ETV Bharat / state

ବସ୍ତିରେ ବିଲ୍ ଗେଟ୍ସ : ବୁଲିଲେ, କଥା ହେଲେ, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ୍

author img

By ETV Bharat Odisha Team

Published : Feb 28, 2024, 9:50 AM IST

Updated : Feb 28, 2024, 12:34 PM IST

Bill Gates visits Mangla Basti in Bahubaneswar: ବିଶ୍ବର ଶିଳ୍ପପତି ଦେଖିଲେ ଭୁବନେଶ୍ୱର ବସ୍ତି । ଭୁବନେଶ୍ବର ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଆଜି ମଙ୍ଗଳା ବସ୍ତି ପରିଦର୍ଶନ କରିଛନ୍ତି । ମଙ୍ଗଳା ବସ୍ତିରେ ବୁଲି ଦେଖିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ

ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ
ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ
ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ

ଭୁବନେଶ୍ବର: ଭୁବନେଶ୍ବର ଗସ୍ତରେ ଆସିଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଗତକାଲି (ମଙ୍ଗଳବାର) ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । ଆଜି ଭୁବନେଶ୍ବରେ ତାଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳୁ ସକାଳୁ ମଙ୍ଗଳା ବସ୍ତି ବୁଲିଛନ୍ତି ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା । ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତି ବୁଲି ଦେଖିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ।

ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ: ସୂଚନା ଅନୁସାରେ, ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳର ମଙ୍ଗଳା ବସ୍ତିରେ ପହଞ୍ଚି ଥିଲେ ବିଲଗେଟ୍ସ । ନିଜର ଅଫିସିଆଲ୍ ଓ ଓଆଇଏଏସ୍ ଅନୁ ଗର୍ଗଙ୍କ ସହ ମିଶି ବସ୍ତି ବୁଲି ଦେଖିଛନ୍ତି । ଏହାସହ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରି ବସ୍ତିର ହାଲ ଚାଲ ବୁଝିବା ସହ ଉନ୍ନତି ନେଇ ପଚାରି ବୁଝିଥିବା ସୂଚନା ରହିଛି । ତେବେ ରୂପାନ୍ତରୀକରଣ କାର୍ଯ୍ୟ ମଧ୍ୟ ବୁଲି ଦେଖିଛନ୍ତି । ମହିଳା ସଶକ୍ତିକରଣ ନେଇ କଣ ପଦକ୍ଷେପ ନିଆଯାଇଛି, ବସ୍ତିରେ ପୂର୍ବ ସ୍ଥିତି ଆଉ ପରର ସ୍ଥିତି କିପରି ହୋଇଛି, SHG ଗ୍ରୁପ ଜରିଆରେ କିପରି ସଶକ୍ତିକରଣ ହୋଇଛି ତାହା ମଧ୍ୟ ବିଲ୍ ଗେଟ୍ସ ପଚାରି ବୁଝିଛନ୍ତି ।

ଘର ଚଳାଇବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ କିପରି ସହଯୋଗର ହାତ ବଢାଇଛନ୍ତି । ମୁକ୍ତା ଯୋଜନାରେ କିପରି ମହିଳାମାନେ ସଫଳ ହୋଇଛନ୍ତି ଓ ତାର ଫାଇଦା କଣ ଉଠାଇଛନ୍ତି । ଏପରିକି ବସ୍ତିର ପିଲାଙ୍କ ଖେଳପଡିଆ ସହ ଆମୋଦପ୍ରମୋଦ ପାର୍କ ମନ୍ଦିର ସହ ବସ୍ତିର ଘର ଘର ବୁଲି ଦେଖିଛନ୍ତି । ଏପରିକି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ବସ୍ତିର କୁନି ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ମଧ୍ୟ ସ୍ଥିତି ମଧ୍ୟ ଦେଖିଛନ୍ତି । ତେବେ ପରିବାର ଆର୍ଥିକ ସ୍ଥିତିରେ ସୁଧାର ଏବଂ ମହିଳା ସଶକ୍ତିକରଣ ଆଦି ଦେଖି ଖୁସି ହେଲେ । ତେବେ ବିଲ୍ ଗେଟ୍ସ,ବସ୍ତି ବୁଲିବା ପୂର୍ବରୁ ମଙ୍ଗଳବାର ବିଏମସି ଏବଂ ବରିଷ୍ଠ ଅଧିକାରୀମାନେ ବସ୍ତି ବୁଲି ଦେଖିଥିଲେ ।

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ବିଲ୍‌ ଗେଟ୍ସ, ଆଜି ପରିଦର୍ଶନ କରିବେ କୃଷି ବିଭାଗ

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ: ଆଜି ଭୁବନେଶ୍ବର କୃଷି ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ନବୀନ ନିବାସ ଯିବେ ବିଲଗେଟ୍ସ । ଏହି ଗସ୍ତ ସମୟରେ ସେ କୃଷକମାନଙ୍କର କୃଷି ଶୈଳୀ ବିଷୟରେ ଆଲୋଚନା କରିବେ । ବିଶେଷ କରି ଓଡିଶା କୃଷି ବିଭାଗ ଦ୍ଵାରା କୃଷି କ୍ଷେତ୍ରରେ AI ବ୍ୟବହାର କିଭଳି କରାଯାଉଛି, ତାର ସମୀକ୍ଷା କରିବେ ବିଲ୍‌ ଗେଟ୍ସ । ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ କିସର ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇବେ।

2017ରେ ହୋଇଥିଲା ଚୁକ୍ତି: ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍‌ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଓଡ଼ିଶା ସରକାର । ବୈଷୟିକ ପ୍ରଣାଳୀରେ କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ନେଇ ଲକ୍ଷ୍ୟ ରଖାଯାଇଥିଲା । ଗେଟ୍ସ ଫାଉଣ୍ଡେସନ ସହଯୋଗରେ ରାଜ୍ୟରେ ଚାଲିଥିବା ସମସ୍ତ ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି, ଏହି ଗସ୍ତ ସମୟରେ ତାହାର ସେ ସମୀକ୍ଷା କରିବେ । ସେ କୃଷି ଭବନ ଯାଇ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ଶେଷରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2024, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.