ETV Bharat / state

ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ ଆଜୀବନ ସଜ୍ଜା - Teacher Raped Minor Girl

Accused Sentenced To Lifetime Imprisonment: ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ 20 ବର୍ଷ ସଜ୍ଜା । ପାଠ ପଢାଇବା ବାହାନାରେ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ଶିକ୍ଷକ । ଅଧିକ ପଢନ୍ତୁ

ଦୁଷ୍କର୍ମ ଘଟଣାରେ ସଜ୍ଜା
ଦୁଷ୍କର୍ମ ଘଟଣାରେ ସଜ୍ଜା
author img

By ETV Bharat Odisha Team

Published : Feb 29, 2024, 10:07 PM IST

ଜଗତସିଂହପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସଜ୍ଜା । ଟ୍ୟୁସନ ଶିକ୍ଷକଙ୍କୁ 20 ବର୍ଷ ସଜ୍ଜା ଶୁଣାଇଲେ ଜଗତସିଂହପୁର ଫାଷ୍ଟ ଟ୍ରାକ୍ କୋର୍ଟ। ଅଭିଯୁକ୍ତ ଶିକ୍ଷକଙ୍କୁ 20 ବର୍ଷ କାରାଦଣ୍ଡାଦେଶ ସହିତ 40 ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଶତ୍ରୁଘ୍ନ ରାଉତଙ୍କ ପୁଅ ଶରତ ରାଉତ ନିଜ ଘରେ ଟ୍ୟୁସନ କରିଆସୁଥିଲେ। ଆଖପାଖ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ ଶରତ । ସେହିପରି ପୀଡ଼ିତାଙ୍କ ପରିବାର ଲୋକେ ମଧ୍ୟ ଝିଅକୁ ଶରତ ରାଉତଙ୍କ ପାଖରେ ପାଠ ପଢିବାକୁ ଛାଡିଥିଲେ ।

ହେଲେ ନାବାଳିକା ଜକ ଉପରେ ଶରତର ଲୋଲୁପ ଦୃଷ୍ଟି ପଡିଥିଲା। ଟିଉସନ ଛୁଟି ହେବାପରେ ମଧ୍ୟ ଶରତ ସମ୍ପୃକ୍ତ ନାବାଳିକାକୁ ଅଟକାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲା ଅଭିଯୁକ୍ତ ଶରତ। ଏକାଧିକ ଥର ଦୁଷ୍କର୍ମ ପରେ ପୀଡ଼ିତା ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା । ଅଭିଯୁକ୍ତ ଶରତ ଏହି ଖବର ଜାଣିବା ପରେ ଫେରାର ହୋଇ ଯାଇଥିଲା। ସେପଟେ ଲୋକଲଜ୍ଜା ଭୟରେ ପୀଡିତା ଜଣଙ୍କ ମାମୁଁ ଘରକୁ ଯିବା ନାଁରେ ଘରୁ ବାହାରି ଯାଇ ତାଳଦଣ୍ଡା ନିକଟ ମହାନଦୀ ପୋଲ ଉପରୁ ନଦୀକୁ ଡେଇଁପଡିଥିଲେ।

ଏହା ମଧ୍ୟ ପଢନ୍ତୁ...ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀକୁ ଆଜୀବନ କାରାଦଣ୍ଡ

ମହାନଦୀରେ କେତେକ ମତ୍ସଜୀବୀ ନାବାଳିକାକୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ପୀଡିତାଙ୍କ ପରିବାର ପହଞ୍ଚିବା ପରେ ସେ ଗର୍ଭବତୀ ଅଛି ବୋଲି ଡାକ୍ତର କହିଥିଲେ। ଏହାପରେ ନାବାଳିକା ଜଣଙ୍କ ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କୁ କହିଥିଲା । ଏନେଇ ପରିବାର ଲୋକେ କୁଜଙ୍ଗ ଥାନାରେ 22 ଡିସେମ୍ବର 2020ରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ମାମଲା ରୁଜୁ କରି ଅଭିଯୁକ୍ତ ଶରତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର ପରେ ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଶରତକୁ 20 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ 40 ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ସେହିପରି ପୀଡିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ 9 ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଅଭିଯୁକ୍ତକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ପୀଡିତାଙ୍କ ପରିବାର ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.