ETV Bharat / state

ରୋମିଓ ରାଜା ସତ୍ୟଜିତ ଲିଙ୍କରେ ରହସ୍ୟମୟୀ ଯୁବତୀ: 49 ନୁହେଁ 99 ରାଣୀ, ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୋଲିସ - Serial cheater Satyajit Samal

author img

By ETV Bharat Odisha Team

Published : Aug 8, 2024, 8:35 PM IST

Odisha Serial cheater Satyajit Samal: ଦିନକୁ ଦିନ ରୋମିଓ ରାଜା ସତ୍ୟଜିତ ସାମଲ ଲିଙ୍କରେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । କମିଶନରେଟ ପୋଲିସ ମାମଲାର ଖୋଳତାଡ କରୁଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଜଣେ ରହସ୍ୟମୟୀ ଯୁବତୀ । କିଏ ସେ ଯୁବତୀ ? କାହିଁକି ସତ୍ୟଜିତ ତାଙ୍କୁ ଟଙ୍କା ପଠାଉଥିଲା । ଏସବୁ ପେଡିର ରହସ୍ୟ ଭେଦିବା ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସର ଏକ ଟିମ । ପଢନ୍ତୁ ପୁରା ଖବର ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରିତ କରିଥିବା ‘ଦୁହ୍ଲେରାଜା’ ରସିକିଆ ପ୍ରେମିକ ସତ୍ୟଜିତ ସାମଲର ଖୋଲୁଛି ଗୋଟିଏ ପରେ ଗୋଟିଏ କଳାକାରନାମାର ପେଡି । 99 ରାଣୀର ରାଜା ଥିବା ସତ୍ୟଜିତର ସିଣ୍ଡିକେଟରେ ସାମିଲ ଅଛନ୍ତି ଜଣେ ରହସ୍ୟମୟୀ ଯୁବତୀ । ଯାହାଙ୍କ ଆକାଉଣ୍ଟକୁ ବାରମ୍ବାର ରସିକ ସତ୍ୟଜିତର ଆକାଉଣ୍ଟରୁ ଟଙ୍କା ଟ୍ରାଞ୍ଜାକସନ ହୋଇଛି । ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ସତ୍ୟଜିତଠୁ ଏଭଳି କିଛି ବଡ ସୁରାକ ପାଇଛି କମିଶନରେଟ ପୋଲିସ ।

ରୋମିଓ ରାଜା ସତ୍ୟଜିତ ଲିଙ୍କରେ ରହସ୍ୟମୟୀ ଯୁବତୀ (ETV Bharat Odisha)

ଦୁହ୍ଲେରାଜା ସହ ରହସ୍ୟମୟୀ ଯୁବତୀ କିଏ ?

ସତ୍ୟଜିତ
ସତ୍ୟଜିତ (ETV Bharat Odisha)

ମହିଳାଙ୍କୁ ଠକିବା ମାମଲାରେ ସତ୍ୟଜିତ ବିରୋଧରେ ନୂଆ ନୂଆ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଯାହା ପୋଲିସ ଅଫିସରଙ୍କୁ ତାଜୁବ କରୁଥିବା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଜଣେ ରହସ୍ୟମୟୀ ଯୁବତୀ । ସତ୍ୟଜିତ ଗିରଫ ହେବା ପରେ ବି ତା ଆକାଉଣ୍ଟରୁ ଉକ୍ତ ରହସ୍ୟମୟୀ ଯୁବତୀଙ୍କ ଆକାଉଣ୍ଟଙ୍କୁ ଟଙ୍କା ଟ୍ରାଞ୍ଜାକସନ ହେଉଥିଲା । ଏଭଳି କିଛି ତଥ୍ୟ ଦେଇଛନ୍ତି ଭୁବନେଶ୍ବର ଡିପିସି ପ୍ରତୀକ ସିଂହ । ଡିସିପି କହିଛନ୍ତି, ‘ସତ୍ୟଜିତ ଆକାଉଣ୍ଟକୁ ଟ୍ରାଞ୍ଜାକନ୍ସ ହେଉଛି । ସତ୍ୟଜିତକୁ ଗିରଫ ପରେ ଏବଂ ତା ଆକାଉଣ୍ଟକୁ ଫ୍ରିଜ କରିବା ପୂର୍ବରୁ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକସନ ହୋଇଛି । ସେ କିଏ ଆମେ ଜାଣିବାକୁ ଚେଷ୍ଟା କରୁଛୁ । ସେ ଯିଏ ଆମେ ତାକୁ ଖୋଜିବୁ । ଆମେ ତଦନ୍ତ କରିବୁ । ଆମେ ବ୍ୟାଙ୍କକୁ ତଥ୍ୟ ମାଗିଛୁ ତଥ୍ୟ ଆସିବା ପରେ ସବୁ ଜଣାପଡିବ ।

ଖୋଳତାଡ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ:

ସତ୍ୟଜିତ
ସତ୍ୟଜିତ (ETV Bharat Odisha)

ପେଡି ଖୋଲିବା ପରି ଖୋଲୁଛି ସତ୍ୟଜିତର କଳାକାରନାମାର ପେଡି । କେବଳ ରାଜ୍ୟ ନୁହେଁ ରାଜ୍ୟ ଡେଇଁ ଦେଶ ବିଦେଶର ମହିଳାଙ୍କୁ ଟାର୍ଗେଟ କରୁଥିଲା ସତ୍ୟଜିତ । ମୁଖ୍ୟତ ଛାଡପତ୍ର ନେଇଥିବା ମହିଳାଙ୍କୁ ଟାର୍ଗେଟ କରି ନିଜ ଜାଲରେ ଫସାଉ ଥିଲା । ଏଭଳି ଅଭିଯୋଗ ପରେ ଅଧିକ ତଦନ୍ତ ପାଇଁ ଦୁଇଟି ଟିମ ଗଠନ କରାଯାଇଛି । ଏନେଇ ଡିସିପି କହିଛନ୍ତି, ‘ଏହି ଘଟଣାରେ ପରେ ବହୁ ପୀଡିତା ଏହାକୁ ନେଇ ମାନସିକ ଆଘାତ ପାଇଛନ୍ତି । ସେମାନଙ୍କୁ ଆମେ କାଉସିଲିଂ କରୁଛୁ । ଗୋଟିଏ ଟିମ ଗଠନ କରାଯାଇଛି । ଯିଏ କି ରାଜ୍ୟ ବାହାରକୁ ଯିବ । ସେହି ଟିମ ପୀଡିତା ମହିଳାଙ୍କୁ ଭେଟିବ । ସେମାନଙ୍କ ସହ ଆଲୋଚନା କରିବ । ଅଧିକ ତଦନ୍ତ ପାଇଁ । ଏଥିସହ ରାଜ୍ୟ ଭିତର ପାଇଁ ଆଉ ଏକ ଟିମ ଗଠନ କରାଯାଇଛି । ରାଜ୍ୟ ଭିତରେ ଅଭିଯୋଗ ଆସୁଥିବା ମହିଳାଙ୍କୁ ଭେଟି ଅଧିକ ତଦନ୍ତ କରିବ ।

49 ନୁହେଁ 99 ରାଣୀ:

ସତ୍ୟଜିତ
ସତ୍ୟଜିତ (ETV Bharat Odisha)

ସତ୍ୟଜିତର ପ୍ରଥମେ ୪୯ ଜଣ ମହିଳାଙ୍କ ସହ ତାର ସମ୍ପର୍କ ଥିବା ଜଣାପଡ଼ିଥିବା ବେଳେ ତାହା ଏବେ 100 ଟପିଛି । ତେଣୁ ଯେଉଁ ମହିଳା ମାନଙ୍କୁ ସତ୍ୟଜିତ ପ୍ରେମ ଜାଲରେ ଫସାଇ ବିବାହ କରିବା ନାଁରେ ଟଙ୍କା ନେଇଛି ସେମାନଙ୍କୁ ଅଭିଯୋଗ କରିବାକୁ ପୋଲିସ ପରାମର୍ଶ ଦେଇଛି । ମୁଖ୍ୟତ ଛାଡପତ୍ର ହୋଇଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା ସତ୍ୟଜିତ ।

ରଖିଥିଲା ମହିଳାଙ୍କ ଆପତ୍ତିଜନକ ଭିଡିଓ:

ରସିକିଆ ସତ୍ୟଜିତ ଲିଙ୍କରେ ରହସ୍ୟମୟୀ ଯୁବତୀ
ରସିକିଆ ସତ୍ୟଜିତ ଲିଙ୍କରେ ରହସ୍ୟମୟୀ ଯୁବତୀ (ETV Bharat Odisha)

ଏନେଇ ଡିସିପି ଗତକାଲି କହିଥିଲେ, ‘ସତ୍ୟଜିତକୁ ଦୁଇ ଦିନିଆ ରିମାଣ୍ଡରେ ଅଣାଯାଇଥିଲା । ରିମାଣ୍ଡ ବେଳେ ପୋଲିସ ସୂଚନା‌ପାଇ ତାର ଚନ୍ଦ୍ରଶେଖରପୁର ଘରେ ସର୍ଚ୍ଚ କରିଥିଲୁ ଆମକୁ କେତେଟା ଜିନିଷ ମିଳିଛି । ଗୋଟେ ଲାପଟପ୍ ଓ ଦୁଇଟି ପାସପୋର୍ଟ, ୯ଟି ଡେବିଟ କାର୍ଡ ଓ କିଛି ଇଣ୍ଟରନ୍ୟାସନାଲ ଡେବିଟ କାର୍ଡ ରହିଛି । ନକଲି ପରିଚୟ‌ପତ୍ର ସିବିଆଇ ଆଇବି ଓ ପାଇଲଟର ମିଳିଛି । ଆକ୍ସିସ ବ୍ୟାଙ୍କର ଆକାଉଣ୍ଟ ଓ ଚେକବୁକ ମିଳିଛି । ସିମକାର୍ଡ ଷ୍ଟାମ୍ପ ପେପର ମିଳିଛି ଯେଉଁ ପେପରରେ ମାରେଜ ଏଗ୍ରିମେଣ୍ଟ କରାଯାଏ । ସିମକାର୍ଡ ଓ ହ୍ୟୁଣ୍ଡାଇ ଗାଡ଼ିର ଡକୁମେଣ୍ଟ ମିଳିଛି । ଆକ୍ସିସ ବ୍ୟାଙ୍କର ଲକ୍ଷେ କୋଡ଼ିଏ ହଜାର ଫ୍ରିଜ କରିଛୁ । ଯେଉଁ ଲାପଟପ୍ ମିଳିଛି ବା ପେନ୍ ଡ୍ରାଇଭ୍ ମିଳିଛି । ସେଥିରେ ଅନକ ମହିଳା ମାନଙ୍କର ଆପତ୍ତି ଜନକ ଭିଡିଓ ରହିଛି । ଏପରିକି ଅନେକ ମହିଳା ମାନଙ୍କର ସହ ଭିଡିଓ କଲକୁ ସେ ଷ୍ଟୋରେଜ କରିଛି । ଅର୍ଥାତ୍ ବିନା ଜାଣତରେ ସେ ସେଭ କରିଛି । ଏପରିକି ସେସବୁ ଭିଡିଓ ମଧ୍ୟ ମୋବାଇଲରେ ରହିଛି । ସେସବୁ ଭିଡିଓକୁ ଆମେ ପ୍ରମାଣ ଭାବେ ବ୍ୟବହାର କରିବୁ । କେତେ ମହିଳାଙ୍କ ସହ ସେ ଯୋଗାଯୋଗ ଥିଲା ଆଉ କେତେ ଜଣଙ୍କୁ ସେ କଥାବାର୍ତ୍ତା ହେଉଥିଲା ସେ ସବୁ ପ୍ରମାଣ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ସପନର ସୈାଦାଗର ଏମିତି ଫସାଉଥିଲା, ଯାହାକୁ ପାଇବାକୁ ପାଗଳ ହେଉଥିଲେ ମହିଳା

ଅନେକ ଭାଷାରେ କଥା କହିବା ଶିଖିଥିଲା:

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଅନେକ ଭାଷାରେ କଥା କହିବା ଶିଖିଥିଲା । ଓଡ଼ିଆ ହିନ୍ଦୀ ସହ ବଙ୍ଗାଳୀ, ଆରବିକ ସହ ଫିଲିପାଇନ୍ସ ଭାଷାରେ କଥା ମଧ୍ୟ ଶିଖିଛି । ପୋଲିସ ତା ମୋବାଇଲ ଚାର୍ଟ ଓ ତଥ୍ୟରୁ ପୋଲିସ ଅନେକ ତଥ୍ୟ ପାଇଛି । ଅନେକ ବଙ୍ଗାଳୀ ମହିଳାଙ୍କୁ ମଧ୍ୟ ନିଜ ପ୍ରେମ ଜାଲରେ ଫସାଇଛି । କଲିକତାର ଅନେକ ବ୍ୟାଙ୍କ ଲେଡି,କର୍ପୋରେଟ ଜଗତର ଅନେକ ଡିଭର୍ସ ଲେଡିଙ୍କୁ ମଧ୍ୟ ସେ ନିଜର ପ୍ରେମ ଜାଲରେ‌ ଫସାଇ ଠକାମି କରିଛି । ଏପରିକି ବ୍ରହ୍ମପୁରରେ ଜଣେ ମହିଳା ଶିକ୍ଷୟତ୍ରୀଙ୍କୁ ମଧ୍ୟ ସେ ଦେଢ଼ ଲକ୍ଷ ଟଙ୍କା ଠକେଇ କରିଛି ପୋଲିସ ଜାଣିବାକୁ ପାଇଛି ।

ପାଠ ପଢିଥିଲା ଅନେକ ଦେଶ ବୁଲୁଥିଲା:

ଏପରିକି ସେ ୨୦୧୦ରୁ ପାଠପଢ଼ା ଛାଡ଼ିଦେଇ ଥିଲା । ଯେହେତୁ ସେ ଏୟାର ହଷ୍ଟେସରେ ଡିପ୍ଲୋମା କରିଥିଲା । ପରେ ହୋଟେଲ ମ୍ୟାନେଜମେଣ୍ଟ ଡିପ୍ଲୋମା କରିଥିଲା ସେହି ଆଧାରରେ ସେ ଅନେକ ବିଭିନ୍ନ ଜାଗାରେ ହୋଟେଲରେ ଓ୍ବେଟର ଭାବେ କାମ କରିଛି। ରାୟପୁର,ମଦୁରାଇ ,ହାଇଦ୍ରାବାଦ ଏପରିକି ପରେ ୨୦୧୬ରେ ସାଉଥ୍ ଆରବିଆରେ କୋଷ୍ଟାକଫି ରେ ମ୍ୟାନେଜର ଭାବେ କାମ କରିଥିଲା । କାମ ସମୟରେ ସେ ଅନେକ ମହିଳାଙ୍କୁ କିପରି ଫସାଯାଇପାରେ ବୁଦ୍ଧି ଶିଖିଥିଲା। ଅନେକ ମହିଳା ଓ ପୁରୁଷଙ୍କର ସମ୍ପର୍କ ଦେଖି ସେବେଠୁ ସେ ଏପରି ଠକିବା ପ୍ଲାନ୍ ରଚିଥିଲା । ଯେହେତୁ ସେ ବିବିଏ କରିଛି ଉତ୍କଳ ୟୁନିଭରସିଟ ରୁ ଇଂରାଜି ମଧ୍ୟ ବେଶ ପାରଙ୍ଗମ ଥିଲା। ତେଣୁ ମାଟ୍ରିମୋନିଆଲ ସାଇଟରେ ଏପରି ବେକ ଆଇଡି ଖୋଲି ମହିଳାଙ୍କୁ ବସାଇବା ଆରମ୍ଭ କରିଥିବା ପୋଲିସ ଜାଣିବାକୁ ପାଇଛି।

ପାସପୋର୍ଟ ଜବତ:

ସତ୍ୟଜିତର ଦୁଇଟି ପାସପୋର୍ଟ ଜବତ ହୋଇଛି । ଗୋଟିଏ ତାର ଆଉ ଗୋଟିଏ ଜଣେ ସମ୍ଭ୍ରାନ୍ତ ମହିଳାଙ୍କର ବୋଲି ପୋଲିସ ଜାଣିବାକୁ ପାଇଛି । ନିକଟରେ ସେ କାନାଡ଼ା ଯିବାକୁ ପ୍ଲାନ୍ କରିଥିଲା । ଏନେଇ ତାର ଭିସା ଆବେଦନରୁ ପୋଲିସ ଜାଣିବାକୁ ପାଇଛି । ଏପରିକି ପାସପୋର୍ଟରୁ ଅନେକ ଦେଶ ଭ୍ରମଣ କରିଥିବା ଜାଣିବାକୁ ପାଇଛି ପୋଲିସ । ଆରବ ଏମିରେଟ ଓ ଦୁବାଇ,ସାଉଥ୍ ଆରବିଆ ଓ ଅନେକ ଦେଶକୁ ସେ ଅନେକ ଥର ଭ୍ରମଣ କରିଥିବା ଜାଣିବାକୁ ପାଇଛି ପୋଲିସ ।

ମିଳିଲା ନକଲି ସିବିଆଇ,ଆଇବି ଓ ପାଇଲଟ ପରିଚୟ ପତ୍ର:

ତାର ଡକ୍ୟୁମେଣ୍ଟରେ ସିବିଆଇର ଲୋଗୋ ଓ ତାର ଫଟୋ ଥିବା ଆଇଡି କାର୍ଡ ଜବତ କରିଛି କମିଶନରେଟ ପୋଲିସ । ତା ସହିତ ଇଣ୍ଟେଲିଜେନସ ବ୍ୟୁରୋର ମଧ୍ୟ ଇନସ୍ପେକ୍ଟର ଭାବେ ଆଉ ଏକ ଆଇଡି କାର୍ଡ ସହ ଏକ ଡିଜି ସିଏ ଦ୍ବାରା ଅନୁବଧିତ ଥିବା ଏକ ପାଇଲଟ ଆଇଡି କାର୍ଡ ମଧ୍ୟ ପୋଲିସ ଠାବ କରିଛି । ସବୁ ପରିଚୟ ପତ୍ର ବେକ ହୋଇଥିବା ବେଳେ ଏହି ସବୁ ପରିଚୟ ଦେଖାଇ ମହିଳା ମାନଙ୍କର ଆସ୍ଥା ଭାଜନ ହେଉଥିଲା ଆଉ ସେମାନଙ୍କୁ ପ୍ରେମ ଜାଲରେ ଫସାଇ ଠକାମି କରୁଥିଲା ।

ଏହା ମଧ୍ୟ ପଢନ୍ତୁ: ରୋମିଓ ରାଜାର 49 ରାଣୀ: ସୁନ୍ଦରୀ ତରୁଣୀଙ୍କ ସାଜିଥିଲା ସପନର ସୌଦାଗର, ଏମିତି ଫସିଲା ପୋଲିସ ଜାଲରେ

ପୁଣି ରିମାଣ୍ଡରେ ଆସିପାରେ ସତ୍ୟଜିତ:

ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ସତ୍ୟଜିତଠୁ ଅନେକ ତଥ୍ୟ ପାଇଛି ପୋଲିସ । ଅଧିକ ତଥ୍ୟ ପାଇଁ ପୁଣି ତାକୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଜାରି ରଖିଛି ପୋଲିସ । ଆଗକୁ 10 ଦିନିଆ ରିମାଣ୍ଡରେ ଆଣିବା ପାଇଁ କ୍ୟାପିଟାଲ ଥାନା ପୋଲିସ ଆବେଦନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.