ETV Bharat / state

ଜବରଦଖଲ ଉଚ୍ଛେଦକୁ କଡ଼ା ବିରୋଧ,ମୁହାଁମୁହିଁ ହେଲେ ବିଧାୟକ ଓ ରେଳବାଇ ଅଧିକାରୀ - foreclosure eviction in Kantabanji

author img

By ETV Bharat Odisha Team

Published : Jun 28, 2024, 9:29 PM IST

FORECLOSURE EVICTION ISSUE:ଲୋକଙ୍କ ପାଇଁ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବା ଦାବିରେ ରେଳ କର୍ମଚାରୀଙ୍କ ଉପରେ ବର୍ଷିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । କହିଲେ ବିଜେପି ରାଜ୍ୟରେ ଅଫିସର ରାଜ ଚାଲିବାକୁ ଦିଆଯିବ ନାହିଁ । ଅଧିକ ପଢନ୍ତୁ

FORECLOSURE EVICTION IN KANTABANJI
FORECLOSURE EVICTION IN KANTABANJI (ETV Bharat Odisha)

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଜବରଦଖଲ ଉଚ୍ଛେଦବେଳେ ରେଳ ଅଧିକାରୀଙ୍କ ସହ ମୁହାଁମୁହିଁ ହେଲେ ବିଧାୟକ । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ପାଇଁ କଲେ ଦାବି । ବିଜେପି ସରକାରରେ ଆଉ ଅଫିସର ରାଜ ଚାଲିବାକୁ ଦିଆଯିବ ନାହିଁ ବୋଲି କହିଲେ ବିଧାୟକ ଲକ୍ଷ୍ମଣ ବାଗ ।

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଗତକାଲି (ଗୁରୁବାର) ଦିନ ରେଳ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ବେଳେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ଓ ରେଳ ଅଧିକାରୀ । ଗରିବ ଲୋକଙ୍କ ପାଇଁ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବା ଦାବି ନେଇ ରେଳ କର୍ମଚାରୀଙ୍କ ଉପରେ ବର୍ଷିଲେ ବିଧାୟକ । କହିଲେ ଜଣେ ଅଫିସରଙ୍କ ଏଭଳି ପଦକ୍ଷେପ ଯୋଗୁଁ ଏଭଳି ପରିସ୍ଥିତି ହୋଇଛି । ବିଜେପି ରାଜରେ ଅଫିସର ରାଜ୍ୟ ଚାଲିବାକୁ ଦିଆଯିବ ନାହିଁ ।

ରେଳ ବିଭାଗ ପକ୍ଷରୁ ରେଳ ଜମି ଦଖଲ କରି ରହିଥିବା 44 ପରିବାରଙ୍କ ଘର ଉଚ୍ଛେଦ ଆରମ୍ଭ କରିଥିଲା ବିଭାଗ । ତେବେ ଏହାର ଖବର ପାଇଁ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ଘଟଣା ସ୍ଥଳକୁ ପହଞ୍ଚି ଥିଲେ । ଏବଂ ଉଚ୍ଛେଦକୁ ତୀବ୍ର ବିରୋଧ କରିଥିଲେ । ଯେଉଁଥିରେ ସେ ଏହି 44 ଜଣ ଗରିବ ଭୂମିହୀନ ପରିବାରକୁ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯାଉ ବୋଲି ଦାବି କରିଥିଲେ । ସେପଟେ ରେଳ ଅଧିକାରୀ ଏହାକୁ ଅସ୍ବୀକାର କରିବାରୁ ସେଠି ଅପ୍ରୀତିକର ପରିସ୍ଥିତି ଉପୁଜି ଥିଲା । ବିଧାୟକ ଲକ୍ଷ୍ମଣ ବାଗ ରେଳ ଅଧିକାରୀଙ୍କ ଉପରେ ଖୁବ ବର୍ଷିବା ସହ ଉଚ୍ଛେଦ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ସେ କହିଥିଲେ ।

ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଳ ବିଭାଗ ଦ୍ଵାରା ଏଠି ରେଳ ବିକାଶ ମୂଳକ କାମ ପାଇଁ ରେଳ ବିଭାଗ ଜବର ଦଖଲ ଥିବା ଜମି ଉଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲା । ତେବେ କିଛି ଦିନ ପୂର୍ବରୁ ଏହା ପାଇଁ ଜବଲ ଦଖଲକାରୀଙ୍କୁ ନୋଟିସ ମଧ୍ୟ ଦିଆଯାଇଥିଲା । ହେଲେ ଏଠି ଜବରଦଖଲରେ ଦୀର୍ଘ 20 ବର୍ଷରୁ ରହୁଥିବା ଗରିବ ଲୋକେ ବର୍ଷା ମାସରେ କୁଆଡେ ସେମାନେ ଯିବେ ତେଣୁ ତାଙ୍କୁ କିଛି ସମୟ ଦିଆ ଯାଉ ବୋଲି ଦାବି କରିଥିଲେ । ଏହାକୁ ରେଳ ବିଭାଗ ଖାତିର ନ କରି ଉଚ୍ଛେଦ ଆରମ୍ଭ କରିଥଲେ । ଲୋକଙ୍କ ପାଇଁ ସ୍ଥାନୀୟ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ଘଟଣା ସ୍ଥଳରେ ପହଞ୍ଚି ରେଳ କର୍ମଚାରୀ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ତାଙ୍କର ହସ୍ତକ୍ଷେପ ପରେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଛି ।

ଏହା ମଧ୍ୟ ପଢନ୍ତୁ .....ବଦଳିବ ମେକ୍‌ ଇନ୍‌ ଓଡ଼ିଶା ନାଁ ! ସଙ୍କେତ ଦେଲେ ମନ୍ତ୍ରୀ - Make in Odisha name will be changed

ସେପଟେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି ଯେ, ଏଠି ଦୀର୍ଘ ବର୍ଷରୁ ବାସହୀନ ଗରିବ 44ଟି ପରିବାର ଚାଳ ଛପର ଘର କରି ରହି ଆସୁଛନ୍ତି । ରେଳ ବିଭାଗର ବିକାଶ ମୂଳକ କାମ ପାଇଁ ସେମାନଙ୍କୁ ଉଚ୍ଛେଦ ନୋଟିସ ଦିଆ ଯାଇଥିଲା । ଯାହାକୁ ନେଇ ସେମାନେ କଣ୍ଟାବାଞ୍ଜି ଏନଏସିରେ ଏକ ବୈଠକ କରିଥିଲେ । ଏଠି ଉପସ୍ଥିତ ଥିବା ରେଳ ଅଧିକାରୀ ପ୍ରଶାସନ ସହିତ ଏମାନେ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ପାଇଁ ଦାବି କରିଥିଲେ । ଏପରିକି ତାକୁ ନେଇ ସହମତ ମଧ୍ୟ ହୋଇଥିଲା । ହେଲେ ତାକୁ ଅଣଦେଖା କରି ବିଭାଗର ଜଣେ ଅଧିକାରୀ ଏଭଳି ଅମାନବୀୟ ପଦକ୍ଷେପ ନେଇଛନ୍ତି ।ଯାହାଦ୍ବାରା ବିଜେପି ସରକାର ବଦନାମ ହେଉଛି । ସେପଟେ ବର୍ତ୍ତମାନ ସରକାର ସମସ୍ତ ଗରିବ ପରିବାରକୁ ଆଗାମୀ 15 ଦିନରେ ଥଇଥାନ କରା ହେବ ବୋଲି ସେ କହିଛନ୍ତି । ସେହିପରି ବିଜେପି ଶାସନରେ ଅଫିସର ରାଜ ଚାଲିବ ନାହିଁ ବୋଲି କହିଛନ୍ତି ସେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.