ETV Bharat / state

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ - Monideepa sarkhel

author img

By ETV Bharat Odisha Team

Published : Apr 6, 2024, 7:46 AM IST

Biju Sramika Samukhya: ମୋନିଦୀପା ସର୍ଖେଲଙ୍କୁ ମିଳିଛି ନୂଆ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ଦେଲା ବିଜେଡି । ଅଧିକ ପଢନ୍ତୁ

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ

ଭୁବନେଶ୍ବର: ନିକଟରେ ବିଜେଡିରେ ସାମିଲ ହୋଇଥିବା ମୋନିଦୀପା ସର୍ଖେଲଙ୍କୁ ମିଳିଛି ନୂଆ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ମୋନିଦୀପା । ଏନେଇ ଗତକାଲି(ଶୁକ୍ରବାର) ବିଜେଡି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କଂଗ୍ରେସର ପୂର୍ବତନ ନେତା ବାପି ସର୍ଖେଲଙ୍କ ପତ୍ନୀ ହେଉଛନ୍ତି ମୋନିଦୀପା ସର୍ଖେଲ । ଗତ ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ ।

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପା ସର୍ଖେଲଙ୍କୁ ଦାୟିତ୍ଵ ଦେଇଛି ବିଜେଡି । ଦୀର୍ଘ ଦିନର ନୀରବତା ପରେ ରାଜନୈତିକ ମୈଦାନକୁ ଗୋଡ଼ କାଢିଛନ୍ତି ମୋନିଦୀପା । ବିଜେଡିରେ ଯୋଗ ଦେବା ପରେ ସେ ପାରାଦ୍ବୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ । ମୋନିଦୀପାଙ୍କ ସମର୍ଥନରେ ଜିତିଥିବା ସ୍ବାଧୀନ କାଉନସିଲର ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ପାରାଦ୍ବୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି ମୋନିଦୀପା ସର୍ଖେଲ ।

ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସମସ୍ତେ ଟିକେଟ ଆଶାରେ ରହିଛନ୍ତି । ଶ୍ରମିକ ନେତା ବାପି ସର୍ଖେଲ ପାରାଦୀପ ଅଞ୍ଚଳରେ ଜଣେ ଦୃଢ଼ ସଂଗଠକ । ବାପି ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ବାପି ପୂର୍ବରୁ ପାରାଦ୍ବୀପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଗତ ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ......ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ରାଉରକେଲାରୁ ପୁଣି ସାରଦା - BJD Assembly Candidates

ଏହା ମଧ୍ୟ ପଢନ୍ତୁ......ଲୋକସଭାରେ ମହିଳାଙ୍କୁ ଟିକେଟ: ଆଗରେ ବିଜେଡି, ପଛରେ ପଡ଼ିଗଲେ ବିଜେପି ଓ କଂଗ୍ରେସ - Women Candidates For Loksabha Polls

ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ବିପକ୍ଷରେ ୨୦୯୯୨ ଭୋଟ ବ୍ୟବଧାନରେ ହାରିଥିଲେ ବାପି । ସମ୍ବିତଙ୍କୁ ୬୯୮୭୧ ଭୋଟ ମିଳିଥିଲା । ବାପିଙ୍କୁ ୪୮୮୭୯ ଭୋଟ ମିଳିଥିଲା । ସେପଟେ ବିଜେଡ଼ି ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ପାରାଦ୍ବୀପ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.