ETV Bharat / state

ନିଟ୍‌-ୟୁଜି ପେପର ଲିକ୍‌ ମାମଲା: ଭୁବନେଶ୍ୱରରୁ ଜଣକୁ ଗିରଫ କଲା ପାଟନା CBI - NEET UG Paper Leak Case

NEET UG Paper Leak Case ନିଟ୍‌-ୟୁଜି ପେପର ଲିକ୍‌ରେ ଓଡ଼ିଶା ଯୁବକଙ୍କୁ ଗିରଫ କଲା ପାଟନା ସିବିଆଇ । 5 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି । ଅଧିକ ପଢନ୍ତୁ

NEET UG Paper Leak Case
NEET UG Paper Leak Case (ETV Bharat)
author img

By ETV Bharat Odisha Team

Published : Aug 6, 2024, 1:11 PM IST

ଭୁବନେଶ୍ୱର: ନିଟ୍‌-ୟୁଜି ପେପର ଲିକ୍‌ ମାମଲାରେ ଓଡ଼ିଶା ଲିଙ୍କ୍‌ । ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇ ନେଲା ସିବିଆଇ । ଯୁବକ ଜଣକ ହେଉଛନ୍ତି ବଡଗଡ଼ ଅଞ୍ଚଳର ସୁଶାନ୍ତ ସାମନ୍ତ । ବଡଗଡ ଥାନା ପୋଲିସ ସହାୟତାରେ ଗତ 1 ତାରିଖ ଦିନ ପାଟନା ସିବିଆଇ ଟିମ୍‌ ତାଙ୍କୁ ଗିରଫ କରି ପଚରାଉଚରା କରୁଛି । ଏବେ ଯୁବକଙ୍କ ପରିବାର ଲୋକଙ୍କୁ ସିବିଆଇ ପାଟନା ଡକାଇଥିବା ବରଗଡ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପାଟନା ଡାକରା: ପୋଲିସର ସୂଚନା ମୁତାବକ, ସିବିଆଇ ଉଠାଇ ନେଇଥିବା ଯୁବକ ହେଉଛି ବଡଗଡ ଗ୍ରାମର । ସେ ନିଯୁକ୍ତି କନସଲଟାଣ୍ଟ ଭାବେ କାମ କରେ‌ । ଯୁବକ ଯୁବତୀଙ୍କୁ ଚାକିରି ଦେବାରେ ସହଯୋଗ କରିଥାଏ । ନିଟ୍‌-ୟୁଜି ପେପର ଲିକ୍ କେସରେ ପାଟନା ସିବିଆଇ କିଛି ତଥ୍ୟ ପାଇଁ ତା' ନିକଟରେ ପହଞ୍ଚିଥିଲା । ଗତ 1 ତାରିଖରୁ ସୁଶାନ୍ତକୁ ସିବିଆଇ ଉଠାଇ ନେବା ପରେ ଏବେ ପରିବାର ଲୋକଙ୍କୁ ପାଟନାକୁ ଡକାଇଛି ।

ଏହା ମଧ୍ୟ ପଢନ୍ତୁ-ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ‘NTA’ର ଆବେଦନ ଉପରେ ଜାରି ହେଲା ନୋଟିସ - SC issues notice on NTA

ନିଟ୍‌-ୟୁଜି ପେପର ଲିକ୍‌ରେ ଓଡ଼ିଶା ଲିଙ୍କ୍‌: ନିଟ୍‌-ୟୁଜି ପେପର ଲିକ୍‌ରେ ବଡଗଡ ଯୁବକଙ୍କୁ ସିବିଆଇ ଗିରଫ କରିବା ପରେ ଏହି ମାମଲାରେ ଓଡିଶା ଲିଙ୍କ ସାମ୍ନାକୁ ଆସିଛି । ଏତେ ବଡ଼ ପେପର ଲିକ୍ ଘଟଣାରେ ଗିରଫ ଯୁବକଙ୍କର କ'ଣ ଭୂମିକା ଥିଲା ଓ କିପରି ସେ ଏହି କେସରେ ସମ୍ପୃକ୍ତ ଥିଲା ସେନେଇ ଖୋଳତାଡ କରୁଛି ସିବିଆଇ । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । ସେପଟେ ଆଉ ଜଣେ ଓଡ଼ିଆ ଯୁବକ ମଧ୍ୟ ସିବିଆଇ ସ୍କାନରରେ ରହିଛି । ସେହି ଯୁବକକୁ ସିବିଆଇ ମଧ୍ୟ ଖୋଜୁଥିବା ଜଣାପଡିଛି ।

ସୁଶାନ୍ତଙ୍କୁ 5 ଦିନିକିଆ ରିମାଣ୍ଡରେ ନେଇଛି ସିବିଆଇ: ଗତକାଲି ସୁଶାନ୍ତଙ୍କୁ ପାଟନାର ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାରେ 10 ଦିନ ରିମାଣ୍ଡରେ ନେବାକୁ ସିବିଆଇ ଆବଦେନ କରିଥିଲା । ଏହାପରେ 5 ଦିନ ପାଇଁ ଅନୁମତି ମିଳିବା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ । NEET-UG ପେପର ଲିକ୍ ମାମଲାରେ ପଚରାଉଚରା ପାଇଁ ପାଞ୍ଚ ଜଣ ସିବିଆଇର ହେପାଜତରେ ଅଛନ୍ତି । ପ୍ରମାଣ ସଂଗ୍ରହ ପାଇଁ ତଦନ୍ତରେ AI ଏବଂ ଆଡଭାନ୍ସ ଫୋରେନସିକ୍ ବ୍ୟବହାର କରାଯାଇଛି । ପେପର ଲିକ୍‌ ମାମଲାରେ ବର୍ତ୍ତମାନ ସୁଦ୍ଧା 40 ଜଣଙ୍କୁ ଗିରଫ କରାଯାଇଛି । ପରୀକ୍ଷାରେ ଅନିୟମିତତା ନେଇ ବିଭିନ୍ନ ରାଜ୍ୟରେ 6ଟି ମାମଲା ରୁଜୁ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.