ETV Bharat / state

ଭୁବନେଶ୍ବରରେ ପହଞ୍ଚିଲା ଭି.ସୁଜ୍ଞାନ କୁମାରୀ ଦେଓ ପାର୍ଥିବ ଶରୀର

author img

By ETV Bharat Odisha Team

Published : Feb 10, 2024, 10:47 PM IST

BJD Leader Pays Tribute: ଭୁବନେଶ୍ବରରେ ପହଞ୍ଚିଛି ରାଣୀ ମା' ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଦଳୀୟ କର୍ମୀ ଓ ଅଞ୍ଚଳବାସୀ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ବାଚସ୍ପତି ଏହି ପ୍ରଖ୍ୟାତ ରାଜନୀତିଜ୍ଞଙ୍କ ମର ଶରୀରର ଶେଷ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଞ୍ଚିଲା ଭି. ସୁଜ୍ଞାନ କୁମାରୀ ଦେଓ ପାର୍ଥିବ ଶରୀର

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଛି ରାଣୀ ମା' ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଦଳୀୟ କର୍ମୀ ଓ ଅଞ୍ଚଳବାସୀ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ଓ ବିଧାନସଭାରେ ବାଚସ୍ପତି ଏହି ପ୍ରଖ୍ୟାତ ରାଜନୀତିଜ୍ଞଙ୍କ ମର ଶରୀରର ଶେଷ ଦର୍ଶନ କରିଛନ୍ତି । ଭାବପ୍ରବଣତାର ପରିବେଶରେ ମୃତଦେହ ଖଲ୍ଲିକୋଟ ଅଭିମୁଖେ ଯାତ୍ରା କରିଛି ।

ଅଧିକ ପଢନ୍ତୁ: ଝୁରୁଛି ରାଜବାଟୀ: ଶୋକରେ ରାଜ୍ୟବାସୀ, କାଲି ଶେଷକୃତ୍ୟ

ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି । ମରଶରୀର ଏୟାରପୋର୍ଟରେ ପହଞ୍ଚିବା ପରେ ଶେଷ ଶୋଭାଯାତ୍ରାରେ ବାହାରିଛନ୍ତି ରାଣୀ ମାଆ । ବିମାନ ବନ୍ଦରରେ ତାଙ୍କ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ । ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିଛନ୍ତି । ଦଳୀୟ ନେତା ଓ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଜେଡିର ବହୁ ମନ୍ତ୍ରୀ ବିଧାୟକ ଓ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶଙ୍ଖ ଭବନରୁ ଦୀର୍ଘ ଦିନ ଧରି ତାଙ୍କ କର୍ମ ଭୂମି ଥିବା ବିଧାନସଭା ପରିସରକୁ ନିଆଯାଇଥିଲା । ସେଠାରେ ବାଚସ୍ପତି ପ୍ରମିଳା ମଲ୍ଲିକ ଶେଷ ଦର୍ଶନ କରିଛନ୍ତି । ବାଚସ୍ପତି ଶ୍ରଦ୍ଧାଞ୍ଜଳି ଦେବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି । ପରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଭିନ୍ନ ଦଳର ବିଧାୟକ ଓ ନେତାମାନେ ଶେଷ ଦର୍ଶନ କରିଛନ୍ତି । ବିମାନ ବନ୍ଦର, ଶଙ୍ଖ ଭବନ ଓ ବିଧାନସଭାରେ ଭାବାବେଗ ଚିତ୍ର ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ- ଆରପାରିରେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

ଶେଷରେ ରାଣୀ ମାଙ୍କ ପାର୍ଥିବ ଶରୀର ତାଙ୍କ କର୍ମଭୂମି ଖଲ୍ଲିକୋଟ ଅଭିମୁଖେ ନିଆଯାଇଛି । ସାଧାରଣ ଜନତାଙ୍କ ଦର୍ଶନ ତାଙ୍କ ପାର୍ଥିବ ଶରୀର ରାଜବାଟୀ ପରିସରରେ ରଖାଯିବ । ପରେ ଅପରାହ୍ନରେ ରାଜପରିବାର ଶ୍ମଶାନରେ ରୀତିନୀତି ସହିତ ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟଯେ ବୟାସାଧିକ ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ଚେନ୍ନାଇରେ ରହୁଥିଲେ ରାଣୀ । ଗତକାଲି ତାଙ୍କ ଅସୁସ୍ଥତା ଖବର ପାଇ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ସଂଧ୍ୟାରେ ଚେନ୍ନାଇ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସମେତ ବରିଷ୍ଠ ବିଜେଡି ନେତା । ସେଠାର ମୁଖ୍ୟମନ୍ତ୍ରୀ ତାଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଡାକ୍ତରଙ୍କ ସହ ଆଲୋଚନା କରି ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ । ହେଲେ ରାତି 12 ଟା 44 ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଣୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.