ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୋଇଲା ସଚିବ; ନିଯୁକ୍ତି ଓ ପରିବେଶ ପ୍ରଦୂଷଣ କମ କରିବାକୁ ମୋହନଙ୍କ ନିର୍ଦ୍ଦେଶ - Coal india Secretary meets CM

author img

By ETV Bharat Odisha Team

Published : Aug 8, 2024, 9:43 PM IST

COAL INDIA SECRETARY MEETS ODISHA CM: କେନ୍ଦ୍ର କୋଇଲା ବିଭାଗ ସଚିବ ଅମ୍ରିତ ଲାଲ ମୀନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

COAL INDIA SECRETARY MEETS CM  MOHAN CHARAN MAJHI
COAL INDIA SECRETARY MEETS CM MOHAN CHARAN MAJHI (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି କେନ୍ଦ୍ର କୋଇଲା ବିଭାଗ ସଚିବ ଅମ୍ରିତ ଲାଲ ମୀନା । ଲୋକସେବା ଭବନ ଆୟୋଜିତ ହୋଇଛି ଏହି ସୌଜନ୍ୟମୂଳକ କାର୍ଯ୍ୟକ୍ରମ । ଓଡିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ସ୍ଥାନୀୟ ଯୁବକ ଯୁବତୀଙ୍କ ନିଯୁକ୍ତି ଓ ପରିବେଶ ପ୍ରଦୂଷଣ କମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର:-
ଆଲୋଚନାରେ କେନ୍ଦ୍ର କୋଇଲା ବିଭାଗ ସଚିବ ଅମ୍ରିତ ଲାଲ ମୀନା କହିଛନ୍ତି," ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦ ପ୍ରତିଶତ କୋଇଲା କେବଳ ଓଡିଶାରୁ ଉତ୍ପାଦିତ ହେଉଛି । ତେଣୁ ଓଡିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି । ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ । ପ୍ରଦୂଷଣ ଯଥାସମ୍ଭବ କମ କରିବା ପାଇଁ ଗୁରୁତ୍ବ ଦିଆଯାଉଛି ।"

ଏମସିଏଲ ଓ PSUରେ ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ଗୁରୁତ୍ବ:-
ସେ ଆହୁରି ମଧ୍ୟ କହିଛନ୍ତି,"ବ୍ୟବହୃତ ଖଣିର ବ୍ୟାକ ଫିଲିଙ୍ଗ ଓ ପୁନରୁଦ୍ଧାର ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଛି । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏମସିଏଲ ଓ ଅନ୍ୟାନ୍ୟ କେନ୍ଦ୍ରୀୟ କୋଇଲା PSUରେ ସ୍ଥାନୀୟ ଯୁବକଯୁବତୀ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ତାଳଚେର ମେଡିକାଲ କଲେଜକୁ MCL ସହଯୋଗରେ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଏହା ସହିତ CSR ପାଣ୍ଠିରେ ସ୍ଥାନୀୟ ଅଞ୍ଚଳର ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ରାଜ୍ୟରେ କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶ ପାଇଁ ଏମସିଏଲ ପାଣ୍ଠି ଯୋଗାଇ ଦିଆଯିବ ।"
ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ, ନୂଆ ଅବକାରୀ ନୀତିିକୁ ନେଇ ବଡ଼ ସଙ୍କେତ ଦେଲେ ଅବକାରୀ ମନ୍ତ୍ରୀ - No more new liquor shops

କେନ୍ଦ୍ର କୋଇଲା ବିଭାଗ ସଚିବଙ୍କ ସହିତ କୋଲ ଇଣ୍ଡିଆର ଅଧ୍ୟକ୍ଷ ପି.ଏମ ପ୍ରସାଦ ଏବଂ ନେଭେଲି ଲିଗନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ବ ଓ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପିସିସିଏଫ ସୁଶାନ୍ତ ନନ୍ଦ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.