ETV Bharat / state

କିଶୋରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଜନାକୁ ଗୁରୁତ୍ଵ, ପ୍ରତି କିଶୋରୀ ପିଛା ୨ଟଙ୍କା ବୃଦ୍ଧି

Mukhyamantri Sampoorna Pushti Yojana: ରାଜ୍ୟ ସରକାର କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଜନାକୁ ଗୁରୁତ୍ବ ଦେଇ ଏହାର ବଜେଟକୁ ବୃଦ୍ଧି କରିଛନ୍ତି । ଏହି ପୁଷ୍ଟି ଯୋଜନା ମାଧ୍ୟମରେ ୧୫ ରୁ ୧୯ ବର୍ଷର କିଶୋରୀଙ୍କୁ ଅନ୍ତର୍ଭୁକ୍ତ ଅଛନ୍ତି। ଅଧିକ ପଢନ୍ତୁ

Mukhyamantri Sampoorna Pushti yojana
Mukhyamantri Sampoorna Pushti yojana
author img

By ETV Bharat Odisha Team

Published : Feb 26, 2024, 10:27 PM IST

ଭୁବନେଶ୍ବର: ରାଜ୍ୟ ସରକାର କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଜନାକୁ ଗୁରୁତ୍ବ ଦେଇ ଏହାର ବଜେଟକୁ ବୃଦ୍ଧି କରିଛନ୍ତି । ଏହି ପୁଷ୍ଟି ଯୋଜନା ମାଧ୍ୟମରେ ୧୫ ରୁ ୧୯ ବର୍ଷର କିଶୋରୀଙ୍କୁ ଅନ୍ତର୍ଭୁକ୍ତ ଅଛନ୍ତି। ପୂର୍ବରୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରତି କିଶୋରୀ ପିଛା ଦୈନିକ ୯ ଟଙ୍କା ୫୦ ପଇସା ଖର୍ଚ୍ଚ କରାଯାଉଥିବାବେଳେ ବର୍ତ୍ତମାନ ବୃଦ୍ଧି ହୋଇ ୧୧ ଟଙ୍କା ୫୦ ପଇସା କରାଯାଇଛି। ରାଜ୍ୟର ଦୁର୍ବଳ ତଥା ପଛୁଆ ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ରାଜ୍ୟ ସରକାର କିଶୋରୀମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଜନାକୁ ଗୁରୁତ୍ବ ଦେଇ ଏହାର ବଜେଟ୍‌କୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ୧୫ ରୁ ୧୯ ବର୍ଷର କିଶୋରୀଙ୍କୁ ସ୍ବତନ୍ତ୍ର ପୁଷ୍ଟି ପ୍ୟାକେଜ ପ୍ରଦାନ କରାଯାଉଛି। ପୂର୍ବରୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରତି କିଶୋରୀ ପିଛା ଦୈନିକ ୯ ଟଙ୍କା ୫୦ ପଇସା ଖର୍ଚ୍ଚ କରାଯାଉଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରି ୧୧ ଟଙ୍କା ୫୦ ପଇସା କରାଯାଇଛି । କଞ୍ଚାମାଲ, ସ୍ବୟଂ ସହାୟକ ଗୋଷ୍ଠୀରୁ ଅଙ୍ଗନବାଡିରେ ଖାଦ୍ୟ ସାମଗ୍ରୀ ପହଞ୍ଚିବା ପାଇଁ ପରିବହନ ଖର୍ଚ୍ଚ ଆଦିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାର ବାର୍ଷିକ ୪୨ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଅଧିକ ପଢନ୍ତୁ- ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଏକ ମୁଖ୍ୟ ଉପାଦାନ । ଏଥିରେ ବର୍ଷକୁ ୩୦୦ ଦିନ କିଶୋରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଖାଦ୍ୟ ସାମଗ୍ରୀ ଯୋଗାଉଥିବାବେଳେ ଅଙ୍ଗନବାଡି ମାଧ୍ୟମରେ ଏହାର ବିତରଣ ହୋଇଥାଏ । ଏହି ଯୋଜନାରେ ରାଜ୍ୟର ସମସ୍ତ ୩୩୮ ସମନ୍ବିତ ଶିଶୁ ବିକାଶ ସେବା ସାମିଲ ଅଛନ୍ତି । ରାଜ୍ୟ ସରକାରଙ୍କର ୫-ଟି ଉପକ୍ରମର ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟର ଦୁର୍ବଳ ତଥା ପଛୁଆ ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟର କିଶୋରୀ (୧୫-୧୯ ବର୍ଷ), ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା ଏବଂ ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ୨୦୨୭-୨୮ ଯାଏଁ ପ୍ରାୟ ୩୩୫୪.୪୦ କୋଟି ଟଙ୍କା ବ୍ୟୟବରାଦରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ଯୋଜନାକୁ ସଫଳ ରୂପାୟନ ପ୍ରଦାନ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.