ETV Bharat / state

କଣ୍ଟାମାଳରେ ଉତ୍ତେଜନା ମଧ୍ୟରେ ସରିଲା ନିର୍ବାଚନ, ମହେଶ୍ୱରପିଣ୍ଡାରେ ହେବ କି ରି-ପୋଲିଂ ? - Kantamal Maheswarpinda Booth - KANTAMAL MAHESWARPINDA BOOTH

Kantamal Assembly: କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମତଦାନ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ନିର୍ବାଚନ ମଣ୍ଡଳୀର ମହେଶ୍ୱରପିଣ୍ଡାରେ ଅଧାରୁ ମତଦାନ ବନ୍ଦ ହୋଇଥିଲା । ଏନେଇ ଇସିଆଇକୁ ଲିଖିତ ଭାବରେ ଜଣାଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ମହେଶ୍ୱରପିଣ୍ଡାରେ ହେବ କି ପୁନଃ ପୋଲିଂ ?
ମହେଶ୍ୱରପିଣ୍ଡାରେ ହେବ କି ପୁନଃ ପୋଲିଂ ? (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 7:00 PM IST

ମହେଶ୍ୱରପିଣ୍ଡାରେ ହେବ କି ପୁନଃ ପୋଲିଂ ? (ETV Bharat Odisha)

ବୌଦ୍ଧ: ରାଜ୍ୟରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍‌ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ବୌଦ୍ଧରେ ମତଦାନ ହୋଇଥିବା ବେଳେ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ତଥା ଉତ୍ତେଜନା ଓ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ନିରପେକ୍ଷ ମତଦାନ ହୋଇପାରି ନଥିବା ବେଳେ 2ଟି ବୁଥରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ମିଳିଛି ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ନିର୍ବାଚନ ମଣ୍ଡଳୀର ଆମ୍ବଝରୀ ପଞ୍ଚାୟତର ଦୁର୍ଗମ ଅଞ୍ଚଳର ଅଧିବାସୀ ଭୋଟ ବର୍ଜନ କରିଥିବା ବେଳେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଏକାଧିକ ସ୍ଥାନରେ ଶାସକ ବିଜେଡି ଦଳ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି କରି ଅସତ ଉପାୟରେ ଜନମତ ସଂଗ୍ରହ ଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କିରାସିରା, ନାରାୟଣ ପ୍ରସାଦ, ଖୁଣ୍ଟିଗୋରା ଓ ଖଲିଆପାଲି ଭଳି ଅନେକ ସ୍ଥାନରେ ବୁଥ ଦଖଲ, ମତଦାତାଙ୍କୁ ଅସତ ଉପାୟରେ ଭୋଟ ପାଇଁ ବାଧ୍ୟ କରିବା ଭଳି ଅନେକ ଅଭିଯୋଗ ହୋଇଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦହ୍ୟା ପଞ୍ଚାୟତର ମହେଶ୍ୱରପିଣ୍ଡା ଗ୍ରାମରେ ସୋମବାର ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ହଠାତ ଦିନ 2ଟା ସମୟରେ ନିର୍ବାଚନ ଦାୟିତ୍ଵରେ ଥିବା ଅଧିକାରୀ ବୁଥକୁ ବନ୍ଦ କରିଦେଇଥିଲେ । ଯାହାକୁ ନେଇ ଭୋଟରଙ୍କ ମନରେ ସନ୍ଦେଶ ସୃଷ୍ଟି ହୋଇଥିଲା । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମହେଶ୍ୱରପିଣ୍ଡା ବୁଥ ପରିସରରେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ ତାଙ୍କ ଶହ ଶହ ସମର୍ଥକ ଧାରଣାରେ ବସିଥିଲେ । ଶେଷରେ ପୋଲିସ ବ୍ଲାଙ୍କ ଫାୟାରିଂ ସହିତ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ଲାଠି ଚାଳନା କରିଥିଲା । ସେହି ବୁଥର ଇଭିଏମ ମେସିନକୁ କଡା ସୁରକ୍ଷା ବଳୟ ମଧ୍ୟରେ ବୌଦ୍ଧ ଅଣାଯାଉଥିବା ବେଳେ ନିର୍ବାଚନ ପାଇଁ ଆସିଥିବା କେତେକ ଗାଡ଼ି ଉପରେ ପଥର ଢେଲା ମାଡ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ବର୍ଜନ କଲେ ମାତାଗାଡୁ ଗ୍ରାମବାସୀ, ଫେରିଆସିଲେ ପୋଲିଂ ପାର୍ଟି - VILLAGERS BOYCOTT POLL

ଏନେଇ ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ କହିଛନ୍ତି, "ମହେଶ୍ୱରପିଣ୍ଡାରୁ ଅଭିଯୋଗ ଆସିଥିଲା ଯେ, ଲୋକ ପାଇଁ ଅନ୍ୟଲୋକ ଭୋଟ ଦେଉଛନ୍ତି । ଆମେ କିଛି ଭିଡିଓ ଦେଖିବାକୁ ପାଇଥିଲୁ । ଯାହାକୁ ନେଇ ସଙ୍ଗେ ସଙ୍ଗେ ତଦନ୍ତ କରାଯାଇଥିଲା । ସେଠାରେ 2.15ରେ ବୁଥକୁ ବନ୍ଦ କରାଯାଇଥିଲା । କିଛି ଲୋକ ସେଠାରେ ଜମା ହୋଇଯାଇଥିଲେ । ସେଠାରେ ପରବର୍ତ୍ତୀ ପଦକ୍ଷପ କ'ଣ ନିଆଯିବ ସେନେଇ ଆମେ ଇସିଆଇକୁ ଲିଖିତ ଭାବରେ ଜଣାଇଛୁ । ଖୁବଶୀଘ୍ର ଇସିଆଇ ଏହା ଉପରେ କିଛି ପଦକ୍ଷପ ନେବେ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.