟି ଓ ଏନଏସି ଘୋଷଣା କରିଥିଲେ । ଏହି ତାଲିକାରେ ଗଞ୍ଜାମର ଭଞ୍ଜନଗର, ଆସ୍କା, ଛତ୍ରପୁର ‘ଏନଏସି’କୁ ପୌରସଂସ୍ଥା ବା ମ୍ୟୁନିସିପାଲିଟିକୁ ଉନ୍ନୀତ କରିବାକୁ ଯୋଜନା ଥିଲା । ୨୩ ଜିଲ୍ଲାରେ ୫୭ଟି ନୂଆ ଏନଏସି ଗଠନ କରିବାକୁ ପ୍ରସ୍ତାବ ରହିଥିଲା । ଏହି ତାଲିକାରେ ସୂବର୍ଣ୍ଣପୁରର ସର୍ବାଧିକ ୫, ଅନୁଗୁଳର ୨, ବଲାଙ୍ଗୀରର ୪, ବାଲେଶ୍ଵରର ୪, ବରଗଡ଼ର ୩, ଭଦ୍ରକର ୨, ବୌଦ୍ଧର ୪, କଟକର ୪, ଢେଙ୍କାନାଳର ୨, ଗଞ୍ଜାମର ୨, ଯାଜପୁରର ୪, କଳାହାଣ୍ଡିର ୩, କନ୍ଧମାଳର ୨, ଖୋର୍ଦ୍ଧାର ୩, ନୟାଗଡ଼ର ୨, ପୁରୀର ୨, ରାୟଗଡ଼ାର ୨, ସମ୍ବଲପୁରର ୨ ଏବଂ ଜଗତସିଂପୁରର, ନୂଆପଡ଼ାର, କୋରାପୁଟର, ମୟୂରଭଞ୍ଜର ଓ ସୁନ୍ଦରଗଡ଼ର ଗୋଟିଏ ଲେଖାଏଁ ରହିଥିଲା ।

ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲା ନଗର ଉନ୍ନୟନ ବିଭାଗ, ବିଜେଡି କହିଲା କପି-ପେଷ୍ଟ ସରକାର
ଗଠନ ହେବେ ନୂଆ ମ୍ୟୁନିସିପାଲିଟି ଓ ଏନଏସି: ତଥ୍ୟ ମାଗିଲା ନଗର ଉନ୍ନୟନ ବିଭାଗ, ବିଜେଡି କହିଲା କପି-ପେଷ୍ଟ ସରକାର (ETV Bharat odisha)
  • ଏପର୍ଯ୍ୟନ୍ତ ତଥ୍ୟ ଦେଇନାହାନ୍ତି ଜିଲ୍ଲାପାଳ

ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ଗ୍ରାମର ଜନସଂଖ୍ୟା, ସୀମାରେଖା, ମ୍ୟାପ, ଯୋଗାଯୋଗ, ସ୍କୁଲ, କଲେଜ, ବଜାର, ସ୍ୱାସ୍ଥ୍ୟକେନ୍ଦ୍ର, ଥାନା, ରାଜସ୍ୱ ଉତ୍ସ, ଭିତ୍ତିଭୂମି ବାବଦରେ ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖା ଯାଇଥିଲା । ହେଲେ ତଥ୍ୟ ପହଞ୍ଚି ନଥିବାରୁ ବିଭାଗ ପୁଣି ଥରେ ତାଗିଦ କରିଛି ।

ଏହା ମଧ୍ୟ ପଢନ୍ତୁ :- ନୂଆ ଏନ୍‌ଏସି ଓ ମ୍ୟୁନିସପାଲିଟି ଗଠନର ନାହିଁ ସରକାରୀ ରେକର୍ଡ: ନଗର ଉନ୍ନୟନ ମନ୍ତ୍ରୀ - New NAC and Municipality Record

ଏହା ମଧ୍ୟ ପଢନ୍ତୁ:- ଥମୁନି NAC ବିବାଦ, ରାଜନୈତିକ ଷ୍ଟଣ୍ଟ କହିଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ..... NAC ମାନ୍ୟତା ଦାବିରେ 12 ଘଣ୍ଟିଆ କୁଜଙ୍ଗ ବନ୍ଦ

  • ମୋହନ ସରକାରର ପୁନଃ ଚିଠିକୁ ନେଇ ରାଜନୀତି ଜୋର:

ନଗର ଉନ୍ନୟନ ବିଭାଗ ପକ୍ଷରୁ ପୁନର୍ବାର ଲେଖା ଯାଇଥିବା ଚିଠିକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି," ନୂଆ ଏନଏସି ଗଠନ କରିବା ଲାଗି ଉଦ୍ୟମ କରିଛନ୍ତି ମୋହନ ସରକାର । ମୋହନ ସରକାର କପି-ପେଷ୍ଟ୍ ସରକାର ବୋଲି ଏହା ପ୍ରମାଣିତ କରୁଛି । ଚଳିତବର୍ଷ ମାର୍ଚ୍ଚ ମାସ ୧୩ ତାରିଖରେ ନୂଆ ‘ଏନଏସି’ ଗଠନ ଲାଗି ନବୀନ ସରକାର ଚିଠି କରିଥିଲେ । ଏବେ ମୋହନ ମାଝୀଙ୍କ ସରକାର ଗତ ସୋମବାର ସେହି ଚିଠି ପୁନର୍ବାର କରିଛନ୍ତି । ଏଥିରେ କେବଳ ଅତିରିକ୍ତ ସଚିବଙ୍କ ନାଁ ବଦଳିଛି । ଏହା ଚଞ୍ଚକତାର ଦୃଷ୍ଟାନ୍ତ । ଆମର ନୂଆ ସରକାରଙ୍କ ଠାରୁ କିଛି ନୂଆ ଆଶା କରୁଛୁ । କପି-ପେଷ୍ଟ କରି ନୂଆ ସରକାର ହୀନସ୍ତା ହେଉଛନ୍ତି । ଲୋକଙ୍କ ଅନୁରୋଧରେ ନବୀନ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି ଥିଲା । ତାକୁ ନୂଆ ସରକାର ଆଜି ଯେଉଁ କପି କରିଛନ୍ତି, ତାକୁ ଆମେ ନିନ୍ଦା କରୁଛୁ ।’’

  • ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଘୋଷଣା କରିଥିଲା: ନଗର ଉନ୍ନୟନ ମନ୍ତ୍ରୀ

ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏହି ଘୋଷଣା କରିଥିଲେ । ମୋହନ ସରକାରରେ ବିଧିବଦ୍ଧ ଭାବେ ଘୋଷଣା ହୋଇଛି । ଆବଶ୍ୟକତାକୁ ଅନୁଭବ କରି ଆମେ ଚିଠି କରିଛୁ । ପୁରୁଣା ପ୍ରସ୍ତାବ ଓ ବିଧାୟକଙ୍କ ପ୍ରସ୍ତାବକୁ ମିଳିତ କରି ରିପୋର୍ଟ ମାଗିଛୁ । ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନେବୁ । ଯେଉଁ ପ୍ରସ୍ତାବ ଯୋଗ୍ୟ ବିବେଚିତ ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ତାହାକୁ ଏନଏସି କରାଯିବ । "

+
ଇଟିଭି ଭାରତ, ଭୁବନେଶ୍ୱର

Last Updated : Nov 7, 2024, 8:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.