ETV Bharat / state

3 ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଘେରିଲେ ପାଚକପାଚିକା

author img

By ETV Bharat Odisha Team

Published : Mar 4, 2024, 10:38 PM IST

Cook Cum Helper Association Protest: ବରଗଡ ଜିଲ୍ଲାର ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଆଜି ବରଗଡ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇ ସାମୁହିକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । 3 ଦଫା ଦାବି ନେଇ ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

3 ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଘେରିଲେ ପାଚକପାଚିକା
3 ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଘେରିଲେ ପାଚକପାଚିକା
3 ଦଫା ଦାବି ନେଇ ଜିଲ୍ଲାପାଳ ଅଫିସ ଘେରିଲେ ପାଚକପାଚିକା

ବରଗଡ: ଜିଲ୍ଲାପାଳଙ୍କର ଅଫିସ ଘେରିଲେ ବରଗଡ ଜିଲ୍ଲାର ସମସ୍ତ ପାଚକ ପାଚିକା । ବରଗଡ ଜିଲ୍ଲାର ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଆଜି ବରଗଡ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇ ସାମୁହିକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । 3 ଦଫା ଦାବି ନେଇ ଗ୍ରାମ୍ୟ ସ୍ଵାବଲକର୍ମୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୁଶଳୀ ଶ୍ରମିକ , ଅଣ କୁଶଳୀ ଶ୍ରମିକ , ଅର୍ଦ୍ଧ କୁଶଳୀ ଶ୍ରମିକ ଆଦି ଭିନ୍ନ ପ୍ରକାରର ଶ୍ରମିକଙ୍କ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ଏବଂ ସେହି ଧାର୍ଯ୍ୟ ଦର ଅନୁଯାୟୀ ଶ୍ରମିକଙ୍କୁ ତାଙ୍କର ପାରିଶ୍ରମିକ ପ୍ରଦାନ କରାନଗଲେ ଶ୍ରମିକ ମାନେ ଆଇନର ଆଶ୍ରୟ ନେଇପାରିବେ ବୋଲି ନିୟମ ରହିଛି ।ଏଥିପାଇଁ ଶ୍ରମିକଙ୍କ ସ୍ଵତନ୍ତ୍ର କାର୍ଯ୍ୟଳୟ ମଧ୍ୟ ରହିଛି ଏବଂ ସ୍ଵତନ୍ତ୍ର ଲେବର କୋର୍ଟ ମଧ୍ୟ ରହିଛି । ମାତ୍ର ଖୋଦ ରାଜ୍ୟସରକାର ଏହି ନିୟମକୁ ଅବମାନନା କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବିଭିନ୍ନ ସ୍କୁଲ ମାନଙ୍କରେ ପିଲାଙ୍କ ମଧ୍ୟାନ୍ନ ଭୋଜନ ପାଇଁ ରୋଷେଇ କରୁଥିବା ପାଚକ ପାଚିକା। ଦୀର୍ଘ ବର୍ଷରୁ ପାଚକ ପାଚିକା ମାନେ ମାତ୍ର 1400 ଟଙ୍କାରେ ସ୍କୁଲ ମାନଙ୍କରେ MDM ପାଇଁ ସକାଳ 9 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ 7 ଘଣ୍ଟା ଧରି ରୋଷେଇ କାମ ଠାରୁ ଆରମ୍ଭ କରି ସଫେଇ କାମ କରିଆସୁଛନ୍ତି । ଏତେ ପରିଶ୍ରମ କରି ମଧ୍ୟ ମାସକୁ ମାତ୍ର 1400 ଟଙ୍କା ସରକାର ପ୍ରଦାନ କରୁଛନ୍ତି ଯାହା ହିସାବକୁ ନେଲେ ପ୍ରତିଦିନ ମାତ୍ର 46 ଟଙ୍କା 66 ପଇସା ପଡୁଛି ।

ଏହା ମଧ୍ୟ ପଢନ୍ତୁ...ଦେଢ ମାସ ଧରି ଆମରଣ ଅନଶନରେ ଦୃଷ୍ଟିବାଧିତ: ଶୁଣୁନି ବିଏମସି, ଭେଟିଲେ ସୁର

ରାଜ୍ୟ ସରକାରଙ୍କ ଶ୍ରମ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରି 356 ଟଙ୍କା ରହିଥିଲେ ମଧ୍ୟ ପାଚକ ପାଚିକା ମାନଙ୍କୁ ସର୍ବନିମ୍ନ ମଜୁରି ପ୍ରଦାନ କରାନଯାଇ କେବଳ ମାତ୍ର 46 ଟଙ୍କା 66 ପଇସା ପ୍ରଦାନ କରାଯାଉଛି । ଯାହାକୁ ନେଇ ଦୀର୍ଘ ବର୍ଷରୁ ବିରୋଧ କରିଆସୁଥିଲେ ସୁଦ୍ଧା ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନଥିବାରୁ ପାଚକପାଚିକା ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦାବି ଜଣାଇଛନ୍ତି ।

2024 ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ପାଇଁ ତଥା କର୍ମଚାରୀଙ୍କ ପାଇଁ ସରକାର ସୁବିଧା କରିଥିବାବେଳେ କିନ୍ତୁ ପାଚକପାଚିକା ମାନଙ୍କୁ ଅନାଦର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଅଳ୍ପ ପରିଶ୍ରମ କରୁଥିବା ଅଙ୍ଗନବାଡିର ପାଚିକା ମାନଙ୍କୁ ସରକାର 5000 ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିବାବେଳେ ସହ ସହ ସ୍କୁଲ ପିଲାଙ୍କ ପାଇଁ ରୋଷେଇ କରୁଥିବା ପାଚିକା ମାନଙ୍କୁ ମାତ୍ର 2000 ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ଯାହାକି 2018 ମସିହାରେ ସେହି 2000 ଟଙ୍କା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ ଏବଂ ଆଜିଯାଏ 2000 ଟଙ୍କା ଦିଆଯାଇନାହିଁ । ତେବେ ପାଚକପାଚିକା ମାନଙ୍କର 3 ଦଫା ଦାବି ପୂରଣ କରାନଗଲେ ଆଗକୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପାଚକପାଚିକା ସଂଘ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.