ETV Bharat / state

Sambalpur Murder: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ନ୍ୟାୟ ଦାବିରେ ଅଡ଼ି ବସିଲେ ଲୋକେ, ଜଣେ ଗିରଫ - Justice For Victim

author img

By ETV Bharat Odisha Team

Published : Sep 2, 2024, 5:38 PM IST

Sambalpur Rape And Murder Case: ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛିି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଅନ୍ୟପଟେ ନ୍ୟାୟ ସହ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ପୂରା ଖବର ପଢନ୍ତୁ ।

Girl Murder
Girl Murder (ETV Bharat Odisha)

ସମ୍ବଲପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଜଙ୍ଗଲରୁ ଯୁବତୀଙ୍କ ଗଳିତ ଓ ନଗ୍ନ ମୃତଦେହ ଠାବ ହେବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଯୁବତୀଙ୍କ ପରିବାରଲୋକେ ନାକଟି ଦେଉଳ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ପହଞ୍ଚି ବୁଝାସୁଝା କରିଛି ।

Girl Murder (ETV Bharat Odisha)

କ'ଣ ଥିଲା ପୂରା ଘଟଣା:

ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀଙ୍କ ପରିବାରଲୋକେ ନାକଟି ଦେଉଳ ଥାନାରେ ଏହି ଅଭିଯୋଗ କରିଛନ୍ତି । ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଯାଇଥିଲା । ରବିବାର ସକାଳେ ସାହେବୀ ଗାଁ ନିକଟ ଝାରବେଡା ଜଙ୍ଗଲରୁ ଯୁବତୀଙ୍କ ଗଳିତ ଆଉ ନଗ୍ନ ମୃତଦେହ ଠାବ ହୋଇଥିଲା । ଯାହାକୁ ନେଇ ଛେଣ୍ଡିପଦା ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ । ଗତ ରବିବାର ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ରୋକ ଜାରି ରହିଥିଲା ।ଘଟଣାସ୍ଥଳେ ରେଢ଼ାଖୋଲ SDPO ପ୍ରଶାନ୍ତ କୁମାର ମେହେର ପହଞ୍ଚି ବୁଝାସୁଝା କରିଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Haryana Beef Blamed: ଗୋମାଂସ ଖାଇବା ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା! ମୁଖ୍ୟମନ୍ତ୍ରୀ କହିଲେ ତାଙ୍କୁ ରୋକିବ କିଏ - Murder On Eating Beef Suspension

ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଗଳିତ ମୃତଦେହ:

ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣକ ଶୁକ୍ରବାର ଦିନ ପ୍ରାୟ ୧୧ଟା ସମୟରେ ଗାଁ ନିକଟରେ ଥିବା ନାଳକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ତେବେ ନାଳ ନିକଟରୁ ଯୁବତୀଙ୍କ ଚପଲ, ମୋବାଇଲ, ଡ୍ରେସ ସହ ମୋବାଇଲ ଫୋନ ମଧ୍ୟ ପଡିରହିଥିଲା । ପରିବାରଲୋକେ ଏନେଇ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ । ତେବେ ରବିବାର ସକାଳୁ କିଛି ଶ୍ରମିକ ନିକଟସ୍ଥ ଝାରବେଡା ଜଙ୍ଗଲ ନିକଟକୁ ଯାଇଥିବାବେଳେ ଦୁର୍ଗନ୍ଧ ହେଉଥିବା ଜାଣିବାକୁ ପାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...'ମୁଁ ମୋ ମାଆଙ୍କୁ ହତ୍ୟା କରିଛି'; Sorry ମାଆ.., ଜନ୍ମଦାତ୍ରୀକୁ ଗଳାକାଟି ହତ୍ୟା କରିବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା ପୁଅ - Son Killed Mother

ସନ୍ଦିଗ୍ଧ ଯୁବକ ଅଟକ:

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ସାହେବୀ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ପୋଲିସ ଗାଁର ଜଣେ ଯୁବକକୁ ଥାନାରେ ଅଟକ ରଖିଥିବାବେଳେ ଗାଁ ଲୋକେ ମଧ୍ୟ ସେହି ଯୁବକ ଉପରେ ସନ୍ଦେହ କରି ତାକୁ ଲୋକଙ୍କ ସମ୍ମୁଖକୁ ଅଣାଯାଉ ବୋଲି ଦାବି କରି ଛେଣ୍ଡିପଦା ରାସ୍ତା ଅବରୋଧ କରିଥିଲେ, ଯାହା ଗତ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା ।
ଏହା ବି ପଢନ୍ତୁ...Rape Case Verdict: ଡକାୟତି ସହ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ, ଏଭଳି ଦଣ୍ଡ ପାଇଲେ ୨ ଅଭିଯୁକ୍ତ - Two Get Life Term

ନ୍ୟାୟ ଦାବି କଲେ ଗ୍ରାମବାସୀ:
ରେଢ଼ାଖୋଲ SDPO ପ୍ରଶାନ୍ତ ମେହେର କହିଛନ୍ତି ," ସାହେବୀ ଗାଁ ନିକଟ ଝାରବେଡାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ତାର ତଦନ୍ତ ଚାଲିଛି l ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ଡଗ ସ୍କ୍ବାଡ୍ ମଧ୍ୟ ଆସିଛନ୍ତି । ତଦନ୍ତ ଚାଲିଛି । " ଅନ୍ୟପଟେ ଗାଁ ଲୋକେ ସଠିକ ତଦନ୍ତ, ଅପରାଧୀଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ...Bhubaneswar Murder:ନାବାଳକର ନାରକୀୟ କାଣ୍ଡ; ପ୍ରେମରେ କଣ୍ଟା ସାଜିଲେ ଯୁବତୀଙ୍କ ଦାଦା, ଶରୀରରୁ ଅଲଗା କରିଦେଲା ମୁଣ୍ଡ - Minor Boy Killed Lovers Uncle

ଶିଶିର ବେହେରା ଗିରଫ:

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ଅଲବିନଶ କେରକେଟା କହିଛନ୍ତି, "ଏହି ଘଟଣାରେ ସାହେବି ଗାଁର ଗୌରଚନ୍ଦ୍ର ବେହେରାଙ୍କ ପୁଅ ଶିଶିର ବେହେରା ମର୍ଡର କରିଛି ବୋଲି ପ୍ରମାଣ ମିଳିଛି । ତେଣୁ ଶିଶିର ବେହେରାକୁ ଗିରଫ କରାଯାଇଛି । ସେହି ଦିନ ଝିଅଟି ନାଳକୁ ଏକାକି ଗାଧେଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ମଧ୍ୟ ସେଠାକୁ ପହଞ୍ଚି ଥିଲା, ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତ ଯୁବତୀଙ୍କୁ ପିଟିବାରୁ ସେ ପାଣିରେ ପଡି ଯାଇଥିଲା ଓ ସେଠାରେ ତାର ମୃତ୍ୟୁ ହୋଇଥିଲା । ପରେ ସେ ଯୁବତୀର ମୃତଦେହକୁ ରାତିରେ ଜଙ୍ଗଲରେ ଲୁଚେଇଥିଲା । ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ଜଣାପଡ଼ିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.