ETV Bharat / state

ଅକ୍ଷୟ ତୃତୀୟାରେ କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଟାର୍ଗେଟ୍, 'MSPର ଜବାବ ଦେବେ ଚାଷୀ' - Akshaya Tritiya

author img

By ETV Bharat Odisha Team

Published : May 10, 2024, 10:44 PM IST

Akshaya Tritiya: ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । କୃଷକଙ୍କ ସମସ୍ୟା ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

Akshaya Tritiya
Akshaya Tritiya (ETV Bharat Odisha)
Akshaya Tritiya (ETV Bharat Odisha)

କଟକ: ଓଡିଆ ଘରର କୃଷି ଭିତ୍ତିକ ପର୍ବ ହେଉଛି ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀ ତାର ଚାଷ କାର୍ଯ୍ୟ ଅନୁକୂଳ କରିଥାଏ। ଆଜିର ଦିନରେ ଆଠଗଡ଼ ବ୍ଲକ ଖୁଣ୍ଟକଟା ଗ୍ରାମରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ବହୁ ପୁରାତନ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ବାହୁ ଆଡ଼ମ୍ବରରେ ଭୂମି ପୂଜନ ଓ ଅକ୍ଷିମୁଠି ଅନୁକୂଳ କରିଛନ୍ତି ରାଜା ସ୍ବାଇଁ। ରାଜ୍ୟର ଚାଷୀମାନଙ୍କ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଥିବା କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ ଚାଷୀମାନଙ୍କୁ MSP ଦିଆଯିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । "ସବୁଠି ଗ୍ୟାରେଣ୍ଟି ଦେଉଥିବାବେଳେ ଚାଷୀଙ୍କୁ ଏହି ଗ୍ୟାରେଣ୍ଟି ଦେଲେ ଆମେ ସଲାମ କରିବୁ" ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଆଠଗଡ଼ ଅଞ୍ଚଳରେ ରେଙ୍ଗାଲି ଦକ୍ଷିଣ କେନାଲ ଆସିବା ପରେ ଏବେ ଚାଷୀମାନେ ଲାଭବାନ ହେବେ ବୋଲି କହିଛନ୍ତି କୃଷିମନ୍ତ୍ରୀ । ସେ କହିଛନ୍ତି, "ବହୁ ବର୍ଷ ଧରି କେନ୍ଦ୍ର ସରକର କେବଳ ଜୁମଲା ବାଜି କରି ଆସୁଛନ୍ତି । ଚାଷୀଙ୍କ MSP ମୂଲ୍ୟ ବୃଦ୍ଧି କରିବା ପାଇଁ ଅନେକ ଦାବି କରୁଛନ୍ତି ରାଜ୍ୟ ସରକାର । ହେଲେ ଦୁର୍ଭାଗ୍ୟର ବିଷୟ ଏହି ଦିଗରେ ଏଯାବତ୍ କୌଣସି ଠୋସ ପଦକ୍ଷେପ ଗ୍ରହଣ କଲେନି କେନ୍ଦ୍ର ସରକାର । କେବଳ ଯୋଜନାରେ ସୀମିତ ରହିଛନ୍ତି ମୋଦି ସରକାର। କିନ୍ତୁ ଆଉ ଏହି ଜୁମଲାକୁ ସହିବେନି ଚାଷୀ। ଏହାର ଉତ୍ତର ଠିକ ସମୟରେ ଦେବେ ।"

ଏହା ବି ପଢନ୍ତୁ...ପାରମ୍ପରିକ ବେଶଭୂଷାରେ ଅକ୍ଷିମୁଠି ଅନୁକୂଳ କଲେ ବିଧାୟକ ରୁଦ୍ର ମହାରଥି - Akshya Tritiya 2024

ଏହା ବି ପଢନ୍ତୁ...ଅକ୍ଷୟ ତୃତୀୟା ପାଳିଲେ ଜୁଏଲ, ପୂଜା କରି ଅକ୍ଷିମୁଠି କଲେ ଅନୁକୂଳ - Akshaya Tritiya

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆହୁରି କହିଛନ୍ତି, "ରାଜ୍ୟ ସରକାର ସବୁବେଳେ କୃଷକ ଓ କୃଷିମାନଙ୍କ ଲାଭକୁ ନଜରରେ ରଖି ଯୋଜନାମାନ ଗ୍ରହଣ କରନ୍ତି। ହଜାରେ କୋଟିରୁ ବର୍ତ୍ତମାନ ୨୫ ହଜାର କୋଟିରେ ପହଞ୍ଚିଲାଣି କୃଷକମାନଙ୍କ ପାଇଁ ବଜେଟ। ଏପରିକି ଜଳସଚେନ ପାଇଁ ରାଜ୍ୟ ସରକାର ସର୍ବଦା ଅଧିକରୁ ଅଧିକ ଫୋକସ କରିଛନ୍ତି। ହେଲେ କେନ୍ଦ୍ର ଯେଉଁ ଟାଳଟୁଳ ନୀତି କରୁଛି ତାହାକୁ ଆଉ ଓଡିଶାବାସୀ ସହିବେନି ଓ ଏହାର ଉତ୍ତର ନିଶ୍ଚୟ ଦେବେ ।" ଆଜି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ପାଳନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.