ETV Bharat / state

ମା’-ପୁଅଙ୍କର ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Feb 20, 2024, 10:31 PM IST

Mother and Son Dead Bodies Found: ଘରୁ ମିଳିଲା ମୃତ ଦେହ । ମା’ ଏବଂ ପୁଅଙ୍କର ସନ୍ଦେହଜନକ ଭାବରେ ହୋଇଛି ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଘଟିଛି ଏହିଭଳି ଏକ ଆଶ୍ଚଯ୍ୟ ଜନକ ଘଟଣା । ଅଧିକ ପଢ଼ନ୍ତୁ,

ମା’-ପୁଅଙ୍କର ସନ୍ଦେହଜନକ ମୃତ୍ୟୁ
ମା’-ପୁଅଙ୍କର ସନ୍ଦେହଜନକ ମୃତ୍ୟୁ
ମା’-ପୁଅଙ୍କର ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ଘରୁ ମିଳିଲା ମୃତ ଦେହ । ମା’ ଏବଂ ପୁଅଙ୍କର ସନ୍ଦେହଜନକ ଭାବରେ ହୋଇଛି ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ଘଟିଛି ଏହିଭଳି ଏକ ଆଶ୍ଚଯ୍ୟ ଜନକ ଘଟଣା । ତେବେ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ରହ୍ମପୁରର ଚୁଡିଆଲାଞ୍ଜି ଗ୍ରାମରେ ମା’ ପୁଅ ଦୁଇ ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ନେଇ ମୃତକ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ଦୁଇ ଜଣ ଗ୍ରାମର ଦାଲି. ମୋହନ ରାଓଙ୍କ ଧର୍ମପତ୍ନୀ ୨୮ ବର୍ଷୀୟ ଦାଲି. ନି ଲାବେଣି ଓ ସାତ ବର୍ଷର ତାଙ୍କ ସାନ ପୁଅ ଦାଲି. ରିତିକ୍ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭଳି ଉଭୟ ମା’ ଓ ପୁଅ ଘର ଭିତରେ ଶୋଇଥିଲେ । ହେଲେ ସକାଳ ସମୟରେ ଘରର କବାଟ ବହୁ ସମୟ ଧରି ବନ୍ଦ ରହିଥିବା ଦେଖି ମହିଳାଙ୍କ ଶାଶୁ ଭିତରକୁ ଯାଇଥିଲେ । ହେଲେ ଉଭୟ ମା’ ଓ ପୁଅ ଘରର ସେଜରେ ପଡ଼ି ରହିଥିବା ସହ ଉଭୟଙ୍କ ମୁହଁରେ ରକ୍ତ ଦେଖିବାକୁ ମିଳିଲା । ମୃତକଙ୍କ ଶାଶୁ ଘର ବାହାରକୁ ଆସି ଆଖପାଖ ଲୋକଙ୍କୁ ଜଣାଇଥିବା ବେଳେ ଗ୍ରାମବାସୀ ଜରଡା ଥାନାକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପରେ ପୋଲିସ ଏହାକୁ ନେଇ ବିଭିନ୍ନ ଦିଗରୁ ଏହାର ତଦନ୍ତ ଆରମ୍ଭ କରିଛି। ସେପଟେ ଦୁହିଁଙ୍କ ମୃତଦେହକୁ ବ୍ରହ୍ମପୁର ଠାରେ ବ୍ୟବଚ୍ଛେଦ କରାଯିବା ପାଇଁ ପଠାଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହାକୁ ନେଇ ଅଧିକ ତଥ୍ୟ ମିଳିବ ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ କହିଛନ୍ତି । ମୃତ ମହିଳାଙ୍କ ସ୍ଵାମୀ ଦାଲି ମୋହନ ବାହାର ଦେଶରେ ଗୋଟିଏ ଘରୋଇ କମ୍ପାନୀରେ ଦାଦନ ଖଟିବାକୁ ଯାଇଥିବା ବେଳେ ମହିଳା ଜଣକ ଗ୍ରାମରେ ରହିଥିବା ନିଜ ଘରେ ସାନ ପୁଅ ସହିତ ରହି ଆସୁଥିଲେ । ସେପଟେ ତାଙ୍କ ବଡ଼ପୁଅ ଡି.ବିନୋଦ ଆନ୍ଧ୍ରରେ ହଷ୍ଟେଲରେ ରହି ଅଧ୍ୟୟନ କରୁଛି । ଏପରି ସନ୍ଦେହଜନକ ମୃତ୍ୟୁ ପରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.