ETV Bharat / state

ଜମି ବିବାଦରୁ ଯୁବକଙ୍କୁ ହତ୍ୟା ଘଟଣା, ୩ ହତ୍ୟାକାରୀକୁ ଆଜୀବନ ଜେଲ - Mayurbhanj murder case - MAYURBHANJ MURDER CASE

Life imprisonment in murder case: ଜମି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରିବା ମାମଲାରେ ତିନି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅଧିକ ପଢନ୍ତୁ

MAYURBHANJ COURT
MAYURBHANJ COURT (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 8:24 AM IST

MAYURBHANJ COURT (ETV Bharat Odisha)

ରାଇରଙ୍ଗପୁର: ଜମି ବିବାଦକୁ କେନ୍ଦ୍ରକରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ତିନି ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ । ମଙ୍ଗଳବାର ଦିନ ଏହି ରାୟ ଶୁଣାଇଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ । ଏଥିସହ ଅଭିଯୁକ୍ତମାନଙ୍କୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି । ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି ।

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (୧)ର ବିଚାରପତି ସତ୍ୟନାରାୟଣ ପାତ୍ର ଉକ୍ତ ହତ୍ୟା ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି । ରାୟ ଶୁଣାଇବା ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ସମସ୍ତ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଆସାମୀ ଶୋଭାକର ମହାନ୍ତ, ଯତୀନ୍ଦ୍ର ମହାନ୍ତ ଓ କମଲ ଲୋଚନ ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି ।

ତିନି ଜଣ ଆସାମୀ ହେଲେ ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅନ୍ତର୍ଗତ ମହୁଲବଣୀ ଗ୍ରାମର ଶୋଭାକର ମହାନ୍ତ, ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଯତୀନ୍ଦ୍ର ମହାନ୍ତ ଓ କମଲ ଲୋଚନ ମହାନ୍ତ । ରାୟ ପ୍ରକାଶ ପାଇବା ପରେ ତିନି ଜଣ ଆସାମୀଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାଟିକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପି ପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ଏହାମଧ୍ୟ ପଢନ୍ତୁ.. ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ରାୟ ପ୍ରକାଶ, ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ - Life Imprisonment In Murder Case

ସୂଚନାଯୋଗ୍ୟ, ୨୦୨୧ ଜୁନ ମାସ ୧୦ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମୋରୋଡା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ମୋରୋଡା ଥାନା ଅନ୍ତର୍ଗତ ମହୁଲବଣୀ ଗ୍ରାମର ରଘୁନାଥ ମହାନ୍ତ ଓ ତାଙ୍କ ପଡୋଶୀ ଶୋଭାକର ମହାନ୍ତଙ୍କ ମଧ୍ୟରେ ଘର ଜମିକୁ ନେଇ ଅଧିକାଂଶ ସମୟରେ ବାଦବିବାଦ ଲାଗି ରହିଥିଲା । ଏଥିସହ ରଘୁନାଥ ମହାନ୍ତଙ୍କ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଯତୀନ୍ଦ୍ର ମହାନ୍ତ ଓ କମଲ ଲୋଚନ ମହାନ୍ତଙ୍କ ସହିତ ମଧ୍ୟ ଜମିବାଡ଼ିକୁ ନେଇ ବିବାଦ ରହିଥିଲା । ୨୦୨୧ ମସିହା ଜୁନ ମାସ ୧୦ ତାରିଖ ଦିନ ଶୋଭାକର, ଯତୀନ୍ଦ୍ର ଓ କମଲ ତିନି ଜଣ ମିଶି ଠେଙ୍ଗା ବାଡି ଓ ଟାଙ୍ଗିଆ ଧରି ରଘୁନାଥ ମହାନ୍ତଙ୍କ ଘରକୁ ଯାଇଥିଲେ ।

ସେଠାରେ ପାଟିତୁଣ୍ଡ ହେବାରୁ ରଘୁନାଥଙ୍କ ନାତି ହରେକୃଷ୍ଣ ଆଲୋଚନା ମାଧ୍ୟମରେ ବାଦବିବାଦର ସମାଧାନ କରାଯିବ ବୋଲି କହି ସମସ୍ତଙ୍କୁ ବୁଝାଇସୁଝାଇ ପଠାଇ ଦେଇଥିଲେ । କିନ୍ତୁ ସେମାନଙ୍କର ରାଗ ଶାନ୍ତ ପଡ଼ିନଥିଲା । ପରେ ହରେକୃଷ୍ଣ ମହାନ୍ତ ଗାଁ ମନ୍ଦିର ନିକଟ ଦେଇ ଯାଉଥିବା ବେଳେ ତିନି ଜଣ ମିଶି ଅତର୍କିତ ଭାବେ ହରେକୃଷ୍ଣଙ୍କ ଉପରକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ । ଏ ସମ୍ପର୍କରେ ମୋରୋଡା ଥାନାରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ହତ୍ୟା ଘଟଣାର ତଦନ୍ତ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.