ETV Bharat / state

ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି: ମୋଦି - PM Modi Berhampur Rally - PM MODI BERHAMPUR RALLY

PM Modi Berhampur Rally: ବ୍ରହ୍ମପୁର ଜନସଭାରେ ଉପସ୍ଥିତ ଜନତାଙ୍କଠାରୁ ଚିତ୍ରକଳା, ଫଟୋ ସଂଗ୍ରହ କଲେ ମୋଦି । କହିଲେ ଫଟୋ ପଛରେ ଠିକଣା ଲେଖ, ମୁଁ ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି । ଅଧିକ ପଢନ୍ତୁ

PM Modi Berhampur Rally
PM Modi Berhampur Rally (Photo- ETV Bharat Odisha)
author img

By ETV Bharat Odisha Team

Published : May 6, 2024, 10:03 PM IST

ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି: ମୋଦି (ETV Bharat Odisha)

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବେଳେ କନିଷି ଠାରେ ଜମିଥିଲା ଖଚାଖଚ ଭିଡ । ସମସ୍ତେ ମୋଦିଙ୍କ ଭାଷଣରେ ମଜି ଯାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଥିଲେ । ଏହି ସମୟରେ ହଠାତ ମୋଦିଙ୍କ ଆଖି କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଉପରେ ଲାଖି ଯାଇଥିଲା । ସଭାସ୍ଥଳରେ ଉପସ୍ଥିତ ଥିବା ବିଦ୍ୟାର୍ଥୀ, ମହିଳାଙ୍କଠାରୁ ଚିତ୍ରକଳା, ଫଟୋ ସଂଗ୍ରହ କରିବାକୁ ଏସପିଜି ଟିମକୁ ମୋଦି କହିଥିଲେ । ଏହାପରେ ଜନତାଙ୍କୁ ସମ୍ବୋଧନ କରି ମୋଦି କହିଥିଲେ ' ମୁଁ ଆପଣଙ୍କ ହୃଦୟରେ ଅଛି, ଆପଣଙ୍କୁ ଓଡ଼ିଆରେ ଚିଠି ଲେଖିବି' ।

ଏହା ବି ପଢନ୍ତୁ- ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ'

ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୋଦିଙ୍କ ରାଜ୍ୟରେ ଏହା ପ୍ରଥମ ନିର୍ବାଚନୀ ସାଧାରଣ ସଭା ଥିଲା । ପ୍ରଧାନମନ୍ତ୍ରୀ ଜନସଭାରେ ଭାଷଣ ଦେଉଥିବା ସମୟରେ ହଠାତ ନଜର ପଡିଯାଇଥିଲା ସଭାରେ ଉପସ୍ଥିତ ରହିଥିବା ଜନତାଙ୍କ ଉପରେ । ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ମହିଳାମାନେ ପ୍ରସ୍ତୁତ କରି ଆଣିଥିବା ମୋଦି ଫଟୋ ସମେତ ମୋଦି ଏବଂ ତାଙ୍କ ମା'ଙ୍କ କେତେକ ଫଟୋ ଉପରେ ମୋଦିଙ୍କ ଆଖି ଲାଖିଯାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ସଭା ମଞ୍ଚ ତଳେ ଉପସ୍ଥିତ ରହିଥିବା ଏସ.ପି.ଜିମାନଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଚିତ୍ରକଳା ପ୍ରସ୍ତୁତ କରି ଆଣିଥିବା ଛୋଟ ଛୋଟ ଶିଶୁଙ୍କଠାରୁ ତାହାକୁ ସଂଗ୍ରହ କରି ଆଣିବାକୁ କହିଥିଲେ ।

ଏହା ବି ପଢନ୍ତୁ- ବ୍ରହ୍ମପୁରକୁ ମୋଦିଙ୍କ ପ୍ରଥମ ଗସ୍ତ, ଜାଣନ୍ତୁ ମେନ୍ୟୁରେ କଣ ଥିଲା..

ଏଭଳି ଫଟୋ ନେଇ ଆସିଥିବା ବ୍ୟକ୍ତି ବିଶେଷମାନେ ସେହି ଫଟୋର ପଛ ପାର୍ଶ୍ବରେ ନିଜର ନାମ ଓ ଠିକଣା ଲେଖିବାକୁ ମୋଦି ସେମାନଙ୍କୁ କହିଥିଲେ । ସେ ଏହାକୁ ପାଇବା ପରେ ଚିଠି ଲେଖିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ଏପରିକି ଏହାକୁ ଦେଖି ଓଡ଼ିଶାକୁ କଳାକାରଙ୍କ ଧାମ ବୋଲି କହିବା ସହିତ କଳାକାରଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ମୋଦି କହିଥିଲେ, "ଆପଣମାନଙ୍କ ଭଲ ପାଇବା ମୋ ପାଇଁ ସବୁଠାରୁ ବଡ ପୁଞ୍ଜି । ସମସ୍ତେ ଠିକଣା ଲେଖିଦେଲେ ଚିଠି ଲେଖିବି ।" ଓଡ଼ିଆରେ ଚିଠି ଲେଖିବେ ବୋଲି ଦୃଢକ୍ତି ପ୍ରକାଶ କରି କହିବା ସହିତ 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ ପରି ନୁହେଁ.. ମୁଁ ତ ଆପଣଙ୍କ ହୃଦୟରେ ଅଛି, ମୋ ଉପରେ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି' ବୋଲି ମୋଦି କହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.