ETV Bharat / state

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ପୁରସ୍କୃତ ହେଲା ମାଲକାନଗିରି

author img

By ETV Bharat Odisha Team

Published : Feb 15, 2024, 9:40 PM IST

Mukhyamantri Utkrishta Swasthya Seva Award: 'ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପୁରସ୍କାର' ପାଇଲା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ପୁରସ୍କୃତ ହେଲା ମାଲକାନଗିରି
ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପାଇଁ ପୁରସ୍କୃତ ହେଲା ମାଲକାନଗିରି

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ସଫଳତା । ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଭୁବନେଶ୍ବର ସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ସ୍ୱାସ୍ଥ୍ୟସେବା ଅନୁଷ୍ଠାନଙ୍କୁ ୫ଟି ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପୁରସ୍କାର' ପ୍ରଦାନ କରିଛନ୍ତି ।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏସଡିଏଚ୍ ଚିତ୍ରକୋଣ୍ଡାକୁ ୨୦୨୨-୨୩ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ ନନ୍ଦ, ଡେପୁଟି ନର୍ସିଂ ସୁପେରିଟେଣ୍ଡେଣ୍ଟ ରୁକ୍ମଣୀ ନାୟକ ଓ ହସପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡିତ୍ରା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଚିତ୍ରକୋଣ୍ଡା ଏସଡିଏଚ୍ ପାଇଁ ସୁପେରିଟେଣ୍ଡେଣ୍ଟ କ୍ଷୀରୋଦ ଚନ୍ଦ୍ର ମହନ୍ତ, ରାଜେନ୍ଦ୍ର କୁମାର ଦାସ ଓ ସନ୍ତୋଷୀ ସାହା ପୁରସ୍କାର ଗ୍ରହଣ କରିଛନ୍ତି ।

ସେହିପରି ୨୦୨୦-୨୧ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହା ପ୍ରଦାନ କରାଯାଇ ଥିବାବେଳେ ପୂର୍ବତନ ମେଡିକାଲ ଅଧିକାରୀ ଡ଼ା ଶିବ ପ୍ରସାଦ ମହାରଣା, ବିଏଏମ, ଡିଏଚଏଚ୍, ମନୋଜ ନାୟକ ଓ ଆସିଷ୍ଟାଣ୍ଟ ମ୍ୟାନେଜର, କ୍ୱାଲିଟି ଆସୁରାନ୍ସ, ସଚିନ ଦେବ ଗୌଡ ପୁରସ୍କାରଟିକୁ ଗ୍ରହଣ କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କୁଡୁମୁଲୁଗୁମ୍ମା ସିଏଚସିକୁ ଏହି ପୁରସ୍କାର ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ଡିଏମଓ ଏମଏସ ଡ଼ା ଅନିଲ କୁମାର ମିଶ୍ର, ପ୍ରଣବ କିଶୋର ପାଣିଗ୍ରାହୀ ଓ ଅଙ୍କିତ ଜୈନ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଷ୍ଟ୍ରୀୟ ସମ୍ମାନର ସହ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ

ସେହିପରି କୁଡୁମୁଲୁଗୁମ୍ମା ସିଏଚସି ପାଇଁ ମେଡିକାଲ ଅଧିକାରୀ, ଡ଼ା ମହେଶ ପ୍ରସାଦ ପତି, ଡ଼ା ସନ୍ତୋଷ ଷଡ଼ଙ୍ଗୀ ଓ ସଞ୍ଜୟ କୁମାର ପୃଷ୍ଟି ପୁରସ୍କାର ଗ୍ରହଣ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଆଇସିୟୁ ଡ଼ାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ କୋଭିଡ ସମୟରେ ଉଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପୁରସ୍କାର ପ୍ରଦାନ କରିଛନ୍ତି । ଏହି ସଫଳତାରେ ଜିଲ୍ଲାପାଳ ସଚିନ ପାୱାର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏହି ପୁରସ୍କାର ସମସ୍ତ ସ୍ୱାସ୍ଥ୍ୟ ସେବୀମାନଙ୍କୁ ନିଷ୍ଠାପର ଭାବରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରେରଣା ଯୋଗାଇବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ସୂଚନା ଅଧିକାରୀ ପ୍ରମିଳା ମାଝୀ ।

ଇଟିଭି ଭାରତ ,ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.