ETV Bharat / state

ବିଧାନସଭା ଆସୁନାହାନ୍ତି ବିରୋଧୀ ଦଳ ନେତା; ବିଜେପି କହିଲା ବିଧାୟକଙ୍କୁ ପୋଡ଼ିୟମ ଉପରେ ଚଢ଼ିବା ଶିଖେଇବେ ନବୀନ, ଜବାବ ରଖିଲା ବିଜେଡି - Naveen absence in Odisha Assembly - NAVEEN ABSENCE IN ODISHA ASSEMBLY

Naveen Patnaiks absence in Odisha Assembly issue: ଘଟଣାରେ ପ୍ରତିକ୍ରିୟା ରଖି, ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି, "ବିରୋଧୀ ଦଳ ନେତାଙ୍କ ଉପରେ ଟିପ୍ପଣୀ ଦେବା ଠିକ ହେବନାହିଁ । ସ୍ୱାସ୍ଥ୍ୟଗତ କାରଣ ହେଉ ଅବା ଅନ୍ୟାନ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ବିଧାନସଭା ଆସିପାରୁନଥିବେ । କିନ୍ତୁ ଆମକୁ ସେ ମାର୍ଗଦର୍ଶନ ଦେଉଛନ୍ତି । ବିରୋଧୀ ଦଳର ଦାୟିତ୍ୱ ଯେମିତି ତୁଲାଇବା କଥା ଆମେ କରୁଛୁ । ଅଧିକ ପଢନ୍ତୁ

Naveen Patnaik absence in Assembly
Naveen Patnaik absence in Assembly (ETV Bharat Odisha)
author img

By ETV Bharat Odisha Team

Published : Aug 27, 2024, 10:34 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଥିବାବେଳେ ଯେମିତି ବିରୋଧୀ ଦଳ ନେତା ଭାବେ ମଧ୍ୟ ସେମିତି । ନିୟମିତ ବିଧାନସଭା ଆସୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଆଭିମୁଖ୍ୟ ନେଇ ବିରୋଧୀ ଓ ଦଳୀୟ ନେତା ଉଠାଇଲେଣି ପ୍ରଶ୍ନ । ଗତ 24 ବର୍ଷ ଧରି ଶାସନ କ୍ଷମତାର ଥିଲା ବିଜେଡି । ଶାସନ ଦାୟିତ୍ୱରେ ଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷ କାର୍ଯ୍ୟ କରିଛନ୍ତି ନବୀନ । ଏବେ ବିଜେଡି ଶାସନ କ୍ଷମତାରୁ ଅପସରି ଯାଇଛି । ନବୀନଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଯାଇଛି । ପୂର୍ବ ଭଳି ସେ ବିଜେଡି ସଭାପତି ରହିଛନ୍ତି । ରାଜ୍ୟର ବିରୋଧୀ ଦଳ ନେତା ଭାବେ ମଧ୍ୟ ସେ ଦାଇତ୍ୱ ତୁଲାଉଛନ୍ତି । ସେବେ ମୁଖ୍ୟମନ୍ତ୍ରୀ ଓ ଏବେ ବିରୋଧୀ ଦଳ ନେତା ଭାବେ ନବୀନଙ୍କ ଆଭିମୁଖ୍ୟ ସମାନ ରହିଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ନିୟମିତ ବିଧାନସଭା ଆସୁନଥିଲେ ନବୀନ । ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନହେଲେ ବିଧାନସଭା ଆସୁନଥିଲେ ନବୀନ । ନିଜର ଦାଇତ୍ୱ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ହସ୍ତାନ୍ତର କରି ବିଧାନସଭାରେ ନବୀନ ଅନୁପସ୍ଥିତ ରହୁଥିଲେ ବୋଲି ଅଭିଯୋଗ ହୁଏ ।

ଏହା ବି ପଢନ୍ତୁ- ସଂରକ୍ଷଣ ଓ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲୁ ; ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ, ବସିଲା ସର୍ବଦଳୀୟ ବୈଠକ - Assembly session

ସେହିପରି ଏବେ ସେ ବିରୋଧୀ ଦଳ ନେତା ଭାବେ ଅଧିକାଂଶ ସମୟରେ ଗୃହରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନର ଆରମ୍ଭ ଦିନ ଗୃହରେ ଉପସ୍ଥିତ ଥିଲେ ନବୀନ । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, "ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୃହକୁ ଆସନ୍ତି ନାହିଁ । ବିରୋଧୀ ଦଳ ନେତା ଭାବେ ଆଜି ମଧ୍ୟ ଗୃହକୁ ଆସୁନାହାନ୍ତି । ସେ ବିଧାୟକଙ୍କୁ ପୋଡ଼ିୟମ ଉପରେ ଚଢ଼ିବା ଶିଖେଇବେ । ବାଚସ୍ପତିଙ୍କୁ ଆସମ୍ମାନ କର । ନୀତି ନିୟମ ନମାନି ମନ ଇଚ୍ଛା କାମ କର । ଓଡ଼ିଶାବାସୀଙ୍କୁ 24 ବର୍ଷ ବୋକା ବନେଇଲେ । ଆଉ ଓଡିଶାବାସୀ ବୋକା ବନିବାକୁ ପ୍ରସ୍ତୁତ ନାହାନ୍ତି ।"

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ନବୀନ ପଟ୍ଟନାୟକ ବିଧାନସଭା ଆସୁନଥିବାରୁ ପ୍ରଶଂସକ ମଧ୍ୟ ତାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବ । ଦେଶ ତଥା ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭା ନଆସି ପାରନ୍ତି । ନିଜ ଦାୟିତ୍ୱ ଅନ୍ୟ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିପାରନ୍ତି । ବିରୋଧୀ ଦଳ ନେତା ହେବା ପରେ ନିଜ ଦାୟିତ୍ୱ ହସ୍ତାନ୍ତର କରି ବିଧାନସଭା ନଆସିଲେ କଟୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ । ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳ ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଥମ ଥର ଲାଗି ବିରୋଧୀ ଦଳ ନେତା ଆସନରେ ବସିଥିବା ନବୀନଙ୍କୁ ରାଜ୍ୟବାସୀ ପରଖୁଛନ୍ତି । ଏହା ସୂଚାରୁ ରୂପରେ କରିନପାରିଲେ ନବୀନଙ୍କ ଲାଗି ଅତ୍ୟନ୍ତ କଠିନ ସମୟ ହେବ ।"

ସେହିପରି ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, "ବର୍ଷାନୁକ୍ରମେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅବକ୍ଷୟ ଘଟୁଛି । ଏହା ଦୁର୍ଭାଗ୍ୟଜନକ । ବିଧାନସଭାର ଉଦେଶ୍ୟ ହେଉଛି ଜନପ୍ରତିନିଧି ଲୋକଙ୍କ କଥା ଗୃହରେ ପ୍ରକାଶ କରିବା । ଗୃହ ବାରମ୍ବାର ଅଚଳ, ମୁଲତବୀ ହେବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶୁଭଙ୍କର ନୁହେଁ । ବିରୋଧୀ ଦଳ ନେତା ହୁଅନ୍ତୁ ଅବା ଗୃହର ନେତା ମୁଖ୍ୟମନ୍ତ୍ରୀ ନିୟମିତ ବିଧାନସଭା ଆସିବା କଥା । ସବୁବେଳେ ଉପସ୍ଥିତ ନହେଲେ ଅନେକ ସମୟରେ ଆସିବାର ଆବଶ୍ୟକତା ରହିଛି । କାରଣ ସେମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯଦି ମୂଳରୁ ବିଧାନସଭାରେ ଅନୁପସ୍ଥିତ ରହିବେ, ଏହାକୁ ଉଲଂଘନ ବୋଲି କହିବା । ବିରୋଧୀ ଦଳ ନେତା ବହୁତ ସମୟ ବିଧାନସଭାରେ ରହୁଛନ୍ତି । ଗୃହକୁ ନଆସିଲେ ମର୍ଯ୍ୟାଦା କ୍ଷୁଣ୍ଣ ହୁଏ ନାହିଁ । ଯଦି ଏ ବାବଦରେ କେହି କହୁଛନ୍ତି, ସେମାନେ ଗୃହ କାର୍ଯ୍ୟ ବାବଦରେ ଅବଗତ ନାହାନ୍ତି । ନୂଆ ହୋଇ ଆସିଛନ୍ତି, ଜାଣିନାହାନ୍ତି । ଆଉ ଥରେ ଅନୁଧ୍ୟାନ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.