ETV Bharat / state

ରାଜ୍ୟ ସରକାର ଚାଷୀଙ୍କୁ କୌଣସି ସମସ୍ୟା ସମ୍ମୁଖିନ ହେବାକୁ ଦେବେ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Minister Krushna Ch Patra Review

author img

By ETV Bharat Odisha Team

Published : Jun 29, 2024, 7:38 PM IST

Minister Krushna Chandra Patra Review: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମାଲକାନଗିରି ଗସ୍ତ କରିଛନ୍ତି । ସେଠାରେ ସେ କାର୍ଯ୍ୟ ସମୀକ୍ଷା କରିବା ସହିତ କାଲିମେଳା ଠାରେ ଥିବା ବାଦାମ ମଣ୍ଡି ପରିଦର୍ଶନ କରିଛନ୍ତି । ଅନ୍ୟପଟେ ରାୟଗଡା ଯାଇ ନାଗାବଳୀ ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

Krushna Chandra Patra
Krushna Chandra Patra (ETV Bharat Odisha)

ମାଲକାନଗିରି/ରାୟଗଡ଼ା: ଆକ୍ସନ ମୋଡ଼ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତକାଲି ମାଲକାନଗିରି ଜିଲ୍ଲାର କାଲିମେଳା ଠାରେ ଥିବା ବାଦାମ ମଣ୍ଡି ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ଏହା ସହ ଚାଷୀଙ୍କ ଅଭିଯୋଗ ଶୁଣିବା ସହିତ ମାସ ମାସ ଧରି ପଡ଼ି ରହିଥିବା ବାଦାମକୁ ଉଠାଇବା ପାଇଁ ବିଭାଗୀୟ ଅଧିରକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗୁରୁବାର ଦିନ ଦିନିକିଆ ରାୟଗଡା ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ । ସେହି ସମୟରେ ରାୟଗଡ଼ା ବ୍ଲକ ଭାକୁର ଗୁଡ଼ାରେ ପ୍ରତିଷ୍ଠା ନାବାବଳୀ ପ୍ଲାନେଟୋରିୟମରେ ତାଲା ଝୁଲୁଥିବା ନେଇ ସେ ନାଗରିକ ମଞ୍ଚ ସହ ଆଲୋଚନା କରିଥିଲେ । ଆତି ଶୀଘ୍ର ନାଗାବଳୀ ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ।

ଦିନିକିଆ ମାଲକାନଗିରି ଗସ୍ତରେ ଯାଇଥିଲେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତକାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଠାରେ ପହଞ୍ଚିଥିଲେ ଏବଂ ପରେ ମାଲକାନଗିରି ଜିଲ୍ଲା ସଦରମହକୁମା ସର୍କିଟ ହାଉସ ଠାରେ ପହଞ୍ଚି ସ୍ଥାନୀୟ ବିଧାୟକ ଏବଂ ଦଳୀୟ କର୍ମୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସକାଳେ ହଠାତ ଜିଲ୍ଲାର କାଲିମେଳା ଠାରେ ଥିବା ବାଦାମ ମଣ୍ଡି ପରିଦର୍ଶନ କରିଥିଲେ । ଶୁଣିବାକୁ ପାଇଥିଲେ ଚାଷୀଙ୍କ ବାଦାମ ମାସ ମାସ ଧରି ପଡ଼ିରହିଛି ମଣ୍ଡିରେ । ଏହା ଉପରେ ବିଭାଗର ଅଧିକାରୀଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ । ଆଉ କହିଛନ୍ତି "ଏ ସରକାର ଚାଷୀମାନଙ୍କୁ କୌଣସି ସମସ୍ୟା ହେବାକୁ ଦେବ ନାହିଁ । ଚାଷୀଙ୍କ ଯାହା ମଧ୍ୟ ସମସ୍ୟା ରହିଛି ସବୁ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।"

ଖାଲି ସେତିକି ନୁହେଁ ମନ୍ତ୍ରୀ ଦେଖିବାକୁ ପାଇଥିଲେ ସେଠାରେ ଥିବା FCI ଗୋଦାମ ଗୃହରେ ଚାଉଳ ରହିବା ଜାଗାରେ କେନ୍ଦୁପତ୍ର ଭର୍ତ୍ତି ରହିଛି । ତାକୁ ମଧ୍ୟ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଉ କହିଛନ୍ତି "ଚାଉଳ ଗୋଦାମରେ ଖାଲି ଚାଉଳ ହିଁ ରହିବ, ଅନ୍ୟ କିଛି ରହିପାରିବ ନାହିଁ ।" ପରେ ପୁଣି ମାଲକାନଗିରି ସଦର ମହକୁମା ଠାରେ ପହଞ୍ଚିଥିଲେ ଏବଂ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା, ଲିଖିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କର ଅଭିଯୋଗ ଗ୍ରହଣ କରିଛନ୍ତି । ଶେଷରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନକାର୍ଡ ଦେବାକୁ ନିର୍ଦ୍ଦେଶ ଦେବା ସହ ଅଯୋଗ୍ୟ ହିତାଧିକାରୀଙ୍କର ତୁରନ୍ତ ନାଁ କାଟିବା ପାଇଁ କହିଥିଲେ ମନ୍ତ୍ରୀ । ଏହାପରେ ଏମଭି ତିନି ଗ୍ରାମ ଛକ ଠାରେ ମାଲକାନଗିରି ସହରରେ ବିଭିନ୍ନ ସ୍ଥାନରେ ଲଗାଇବାକୁ ଥିବା ଏଲ୍ଇଡି ସ୍କିନ୍ ଗୁଡିକର ନାମ ଫଳକ ଗୁଡିକୁ ଉଘାଟନ କରିଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ... ଚାଷୀଙ୍କ ପାଇଁ ଖୁସି ଖବର: ଧାନ ମଣ୍ଡିରେ ଆଉ ହେବନି ଦୁର୍ନୀତି ! ଜଗିବ ସିସିଟିଭି - CCTV Cameras in Rice Mandi

ରାଜ୍ୟ ସରକାରଙ୍କ ବିଜ୍ଞାନ କାରିଗରୀ ଓ ବୈଷୟିକ ବିଭାଗ ପକ୍ଷରୁ ନାବାବଳୀ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯାଇଥିଲା । ରାୟଗଡା ସହର ନିକଟରେ 2.5 ଏକର ଜମିରେ 14 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପ୍ଲାନେଟୋରିୟମ । ଏକା ଥରକେ ଏଥିରେ 133 ଜଣ ବସିବାର ବ୍ୟବସ୍ଥା ରହିଛି । ପ୍ଲାନେଟୋରିୟମ ପରିସରରେ ଛାତ୍ର ଛାତ୍ରୀଙ୍କ ପାଇଁ ବିଜ୍ଞାନ ସମନ୍ଧୀୟ ସମ୍ବନ୍ଧୀୟ ଉପକରଣ ସବୁ ରଖାଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ତରବରିଆ ଭାବେ ପ୍ଲାନେଟୋରିୟମକୁ ଗତ ଫେବୃଆରୀ ୨୭ ତାରିଖ ଜାତୀୟ ବିଜ୍ଞାନ ଦିବସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ । ଯାହାକି ରାଜ୍ୟର ଭୁବନେଶ୍ଵର ଓ ସମ୍ବଲପୁର ପରେ ତୃତୀୟ ପ୍ଲାନେଟୋରିୟମ । ଏନେଇ ରାୟଗଡା ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ତେବେ ଏହି ପ୍ଲାନେଟରିୟମ ଉଦଘାଟନ ପରଠାରୁ ଏଠାରେ ଚାବି ପଡି ରହିଛି । ଫଳରେ ଛାତ୍ରଛାତ୍ରୀ ନିରାଶ ହୋଇ ଫେରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି ।

ଇଟିଭି ଭାରତ, ମାଲକାନଗିରି/ ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.