ETV Bharat / state

‘ରାଜ୍ୟର ଖଣିଜ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ, ଇସ୍ପାତ ଉତ୍ପାଦନରେ ଏକ ନମ୍ବର ହେବ ଓଡିଶା’ - minister Bibhuti Bhusan jena - MINISTER BIBHUTI BHUSAN JENA

Minister of Steel and Mines reaction: ବିଜେପି ଶାସନରେ ରାଜ୍ୟ ଇସ୍ପାତ ଉତ୍ପାଦନରେ ଦେଶରେ ପ୍ରଥମ ରାଜ୍ୟ ହେବ । ରାଜ୍ୟର ଖଣିଜ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ । ଯାହା ଦାୟିତ୍ବ ମିଳିଛି ସୁଚାରୁରୂପେ ତୁଲାଇବେ କହିଲେ ନୂଆ ଖଣି ଓ ଇସ୍ପାତ ମନ୍ତ୍ରୀ । ଅଧିକ ପଢନ୍ତୁ

‘ରାଜ୍ୟର ଖଣିଜ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ, ଇସ୍ପାତ ଉତ୍ପାଦନରେ ଏକ ନମ୍ବର ହେବ ଓଡିଶା’
‘ରାଜ୍ୟର ଖଣିଜ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ, ଇସ୍ପାତ ଉତ୍ପାଦନରେ ଏକ ନମ୍ବର ହେବ ଓଡିଶା’ (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 11:10 AM IST

ଭୁବନେଶ୍ବର: ନୂଆ ସରକାରରେ 3ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି ବିଭୁତି ଭୂଷଣ ଜେନା । ବିଭୁତିଙ୍କୁ ପରିବହନ, ଷ୍ଟିଲ ଏବଂ ମାଇନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ଜନ ଭାଗିଦାରୀରେ ବିଭାଗ ପରିଚାଳନା ହେବ ବୋଲି କହିଛନ୍ତି ବିଭୁତି । ସେହିପରି ରାଜ୍ୟ ସମସ୍ତ ପ୍ରାକୃତିକ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ ଓ ଦେଶରେ ଓଡିଶା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ରାଜ୍ୟ ହେବ ବୋଲି ମଧ୍ୟ ସେ କହିଛନ୍ତି ।

‘ରାଜ୍ୟର ଖଣିଜ ସମ୍ପଦ ରାଜ୍ୟବାସୀଙ୍କ ସ୍ୱାର୍ଥରେ ଲାଗିବ, ଇସ୍ପାତ ଉତ୍ପାଦନରେ ଏକ ନମ୍ବର ହେବ ଓଡିଶା’ (ETV Bharat Odisha)

ଦାୟିତ୍ବ ବଣ୍ଟନ ପରେ ବିଭୁତି କହିଛନ୍ତି, "ମୋ ମତରେ ସବୁ ବିଭାଗ ସମାନ । କିଛି ଛୋଟ କିମ୍ବା ବଡ଼ ନଥାଏ । ମୋ ମୁଖ୍ୟମନ୍ତ୍ରୀ ମୋତେ ଗୁରୁଦାଇତ୍ୱ ଦେଇଛନ୍ତି । ସେହି ଦାୟିତ୍ୱ ସୁଚାରୁରୂପେ ତୁଲେଇବି । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିକୁ ରଖି କାମ କରିବୁ । ଖଣିଜ ସମ୍ପଦରେ ଭରପୁର ଓଡ଼ିଶା । ଏହି ପ୍ରାକୃତିକ ସମ୍ପଦ ଓ ଉତ୍ପାଦ ଓଡିଶାବାସୀଙ୍କ ସ୍ୱାର୍ଥରେ ଲାଗିବ । ଜନ ଭାଗିଦାରୀରେ ବିଭାଗ ପରିଚାଳନା ହେବ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବିସ୍ତୃତ ଭାବେ ଏହାକୁ କାର୍ଯ୍ୟକାରୀ କରିବି ।ବିନା ସମନ୍ୱୟରେ କୌଣସି କାର୍ଯ୍ୟ ଆଗକୁ ଯାଇ ପାରିବନାହିଁ ।"

ସେହିପରି ଆହୁରି ମଧ୍ୟ ସେ କହିଛନ୍ତି, ‘‘ସରକାରଙ୍କ କିଛି ନିଷ୍ପତ୍ତି ଘରୋଇ ବ୍ୟବସାୟୀଙ୍କୁ କଷ୍ଟ ଦିଏ । ଅତୀତ ସରକାରରେ ଏହା ହୋଇଛି ମଧ୍ୟ । ସମସ୍ତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ପରିବହନ କ୍ଷେତ୍ର ରାଜ୍ୟର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କହୁଥିଲେ, ଯେଉଁ ଦେଶର ପରିବହନ ଓ ଗମନାଗମନ ବ୍ୟବସ୍ଥା ଠିକ ଅଛି, ସେ ଦେଶର ବିକାଶ ମଧ୍ୟ ଠିକ ଭାବେ ଚାଲିବ । ପରିବହନ ଉପରେ ରାଜ୍ୟର ବିକାଶ ନିର୍ଭର କରେ । ଖଣି ନୀତିର ପରିବର୍ତ୍ତନ ହୋଇଛି । ଓଡ଼ିଶାର ଯେଉଁ ଜିଲ୍ଲାରେ ଖଣି ଉତ୍ତୋଳନ କରାଯାଉଛି, ସେ ଜିଲ୍ଲାବାସୀ ପ୍ରଦୂଷଣ ଯୋଗୁଁ ସମସ୍ୟା ଭୋଗୁଛନ୍ତି । ତେଣୁ ବିକାଶ ସେଠି ନହୋଇ ଆଉ କେଉଁଠି ହେବ ? ଡିଏମଏଫର ତର୍ଜମା ହେବ ।’’

ଏହା ମଧ୍ୟ ପଢନ୍ତୁ :- ଗୃହ-ଅର୍ଥ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ ଆଉ କହାକୁ ମିଳିଲା କେଉଁ ବିଭାଗ - CM Mohan Majhi allocates portfolios

ରାଜ୍ୟରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ର ସଠିକ ଭାବେ ବ୍ୟବହାର ହୋଇପାରିନାହିଁ । ଟଙ୍କା ଖର୍ଚ୍ଚ ହୋଇପାରିନାହିଁ । ଅନେକ ଟଙ୍କା ପଡିକି ରହିଛି । ଯେଉଁ ମାର୍ଗରେ ଖର୍ଚ୍ଚ ହେବା କଥା ହୋଇପାରିନାହିଁ । ଅନ୍ୟ କାର୍ଯ୍ୟରେ ଖର୍ଚ୍ଚ ହୋଇଛି । ପୁରୁଣା ସରକାରର ପୂର୍ଣ୍ଣଛେଦ ପଡିସାରିଛି । ନୂଆ କଥା ହେବ । ଷ୍ଟିଲ ଉତ୍ପାଦନରେ ଓଡିଶା ଏକ ନମ୍ବର କାହିଁକି ହୋଇପାରିବ ନାହିଁ । ଏ ବାବଦରେ ତର୍ଜମା କଲେ ଓଡିଶା ସବୁ ଦିଗରେ ଏକ ନମ୍ବର ହୋଇପାରିବ । ବିଜେପି ସରକାର ହିଁ ଏହା କରିପାରିବ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.