ETV Bharat / state

ନବ ଦାସ ହତ୍ୟା ମାମଲା, ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ - Naba Das Murder Case - NABA DAS MURDER CASE

Naba Das murder case: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଝାରସୁଗୁଡା ଜିଲ୍ଲା ଦୌରାଜଜ କୋର୍ଟରେ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 12, 2024, 2:28 PM IST

Updated : Apr 12, 2024, 2:42 PM IST

Naba Das murder case: statement of another eyewitness recorded in court

ଝାରସୁଗୁଡା: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି (ଶୁକ୍ରବାର) ଝାରସୁଗୁଡା ଜିଲ୍ଲା ଦୌରାଜଜ କୋର୍ଟରେ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଲମଟିବାହାଲ ଅଞ୍ଚଳର ପ୍ରତ୍ୟକ୍ଷଦର୍ଶୀ ଅମରେନ୍ଦ୍ର ନାଥଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ବାର ଜେଲରୁ ଭିଡିଓ କନଫରେନ୍ସିଂରେ କୋର୍ଟରେ ହାଜର ହୋଇଥିଲା । ଏନେଇ ଅଭିଯୁକ୍ତର ଓକିଲ ନରେଶ ନାଏକ ସୂଚନା ଦେଇଛନ୍ତି । ଗତବର୍ଷ ଜାନୁଆରୀରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି କାରରୁ ଓହ୍ଲାଇବା ସମୟରେ ନବଙ୍କୁ ଖୁବ ଧୁମଧାମରେ ସ୍ୱାଗତ କରାଯିବା ସହ ଫୁଲମାଳ ପିନ୍ଧାଇ ପାଛୋଟି ନିଆଯାଉଥିଲା । ଠିକ୍ ଏହି ସମୟରେ ଫୁଟିଥିଲା ଗୁଳି । ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ଟଳି ପଡିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଏହା ମଧ୍ୟ ପଢନ୍ତୁ: ନବ ଦାସ ହତ୍ୟାକାଣ୍ଡକୁ ପୁରିଲା ବର୍ଷେ: ଢିଲା ତଦନ୍ତ ନେଇ ବିଜେପିର ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି

ଏହା ମଧ୍ୟ ପଢନ୍ତୁ: Naba Das Murder Case: ଓପିଡି ଟିକେଟ୍‌ ଖୋଲିଲା ଗୁମର, ଘଟଣାସ୍ଥଳରେ ହୋଇଛି ମୃତ୍ୟୁ !

ତୁରନ୍ତ ତାଙ୍କୁ ପ୍ରଥମେ ଝାରସୁଗୁଡା ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇ ବିମାନ ବନ୍ଦରରୁ ଗ୍ରୀନ୍ କରିଡର ମଧ୍ୟରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ହେଲେ ନବ ଦାସଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କାହିଁକି ନବଙ୍କୁ ହତ୍ୟା କରିଥିଲା, ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଝାରସୁଗୁଡା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଆଜି ଏହି ହତ୍ୟାକାଣ୍ଡର ୧୦ମ ସାକ୍ଷ୍ୟ ଗ୍ରହଣ ସହ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଭର୍ଚୁଆଲ ମୋଡରେ କୋର୍ଟରେ ହାଜର କରାଯାଇ ପଚରାଉଚୁରା କରାଯାଇଛି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Apr 12, 2024, 2:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.