ETV Bharat / state

ଆଜିଠୁ ନର୍ସିଂ କର୍ମଚାରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ ଆଶଙ୍କା - ODISHA NURSING STAFF PROTEST - ODISHA NURSING STAFF PROTEST

NURSING STAFF PROTEST: ଏସମାକୁ ଫୁ । ତେଜିଲା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ। ଆଜିଠୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ । ରୋଗୀସେବା ବାଧାପ୍ରାପ୍ତ ହେବା ଆଶଙ୍କା । ଅଧିକ ପଢନ୍ତୁ

ODISHA NURSING STAFF PROTEST
ODISHA NURSING STAFF PROTEST (ETV Bharat Odisha)
author img

By ETV Bharat Odisha Team

Published : Sep 26, 2024, 5:32 PM IST

କଟକ: ସରକାର ଓ ନର୍ସିଂ ସଂଘ ମଧ୍ୟରେ ଆଲୋଚନା ବିଫଳ । 2 ଦିନର ଆନ୍ଦୋଳନ ପରେ ଆଜିଠୁ ନର୍ସି ସଂଘର ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ଦୁଇ ଦିନ ଆନ୍ଦୋଳନ ସମୟରେ ଯେଉଁ ଜୁରୁରୀ ସେବା କରୁଥିଲେ ସ୍ବାସ୍ଥ୍ୟ କର୍ମୀ ତାହା ଆଜିଠାରୁ ବନ୍ଦ ରହିବ । ଯାହା ଫଳରେ ରୋଗୀ ସେବା ପ୍ରଭାବିତ ହେବାଟା ଥୟ । ଆଇସିୟୁ ଓ ଓଟିରେ ଥିବା ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯିବା ତାହାକୁ ନେଇ ଚିନ୍ତା ବଢିଛି । ଗତ ବୁଧବାର 10 ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଥିଲା ରାଜ୍ୟ ନର୍ସିଂ ସଂଘ । ରାଜ୍ୟ ସରକାରଙ୍କ ସହ ବୈଠକ ବିଫଳ ହେବା ପରେ ଆଜିଠୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ନିଷ୍ପତ୍ତି ନେଇଛି ସଂଘ ।

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ:

ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ଗତକାଲି ଦ୍ୱିତୀୟ ଦିନରେ ପହଞ୍ଚିଥିଲା । 10 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ନର୍ସିଂ କର୍ମଚାରୀ । ଜରୁରୀକାଳୀନ ସେବା ଛାଡି ଅନ୍ୟ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସଂଘ ଆଜି ଠାରୁ ସମସ୍ତ ପ୍ରକାର କାର୍ଯ୍ୟବନ୍ଦ କରିବ ବୋଲି କହିଛନ୍ତି ରାଜ୍ୟ ନର୍ସିଂ ସଂଘ ସମ୍ପାଦିକା ସରୋଜିନୀ ଜେନା । ସେ କହିଛନ୍ତି," ନର୍ସିଂ ଅଫିସର ସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନାରେ କୌଣସି ସୁଫଳ ମିଳିନାହିଁ । ତେଣୁ ଆଜି ଠାରୁ ସମସ୍ତ ପ୍ରକାର କାର୍ଯ୍ୟବନ୍ଦ କରିବୁ ।"

ରୋଗୀ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା:

ODISHA NURSING STAFF PROTEST (ETV Bharat Odisha)

ଅନ୍ୟପଟେ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବାର ଗୁରୁତର ଆଶଙ୍କା ରହିଛି । ସଂଘର ସମ୍ପାଦିକା ସରୋଜିନୀ ଜେନା କହିଛନ୍ତି," ରାଜ୍ୟ ସରକାର ନର୍ସମାନଙ୍କୁ ନେଇ ଅଣଦେଖା କରୁଛନ୍ତି । ଏସମା ଲଗାଇ ସରକାର ଯେଉଁ ଡ଼ରେଇବା ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ଆମ ସଂଘ ବରଂ ଯେତିକି କ୍ଷତି ହେବ ନାହିଁ ରୋଗୀମାନେ ଅଧିକ ପ୍ରଭାବିତ ହେବେ । ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଉ । ଆଉ ସବୁ ଦିଗକୁ ନଜର ରଖି ନିଷ୍ପତ୍ତି ନିଆଯାଉ । ଏସମା ଲଗାଇଲେ ଆମେ ଦଣ୍ଡ ଭୋଗିବୁ ହେଲେ ରୋଗୀ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବେ । "

ODISHA NURSING STAFF PROTEST
ODISHA NURSING STAFF PROTEST (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଏହା ମଧ୍ୟ ପଢନ୍ତୁ ...ଆନ୍ଦୋଳନ ପୂର୍ବରୁ ନର୍ସିଂ ଅଫିସରଙ୍କୁ କଡ଼ା ଚେତାବନୀ, ESMA ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ - Strict Action Warning

ଏହା ମଧ୍ୟ ପଢନ୍ତୁ ...ରାଜଧାନୀରେ ଗର୍ଜିଲା ଓଡିଶା ନର୍ସିଂ ସଂଘ,୨୭ରୁ କାର୍ଯ୍ୟବନ୍ଦ ଚେତାବନୀ - ODISHA NURSING staff protest

ରାଜ୍ୟ ନର୍ସିଂ ସଂଘର କ'ଣ ରହିଛି ଦାବି:

ସେମାନଙ୍କ ଦାବି ଗୁଡ଼ିକ ହେଲା ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି କରିବା, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସରଙ୍କ ଦୁଇଟା ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ମୁତୟନ କରିବାଭଳି ଦାବି ଉପସ୍ଥାପନ କରିଛି ସଂଘ । ଏହାବ୍ୟତୀତ,ଆଚାର୍ଯ୍ୟ ହରିହର ସ୍ନାତେକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରେ ଅନ୍ତଭୁକ୍ତ କରିବା, ଡ୍ରେସ କୋର୍ଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟରେ ହେଉଥିବା ନର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ଭଳି ଦାବି ରଖିଛି ସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.