ETV Bharat / state

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ - Ranendra Pratap pro tem speaker

author img

By ETV Bharat Odisha Team

Published : Jun 14, 2024, 12:37 PM IST

Updated : Jun 14, 2024, 1:11 PM IST

Ranendra Pratap Swain takes oath as pro tem speaker: କାମଚଳା ବାଚସ୍ପତି ହେଲେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ଅଧିକ ପଢନ୍ତୁ

Ranendra Pratap Swain
Ranendra Pratap Swain (ETV BHARAT ODISHA)

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ରାଜଭବନରେ ରଣେନ୍ଦ୍ର ପ୍ରତାପଙ୍କୁ ବାଚସ୍ପତି ଭାବେ ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ । ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଦେଲେ ଧନ୍ୟବାଦ। । ଆସନ୍ତା ଜୁନ 18 ଓ 19 ତାରିଖରେ ବିଧାନସଭାରେ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଇବେ ରଣେନ୍ଦ୍ର । ଆସନ୍ତା 20 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଥିବା ବେଳେ ନୂଆ ବାଚସ୍ପତି ନିର୍ବାଚିତ ହୋଇନାହାନ୍ତି । ତେଣୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-୨୦ରେ ବାଚସ୍ପତି ନିର୍ବାଚନ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି - PRO TEM SPEAKER RANENDRA SWAIN

ଆଜି ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ । ଶପଥ ଗ୍ରହଣ ପରେ ରଣେନ୍ଦ୍ର କହିଛନ୍ତି, '' ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ବିଧାୟକ ବିଧାୟିକାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଆଜି ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛି । ନବନିର୍ବାଚିତ ବିଧାୟକଙ୍କୁ ମୁଁ ଶପଥ ପାଠ କରାଇବି ଓ ବାଚସ୍ପତି ନିର୍ବାଚନ ପରଚାଳନା କରିବି । ବିଧାନସଭାରେ ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇବାକୁ ମୋତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରସ୍ତାବ ଆସିଥିଲା । ରାଜ୍ୟପାଳ ମୋତେ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି । ''

ରଣେନ୍ଦ୍ର ପ୍ରତାପ 8ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଆଠଗଡ ବିଧାନସଭା ଆସନରେ ସେ ବାଜିମାତ କରିଥିଲେ । ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଭୟ କୁମାର ବାରିକଙ୍କୁ 35 ଶହରୁ ଉର୍ଦ୍ଧ୍ବ ଖଣ୍ଡ ଭୋଟରେ ପରାଜୟ କରି ଏହି ବିଜୟ ହାସଲ କରିଥିଲେ । ନିର୍ବାଚନୀ ଫଳାଫଳ ସମୟରେ ଚାରିଆଡେ ଏକାଧିକ ଆସନରେ ପଦ୍ମ ଫୁଟିଥିବା ବେଳେ ଆଠଗଡରେ ଶୁଭିଥିଲା ଶଙ୍ଖନାଦ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 14, 2024, 1:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.