ଭୁବନେଶ୍ବର: ଟ୍ବିନି ସିଟରେ ଆଉ ଫାଙ୍କା ପଡ଼ିବେନି ପୋଲିସ କର୍ମଚାରୀ । ଲୋକଙ୍କୁ ପୋଲିସ ସେବା ପାଇବାରେ ନୋ କମ୍ପରମାଇଜ । ସବୁ ସ୍ଥାନରେ ମିଳିବ ଅତ୍ୟାଧୁନିକ ପୋଲିସ ସେବା । ସୃଦୃଢ଼ ହେଲା କମିସନରେଟ୍ ପୋଲିସ । ଯୋଗଦେଲ ନୂଆ ୫୦୪ କନଷ୍ଟେବଳ । ସପ୍ତମ ବାଟାଲିୟନରେ ହୋଇଛି ପାସି ଆଉଟ୍ ସେରେମୋନି । ଏନେଇ ପୋଲିସ ଡ଼ିଜି ଶପଥ ପାଠ କରାଇଛନ୍ତି । ଏହି ଅବସରରେ ପୋଲିସ ଡ଼ିଜି ଅରୁଣ ଷଢ଼ଙ୍ଗୀ କହିଥିଲେ ଯେ, ଆମକୁ ସମାଜ ହିରୋ ଭାବେ ଦେଖେ । ତେଣୁ ନିର୍ଭିକ ନ୍ୟାୟ ପରାୟଣ, ସତ୍ୟବାଦୀ ହୋଇ ଲୋକଙ୍କ କାର୍ଯ ସମ୍ପାଦନ କରିବାକୁ ପଡ଼ିବ ।
ସହରରେ ଅପରାଧୀକ କାର୍ଯ୍ୟକଳାପ ନିୟନ୍ତ୍ରଣରେ ପୋଲିସ ହେବ ସୁଦୃଢ ସହଜ ପବ୍ଲିକ ଫ୍ରେଣ୍ଡଲି । ତେଣୁ ନୂତନ ଭାବେ ତାଲିମ ପାଇ ଯୋଗ ଦେଇଥିବା ୫୦୪ ଜଣ କନଷ୍ଟେବଳ ଆଜି କମିସନରେଟ ପୋଲିସରେ ଯୋଗ ଦେଇଛନ୍ତି । ସେମାନଙ୍କୁ ଅତ୍ୟାଧୁନିକ ଢାଞ୍ଚାର ତାଲିମ ଦିଆଯାଇଛି । ଇଣ୍ଡୋର ଏବଂ ଆଉଟଡୋର୍ ଦୁଇଟି ପର୍ଯ୍ୟାରେ ପାଇଛନ୍ତି ଉନ୍ନତମାନର ପ୍ରଶିକ୍ଷଣ । ବିଶେଷ କରି ବାଟରେ ଘାଟରେ ପୋଲିସ ଚେକିଂ, ଭିଆଇପି ଭିଜିଟ ଓ ବଡ଼ ବଡ଼ ପୂଜା ପର୍ବପର୍ବାଣୀରେ ଲୋକଙ୍କ ଭିଡ଼କୁ କିପରି ଚେକ୍ ଦିଆଯିବ ସେନେଇ ତାଲିମ ପାଇଛନ୍ତି ।
ଆତଙ୍କି ବା ଅପରାଧୀଙ୍କୁ ସାବାଡ ପାଇଁ ଅତ୍ୟାଧିନିକ ବନ୍ଧୁକ ବ୍ୟବହାର ଆଦି ଉପରେ ସେମାନେ ପାରଙ୍ଗମ । ଦଙ୍ଗା ଭଳି ସ୍ଥିତିରେ ପଥର ମାଡ଼ ବା ଲୋକଙ୍କ ଆକ୍ରୋଶ ସମୟରେ କିଭଳି ମୁକାବିଲା କରି ହେବ ସେ ନେଇ ପାଇଛନ୍ତି ତାଲିମ । ଏହା ସହ ହ୍ୟୁମାନ ରାଇଟସ୍, ମହିଳାଓ ଶିଶୁ ଅପରାଧ , ଜୁଭେନାଇଲ ଜଷ୍ଟିସ ଭଳି ସାଇଣ୍ଟିଫିକ୍ ଭେରିଫିକେସନ ଓ ସିଡିଆର ଯାଞ୍ଚ ଓ ସୋସିଆଲ ମିଡ଼ିଆ ଅପରାଧ ଦିଗରେ ବି ତାଲିମ ନେଇଛନ୍ତ ଏହି ନବ ନିଯୁକ୍ତ କନଷ୍ଟେବଳ । ମହିଳା ସୁରକ୍ଷାଠୁ ଆରମ୍ଭ କରି ସିନିୟର୍ ସିଟିଜେନ ସୁରକ୍ଷା ଦେବ ପୋଲିସ । ଲୋକଙ୍କ ସୁରକ୍ଷାରେ କୈଣିସ ଅବହେଳା କରାଯିବ ନାହିଁ ।
ଏହା ମଧ୍ୟ ପଢନ୍ତୁ.....ନୂଆ ରୂପ ପାଇବ ବାରବାଟୀ: ସମୀକ୍ଷା କଲେ 5ଟି ଅଧ୍ୟକ୍ଷ, 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଗୁଇନ୍ଦାଗିରି କରି ଇଣ୍ଟେଲିଜେନସ ତଥ୍ୟ ସଂଗ୍ରହ ଠାରୁ ଆରମ୍ଭ କରି ସାଇଣ୍ଟିଫିକ୍ ତଦନ୍ତ, ସିସିଟିଭି ଯାଞ୍ଚ, ସୋସିଆଲ ମିଡ଼ିଆର ଅପରାଧ ନିୟନ୍ତ୍ରଣ ଦିଗରେ ଥାନଠୁ ଆରମ୍ଭ କରି ସ୍ପେଶାଲ ବ୍ରାଞ୍ଚ ,ମୁଖ୍ୟାଳୟ ଓ ଭିଆଇପି ସିକୁରିଟି ଆଦି କ୍ଷେତ୍ରରେ ନିୟୋଜିତ କରାଯିବ । ଏଥିପାଇଁ ଦୀର୍ଘ ଆଠ ମାସ ଧରି ଦିଆଯାଇଥିଲା ତାଲିମ । ପୋଲିସକୁ ଲୋକଙ୍କୁ ଉତ୍ତମ ବ୍ୟବହାର ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେହାକୁ ଆହ୍ୱାନ ଦେଇଛନ୍ତି ପୋଲିସ ଡ଼ିଜି ।
ଇଟିଭି ଭାରତ , ଭୁବନେଶ୍ବର