ETV Bharat / state

ଅବକାରୀ ଇନିସପେକ୍ଟରଙ୍କ ମନମାନି; ଆଦିବାସୀ ଯୁବକଙ୍କୁ ଗୋଇଠା ମାରିବା ଭିଡ଼ିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ଦାବି - Youth Being Kicked By Inspector

author img

By ETV Bharat Odisha Team

Published : Jun 30, 2024, 7:31 PM IST

Tribal Youth Being Kicked By An Excise Inspector: ଜଣେ ଆଦିବାସୀ ଯୁବକଙ୍କୁ ଅବକାରୀ ଇନିସପେକ୍ଟର ଅମାନବୀୟ ଭାବରେ ଗୋଇଠା ମାରିବା ଭିଡ଼ିଓ ଭାଇରାଲ ହେଉଛି । ଇନିସପେକ୍ଟର ଉପରେ କାର୍ଯ୍ୟନୁଷ୍ଠାନ ଦାବି । ଅଧିକ ପଢ଼ନ୍ତୁ

Tribal Youth Being Kicked By An Excise Inspector
Tribal Youth Being Kicked By An Excise Inspector (ETV Bharat Odisha)

ରାଇରଙ୍ଗପୁର: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ କର୍ମଚାରୀକୁ ଅବକାରୀ ବିଭାଗର ଜଣେ ଇନିସପେକ୍ଟର ଗୋଇଠା ମାରିବା ସହ ଗାଳିଗୁଲଜ କରିଥିବା ଏକ ଭିଡ଼ିଓ । ଭିଡିଓରେ ଦେଖିବାକୁ ମିିଳୁଛି ଯେ, ଇନିସପେକ୍ଟର ଜଣଙ୍କ କର୍ମଚାରୀ ଜଣଙ୍କୁ ଅତି ନିର୍ମମ ଭାବରେ ଗୋଇଠା ମାରୁଛନ୍ତି । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ଫଳରେ ସାଧାରଣରେ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରାଯାଇଛି । ଏଥି ସହିତ ଅବକାରୀ ଇନିସପେକ୍ଟର ଶ୍ରୀଧର ମହାନ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗୋଇଠା ଖାଇଥିବା କର୍ମଚାରୀ ଜଣକ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ସମେତ ବାରିପଦା ଟାଉନ ଥାନାରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଗତ ମେ' ମାସ ୨୫ ତାରିଖ ଅପରାହ୍ନ ସମୟରେ ବାରିପଦା ସହର ସ୍ଥିତ ପାଲବଣି ଠାରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନକୁ ଅନୁଧ୍ୟାନ କରିବା ପାଇଁ ଅବକାରୀ ବିଭାଗର ଭ୍ରାମ୍ୟମାଣ ୟୁନିଟ ଇନିସପେକ୍ଟର ଶ୍ରୀଧର ମହାନ୍ତି ସାଧା ପୋଷାକରେ ଯାଇଥିଲେ । ସେଠାରେ ପୂର୍ବରୁ କାଲିକାପୁର ଅଞ୍ଚଳର ସଞ୍ଜୟ ସିଂ ନାମକ ଜଣେ ଯୁବ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କରୁଥିଲେ । ଅବକାରୀ ଇନ୍ସପେକ୍ଟର ଜଣକ ସଞ୍ଜୟ ସିଂଙ୍କୁ ଡାକିଥିବା ବେଳେ ସଞ୍ଜୟ ତାହା ଶୁଣି ପାରିନଥିଲେ । ଫଳରେ ଇନିସପେକ୍ଟର ଜଣଙ୍କ ଉତକ୍ଷିପ୍ତ ହୋଇ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଆଦିବାସୀଙ୍କୁ ଉପେକ୍ଷା କରି ଜାତିଆଣକୁ ନେଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାରପିଟ କରିଥିଲେ ।

ଇନିସପେକ୍ଟର ବସିବା ପାଇଁ ସଞ୍ଜୟ ଚୌକି ଆଣିବାକୁ ଯାଇଥିବା ବେଳେ ଇନ୍ସପେକ୍ଟର ଆସି ତାଙ୍କ ବେକକୁ ଧରି ଟାଣି ଆଣି ଗୋଇଠା ମାରିଥିଲେ । ଯାହାକି ସିସିଟିଭି ଚିତ୍ରରେ ସ୍ପଷ୍ଟ ଭାବେ ଦେଖା ଯାଉଛି । ତେବେ ଘଟଣା ବାବଦରେ ସଞ୍ଜୟ ସିଂ ପ୍ରଥମେ ଉକ୍ତ ମଦ ଦୋକାନର ମାଲିକଙ୍କୁ ଜଣାଇଥିଲେ ମଧ୍ୟ ମାଲିକ କିଛି ପଦକ୍ଷେପ ନେଇ ନଥିଲେ । ପରେ ଉକ୍ତ ଦୋକାନରୁ ଚାକିରି ଛାଡି ଦେଇ ଗତ ମେ' ୨୮ ତାରିଖରେ ବାରିପଦା ଟାଉନ ଥାନାରେ ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ବିରୁଦ୍ଧରେ ଏକ ଲିଖିତ କରିଥିଲେ । କିନ୍ତୁ ଦୁଃଖର ବିଷୟ ଯେ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଏହା ମଧ୍ୟରେ ଏକ ମାସ ବିତିସାରିଲାଣି । ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଲେ ଆଦିବାସୀ, ମୋହନ ସରକାରଙ୍କୁ କଲେ ବିରୋଧ - TRIBAL MOVEMENT

ଜଣେ ଗରିବ ଆଦିବାସୀ ଯୁବକ ନ୍ୟାୟ ନପାଇ ଶେଷରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଅବକାରୀ ବିଭାଗ କମିଶନର, ଜିଲ୍ଲା ଅବକାରୀ ଅଧିକ୍ଷକ ଓ ମାନବ ଅଧିକାରୀ କମିଶନଙ୍କୁ ନିଜ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଘଟଣାର ତଦନ୍ତ କରି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ ଘଟଣାର ତଦନ୍ତ ନେଇ ଅବକାରୀ କମିଶନର ଓ ଜିଲ୍ଲାପାଳଙ୍କ ପାଖରୁ ଜିଲ୍ଲା ଅବକାରୀ ବିଭାଗକୁ ଚିଠି ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁର କହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କୁ ସମ୍ମାନ ଜଣାଇ ଦେଶର ରାଷ୍ଟ୍ରପତି ଭଳି ପଦ ମର୍ଯ୍ୟାଦା ଦିଆଯାଇଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ଅଟନ୍ତି । ହେଲେ ଜଣେ ସାଧାରଣ ଆଦିବାସୀ କର୍ମଚାରୀଙ୍କୁ ଜଣେ ସରକାରୀ ଅଧିକାରୀ ଗୋଇଠା ମାରିବା ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଉପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ ଦୋଷୀ ଇନ୍ସପେକ୍ଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.