ETV Bharat / state

ପରିବାରର 5ଜଣ ଭିନ୍ନକ୍ଷମ; ସରକାରୀ ଯୋଜନାରେ ମିଳୁନି ଘର, ଝାଟିମାଟି କୁଡିଆରେ ବିତୁଛି ଜୀବନ - family deprived government scheme

author img

By ETV Bharat Odisha Team

Published : Aug 1, 2024, 12:30 PM IST

Updated : Aug 1, 2024, 12:40 PM IST

Physically challenged family deprived government scheme: ପରିବାର 5ଜଣ ଭିନ୍ନକ୍ଷମ । କେହି ନାହାନ୍ତି ରୋଜଗାରକ୍ଷମ । ତଥାପି ଅସହାୟ ପରିବାର ପ୍ରତି ପଡିଲାନି ପ୍ରଶାନସର ଦୃଷ୍ଟି । ଆବାସ ଯୋଜନାରୁ ବଞ୍ଚିତ ଭଙ୍ଗା ମାଟି ଘରେ ଜୀବନ କାଟୁଛି ଭିନ୍ନକ୍ଷମ ପରିବାର । ଅଧିକ ପଢନ୍ତୁ

Etv Bharatପରିବାରର 5ଜଣ ଭିନ୍ନକ୍ଷମ; ସରକାରୀ ଯୋଜନାରେ ମିଳୁନି ଘର, ଝାଟିମାଟି କୁଡିଆରେ ବିତୁଛି ଜୀବନ
Etv Bharatପରିବାରର 5ଜଣ ଭିନ୍ନକ୍ଷମ; ସରକାରୀ ଯୋଜନାରେ ମିଳୁନି ଘର, ଝାଟିମାଟି କୁଡିଆରେ ବିତୁଛି ଜୀବନ (ETV BHARAT ODISHA)
FAMILY DEPRIVED GOVERNMENT SCHEME (ETV BHARAT ODISHA)

ବାଲେଶ୍ବର: ଘରେ 6ପ୍ରାଣୀ କୁଟୁମ୍ବ, ହେଲେ ସେମାନଙ୍କ ମଧ୍ୟରୁ 5ଜଣ ଭିନ୍ନକ୍ଷମ । ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି । ପରିବାରରେ କୋହି ରୋଜଗାରକ୍ଷମ ବ୍ୟକ୍ତି ନଥିବା ବେଳେ ସରକାରୀ ସୁବିଧା ସୁଯୋଗ ମଧ୍ୟ ଏମାନଙ୍କ ପାଇଁ ବେଶ ଦୂରରେ । ପ୍ରଶାସନିକ ଉଦାସନୀନତା ପାଇଁ ନା ରାସନକାର୍ଡ ମିଳିଛି, ନା ସରକାରୀ ଯୋଜନାରେ ପକ୍କା ଘର ଖଣ୍ଡେ ମିଳିନି । ଫଳରେ ବର୍ଷା, ଖରା ଓ ଶୀତରେ ମାଟି କୁଡିଆରେ କଟୁଛି ଜୀବନ । ଏହି ଅଭାବୀ ପରିବାରର କାହାଣୀ ହେଉଛି, ବାଲେଶ୍ୱର ଜିଲ୍ଲାର ଅସହାୟ ମହିଳା ଚଞ୍ଚଳା ମଲ୍ଲିକଙ୍କର ।

ଗୋଟିଏ ପରିବାରରେ 5 ଜଣ ଭିନ୍ନକ୍ଷମ:

ଚଞ୍ଚଳାଙ୍କ 3ଝିଅ ଓ ଏକମାତ୍ର ପୁଅ ସନାତନ । ସେମାନଙ୍କ ମଧ୍ୟରୁ ଦୁଇ ଝିଅ ଭିନ୍ନକ୍ଷମ ହୋଇଥିବା ବେଳେ ପୁଅ ସନାତନ ମଧ୍ୟ ଭିନ୍ନକ୍ଷମ । ସ୍ୱାମୀ ବାହାଦୂର ମଲ୍ଲିକଙ୍କ ମୃତ୍ୟୁ ପରେ ଚଞ୍ଚଳା ମାନସିକ ଭିନ୍ନକ୍ଷମ ହୋଇଯାଇଥିଲେ । ପୁଅ ସନାତନ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ଟିକିଲି ଦଳେଇଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ଆୟୁଷ୍ମାନ (5) ଓ ଅଭିଷେକ (3) ମଧ୍ୟ ଜନ୍ମରୁ ଭିନ୍ନକ୍ଷମ । ଏପଟେ ପରିବାର ପ୍ରତିପୋଷଣ ପାଇଁ ସନାତନ ବାଙ୍ଗାଲୋରରେ ଦାଦନ ଖଟୁଛନ୍ତି । ଚଞ୍ଚଳାଙ୍କ ଆଉ ଏକ ଝିଅ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ବିଏ ପାଠପଢି ଘରେ ବସିଛନ୍ତି । ଗାଁରେ ପିଲାମାନଙ୍କୁ ଟିଉସନ କରି ପରିବାରର ପେଟ ପୋଷୁଛନ୍ତି । କିନ୍ତୁ ସେତିକିରେ ଔଷଧ ଖର୍ଚ୍ଚ ଓ ଘର ଚଳାଇବା ଅସମ୍ଭବ ହୋଇପଡୁଛି ।

ଏହା ମଧ୍ୟ ପଢନ୍ତୁ-ବିକାଶ ଆଢ଼ୁଆଳରେ ଟିକରପଡା ପଞ୍ଚାୟତ, ସରକାରୀ ଯୋଜନାରୁ ବଞ୍ଚିତ ଲୋକେ - Lack Of Development In Tribal Area

ଚଞ୍ଚଳାଙ୍କ ଝିଅ ପାର୍ବତୀ ମଲ୍ଲିକ କହିଛନ୍ତି ଯେ," ମୁଁ ଜଣେ ଭିନ୍ନକ୍ଷମ ହୋଇ ବି ବହୁ କଷ୍ଟରେ ‘ବିଏ’ ପାଠ ପଢ଼ିଛି । ଆଉ ପଢିବାକୁ ସମ୍ବଳ ନଥିବାରୁ ପଢି ପାରିନାହିଁ । ଘର ଘର ବୁଲି ଗାଁର ପିଲାମାନଙ୍କୁ ଟିୟୁସନ କରି ଯାହା ଯେତିକି ପଇସା ମିଳୁଛି ସେତିକିରେ ନିଜର ଗୁଜୁରାଣ ମେଣ୍ଟାଉଛି । ସରକାରୀ ସ୍ତରରେ କେବଳ ଭତ୍ତା ଗଣ୍ଡାକ ମିଳୁଛି ଯାହା ଏ ସମୟରେ ସବୁ ଦର ବୃଦ୍ଧି ଯୋଗୁଁ ଚଳିବା ଭାରି କଷ୍ଟସାଧ୍ୟ ହୋଇ ପଡୁଛି । ଏଥିପାଇଁ ସରକାର ଯଦି ମୋ ଉପରେ ଦୃଷ୍ଟି ଦେଇ ମୋତେ ଖଣ୍ଡିଏ ଚାକିରି ଯୋଗାଇ ଦେଇପାରନ୍ତେ, ତେବେ ମୋର ଏବଂ ଆମ ପରିବାରର ଦୁଃଖ ଲାଘବ ହୋଇ ପାରନ୍ତା। ’’

ଆବାସ ଯୋଜନାରୁ ବଞ୍ଚିତ ଗରିବ ପରିବାର:

ବହୁ କଷ୍ଟରେ ଚଳିଥିବା ଏହି ପରିବାର ଉପରେ ବୋଝ ଉପରେ ନଳିତା ବିଡା ସାଜିଛି ଭଙ୍ଗା ଝାଟିମାଟି ଘର । ଗତ ଜୁନ ମାସରେ କାଳଵୈଶାଖୀ ଯୋଗୁଁ ଘର ଉପରେ ଏକ ଗଛ ଉପୁଡି ପଡିଥିଲା । ଏହି ପରିବାରଟି ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଥିଲେ ସତ, କିନ୍ତୁ ଭାଙ୍ଗିଯାଇଥିବା ଘରକୁ ଏପର୍ଯ୍ୟନ୍ତ ସଜାଡୁ ପାରୁନାହାନ୍ତି । ୨୦୧୭-୧୮ ରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନାମ ସହିତ ଯୋଗ୍ୟ ତାଲିକାରେ ଏହି ପରିବାରର ନାମ ରହିଥିଲା । ୨୦୨୩ରେ ଆବାସ ବଣ୍ଟନରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିଥିଲା ବେଳେ ଏହି ପରିଵାର କିନ୍ତୁ ବାଦ ପଡିଥିଲା । ଅନେକ ଦୁଃଖ ମଧ୍ୟରେ ପରିବାର ଚଳୁଥିବା ଵେଳେ ଚଞ୍ଚଳାଙ୍କ ଔଷଧ ଖର୍ଚ୍ଚ ପାଇଁ ଅର୍ଥ ସାଜିଛି ବାଧକ । ମୁଣ୍ଡ ଗୁଞିବା ପାଇଁ ପକ୍କା ଘର ଟିଏ ନଥିଲା ବେଳେ ଘର ଚାରି ପାଖରେ ଅନାବନା ଘାସ ଯୋଗୁଁ ସାପ ,ବେଙ୍ଗର ଭୟ ଚଳିବା ପାଇଁ ଆହୁରି ଭୟଙ୍କର ହୋଇପଡ଼ିଛି । ଏପରି ଅସହାୟ ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଁ ଅନୁରୋଧ:-

ଚଞ୍ଚଳାଙ୍କ ବୋହୂ ଟିକିଲି ଦଳେଇ କହିଛନ୍ତି ," ଘରର ପାଞ୍ଚ ଜଣ ଭିନ୍ନକ୍ଷମ ହୋଇଥିବା ବେଳେ ସ୍ୱାମୀ ମଧ୍ୟ ଭିନ୍ନକ୍ଷମ । ତଥାପି ପରିବାର ବୋଝ ଉଠାଇବା ପାଇଁ ସ୍ୱାମୀ ଆଜି ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଛନ୍ତି । ଭଲ ଘର ଖଣ୍ଡିଏ ନଥିବାରୁ ବର୍ଷା ଦିନରେ ପାଣି ଗଳୁଛି । କେତେବେଳେ ଘରର କାନ୍ଥ ପଡ଼ିଯିବ ସେ ଭୟ ମଧ୍ୟ ଘାରୁଛି । ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ପିଲାମାନଙ୍କୁ ଧରି ବହୁ କଷ୍ଟରେ ଜୀବନ ଯାପନ କରୁଥିବାରୁ ଆମକୁ ସରକାରୀ ସ୍ତରରେ ଘର ଖଣ୍ଡିଏ ଯୋଗାଇ ଦିଆଯାଉ । "

ସରକାର ଦୃଷ୍ଟି ଦେବାକୁ ଅନୁରୋଧ କଲେ ସାମାଜିକ କର୍ମୀ:-

ଅନ୍ୟପଟେ ବାଲେଶ୍ୱର ଜାତୀୟ ମାନବାଧିକାର ସାମୁଖ୍ୟ ସଭାପତି କାହ୍ନୁ ପାକଳ କହିଛନ୍ତି ଯେ,"ଦୁଃଖି ପରିବାର ଉପରେ ଏଯାଏ ସରକାରଙ୍କ ନଜର ପଡ଼ି ପାରୁନାହିଁ । ବହୁ କଷ୍ଟରେ ଏହି ପରିବାର ଚଳୁଥିବା ବେଳେ ଏମାନଙ୍କ ପାଖରେ ସାହା ଭରସା କେହି ନାହାନ୍ତି । ଏଥିପାଇଁ ଏମାନଙ୍କୁ ସ୍ଥାୟୀ ରୋଜଗାର ସ୍ୱରୂପ ପାର୍ବତୀ ମଲ୍ଲିକଙ୍କୁ ଏକ ଚାକିରୀ ଯୋଗାଇ ଦେବା ସହ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ଦେବାର ଆବଶ୍ୟକତା ରହିଛି। " ଏ ବିଷୟରେ ଖଇରା ବିଡ଼ିଓ ଅନନ୍ତ କୁମାର ହାଂସଦାଙ୍କୁ ପଚାରିଵାରୁ ସେ ଏହି ପରିବାର ବିଷୟରେ ଉଚିତ ତଦନ୍ତ କରି ସରକାର ଙ୍କ ନୀତି ନୀୟମ ଅନୁଯାୟୀ ସହଯୋଗ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 1, 2024, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.